Advertisment

୫ମ ଟି-୨୦: ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆକୁ ୧୬୧ ରନର ଟାର୍ଗେଟ

ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରରେ ୮ ୱିକେଟ ହରାଇ ମାତ୍ର ୧୬୦ ରନ କରିବାକୁ ସକ୍ଷମ ହୋଇଛି।

AUS

AUS

Advertisment

ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ସିରିଜକୁ ଆଗୁଆ ୩-୧ରେ କବାଜ କରି ସାରିଥିବା ଭାରତୀୟ ଟିମ ଆଜି ଶେଷ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛି। ବେଙ୍ଗାଲୁରୁରେ ଖେଳା ଯାଉଥିବା ସିରିଜର ଶେଷ ତଥା ୫ମ ଟି-୨୦ରେ ଟସ୍‌ ହାରି ଭାରତ ପ୍ରଥମ ବ୍ୟାଟିଂ କରିଛି।

Advertisment

ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରରେ ୮ ୱିକେଟ ହରାଇ ମାତ୍ର ୧୬୦ ରନ କରିବାକୁ ସକ୍ଷମ ହୋଇଛି। ଫଳରେ କଙ୍ଗାରୁ ଟିମକୁ ଏହି ମ୍ୟାଚ୍‌ ଜିତି ସିରିଜକୁ ୩-୨ କରିବା ପାଇଁ ୧୬୧ ରନର ଟାର୍ଗେଟ ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଯଶସ୍ୱ ଜୈସୱାଲ ୧୫ ବଲରେ ୨୧ ରନର ଇନିଂସ ଖେଳିଥିଲେ। ଏଥିସହ ଋତୁରାଜ ଗାଏକ୍ୱାଡଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୩୩ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୩୩ ଥିବା ବେଳେ ଜାସନ ବେହର୍ନଡ୍ରଫ ୨୧ ରନ କରିଥିବା ଜୈସୱାଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

Advertisment

ସମାନ ସ୍କୋରରେ ଗାଏକ୍ୱାଡ(୧୦) ବେନ ଡୱାଶୁଇସଙ୍କ ଶିକାର ବନିଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ(୫) ଓ ରିଙ୍କୁ ସିଂହ (୬) ମଧ୍ୟ ଆଜି କିଛି କରି ପାରି ନଥିଲେ। ୫୫ ରନରେ ଦଳ ୪ ୱିକେଟ ହରାଇଥିଲେ। ଜିତେଶ ଶର୍ମା କିଛି ବଡ଼ ଶଟ ଖେଳିବା ସହ ଦଳୀୟ ସ୍କୋରକୁ ଶ୍ରେୟସଙ୍କ ସହ ମିଶି ୯୭ ରନରେ ପହଞ୍ଚାଇଥିଲେ। କିନ୍ତୁ ୧୬ ବଲରେ ୨୪ ରନ କରିଥିବା ଜିତେଶଙ୍କୁ ଆଉଟ କରି ଆରୋନ ହାର୍ଡି ଭାରତକୁ ୫ମ ଝଟକା ଦେଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଆୟର ଓ ଅକ୍ଷର ସ୍ଥିତି ସମ୍ଭାଳିଥିଲେ। ଉଭୟ ୬ଷ୍ଠ ୱିକେଟ ପାଇଁ ୪୦ ରନ ଭାଗିଦାରୀ କରିଥିଲେ। ଏହି ୪୦ ରନ ଭାଗିଦାରୀରୁ ଅକ୍ଷର ୨୧ ବଲରେ ୩୧ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୪୩ ଥିବା ବେଳେ ଅକ୍ଷର ବଡ଼ ଶଟ ମାରିବାକୁ ଯାଇ ବେହର୍ନଡ୍ରଫଙ୍କ ବଲରେ ଆଉଟ ହୋଇଯାଇଥିଲେ।

୧୯ ଓଭର ସୁଦ୍ଧା ଭାରତର ସ୍କୋର ୧୪୫ ଥିଲା। ଶେଷ ଓଭରର ପ୍ରଥମ ୨ ବଲରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ଆୟର ଦଳର ସ୍କୋରକୁ ୧୫୦ ପାର କରାଇଥିଲେ। ଏଥିସହ ୩୬ ବଲରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଚୌକା ଓ ଛକା ଖାଇବା ପରେ ନାଥନ ଏଲିସ ୱାଇଡ ପକାଇଥିଲେ। ତେବେ ତୃତୀୟ ବଲରେ ସେ ଆୟର(୩୭ ବଲରେ ୫୩)ଙ୍କୁ ବୋଲ୍ଡ କରି ଭାରତକୁ ୭ମ ଝଟକା ଦେଇଥିଲେ। ୪ର୍ଥ ବଲରେ ଅର୍ଶଦୀପ ସିଂହ ଦୁଇ ରନ ନେଇଥିଲେ। ୫ମ ବଲରୁ ଭାରତକୁ ବାଇ ରୂପରେ ୧ ରନ ମିଳିଥିଲା। ଶେଷ ବଲର ସାମ୍ନା କରିଥିଲେ ରବି ବିଷ୍ଣୋଇ। ସେ ୨ ରନ ନେବା ଚକରରେ ରନ ଆଉଟ ହୋଇ ଯାଇଥିଲେ। ଏଥିସହ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୦ ରନରେ ଅଟକି ଯାଇଛି।  

T20 Cricket India Vs Australia Ind Vs Aus T20 Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe