Advertisment

୧୨.୨୫ କୋଟି ଟଙ୍କାରେ ବିକ୍ରି ହେଲେ ଶ୍ରେୟସ ଆୟର୍

ବେଙ୍ଗାଲୁରୁ: ଆରମ୍ଭ ହୋଇଛି ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍। ଅକ୍ସନର ପ୍ରଥମ ଦିନରେ ମାର୍କି ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜି। ୧୦ ମାର୍କି ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖାଯାଇଥିଲା। ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଥିବା ଆୟରଙ୍କୁ କୋଲକାତା ୧୨.୨୫ […]

ଅଦ୍ୟତନ ହୋଇଛି
୧୨.୨୫ କୋଟି ଟଙ୍କାରେ ବିକ୍ରି ହେଲେ ଶ୍ରେୟସ ଆୟର୍

iyer

Advertisment

ବେଙ୍ଗାଲୁରୁ: ଆରମ୍ଭ ହୋଇଛି ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍। ଅକ୍ସନର ପ୍ରଥମ ଦିନରେ ମାର୍କି ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜି। ୧୦ ମାର୍କି ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖାଯାଇଥିଲା।

Advertisment

ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଥିବା ଆୟରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି। ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପକ୍ଷରୁ ଖେଳିଥିଲେ। ସେ ମଧ୍ୟ ଦିଲ୍ଲୀ ଟିମର କ୍ୟାପଟେନ୍ ମଧ୍ୟ ରହିଆସିଥିଲେ। ହେଲେ ଚଳିତ ସଂସ୍କରଣ ପାଇଁ ସେ ନିଜକୁ ଟିମରୁ ରିଲିଜ୍ କରିନେଇଥିଲେ। ଏବେ ସେ କୋଲକାତାକୁ ଯାଇଥିବାରୁ ଏହି ଟିମର କ୍ୟାପଟେନ୍ ହୋଇପାରନ୍ତି।

https://twitter.com/IPL/status/1492395590499864579?s=20&t=kCb0iZp_RauiMlvfZUW57Q

Advertisment

ସେହିପରି ଅନ୍ୟ ଭାରତୀୟ ତଥା ଶିଖର ଧୱନ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମଧ୍ୟ ଭଲ ଦାମ ମିଳିଛି। ଅକ୍ସନର ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ଶିଖର ଧୱନ୍। ଧୱନଙ୍କୁ ପଞ୍ଜାବ କିଙ୍ଗସ୍ ୮.୨୫ କୋଟି ଟଙ୍କାରେ କିଣି ନେଇଛି। ସେହିପରି ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ।

https://twitter.com/IPL/status/1492394722274705409?s=20&t=kCb0iZp_RauiMlvfZUW57Q

ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ୭.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ତାଙ୍କୁ ପୁଣି କୋଲକାତା ନାଇଟ୍ ରାଇଡର୍ସ କିଣିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍ ବୋଲର କାଗିସୋ ରବାଡାଙ୍କୁ କିଣିଛି ପଞ୍ଜାବ କିଙ୍ଗସ୍। ଏହି ଫ୍ରାଞ୍ଚାଇଜି ପାଇଁ ରବାଡା ୯.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି।

https://twitter.com/IPL/status/1492391795648757762?s=20&t=kCb0iZp_RauiMlvfZUW57Q

ସେହିପରି ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମିଙ୍କୁ ୬.୨୫ କୋଟି ଟଙ୍କାରେ କିଣିଛି ଗୁଜରାଟ ଟାଇଟନ୍ସ। ପୂର୍ବରୁ ଶାମି ପଞ୍ଜାବ କିଙ୍ଗସ୍ ପକ୍ଷରୁ ଖେଳିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭେଟେରାନ୍ ତଥା ଚେନ୍ନାଇ ସୁପର୍ କିଙ୍ଗସର ନିୟମିତ ଓପ୍ନର ଫାଫ୍‌ ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି।

https://twitter.com/IPL/status/1492392008878804994?s=20&t=kCb0iZp_RauiMlvfZUW57Q

ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର ତଥା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଛି। ସେହିପରି ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ୬.୭୫ କୋଟି ଟଙ୍କାରେ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟ ଟିମ୍ ପାଇଁ ବିକ୍ରି ହୋଇଛନ୍ତି।

ଅଷ୍ଟ୍ରେଲିଆ ଟିମର ବାମହାତୀ ଓପ୍ନର ଡେଭିଡ୍ ୱାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସ ଟିମ ପାଇଁ ନିଲାମ ହୋଇଛନ୍ତି। ଦିଲ୍ଲୀ ୱାର୍ଣ୍ଣରଙ୍କୁ ୬.୨୫ କୋଟି ଟଙ୍କାରେ କିଣିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe