Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ସ୍କ୍ୱାଡରେ ଶ୍ରେୟସ ଆୟର

ଶୁକ୍ରବାର ଠାରୁ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଭାରତ ଏବେ ୪ ଟିକିଆ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

author-image
Hemant Lenka
Shreyas Iyer

Shreyas Iyer

ଷ୍ଟାର ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆର ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ସେ ଏବେ ଖୁବଶୀଘ୍ର ଦଳ ସହ ଯୋଗଦେବେ ବ୍ୟାକ ଇଞ୍ଜୁରୀ ଯୋଗୁ ଆୟର ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିଲେ। ଏବେ ସେ ସୁସ୍ଥ ହୋଇଯାଇଥିବାରୁ ଭାରତୀୟ ସ୍କ୍ୱାଡରେ ଯୋଗଦେବେ ବୋଲି ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଶୁକ୍ରବାର ଠାରୁ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଭାରତ ଏବେ ୪ ଟିକିଆ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

Advertisment

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ “ଭାରତୀୟ ବ୍ୟାଟର ଶ୍ରେୟସ ଆୟର ସଫଳତାର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବ ପ୍ରକ୍ରିୟା ଶେଷ କରିଛନ୍ତି। ସେ ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିଥିଲେ। ସେ ଏବେ ଫିଟ ଥିବା ବିସିସିଆଇ ମେଡିକାଲ ଟିମ୍‌ କହିଛନ୍ତି। ତେଣୁ ଅଷ୍ଟ୍ରେଲିଆର ବିପକ୍ଷ ମାଷ୍ଟରକାର୍ଡ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଦିଲ୍ଲୀରେ ଭାରତୀୟ ସ୍କ୍ୱାଡରେ ଯୋଗଦେବେ।”

ଆହତ ସମସ୍ୟା ଯୋଗୁ ଆୟର ପ୍ରାୟ ଗୋଟିଏ ମାସରୁ ଅଧିକ ସମୟ ହେଲା କ୍ରିକେଟ ଖେଳି ନାହାନ୍ତି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ସିଧାସଳଖ ସୁଯୋଗ ପାଉଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ସେ ଏବେ ହିଁ ଆହତ ସମସ୍ୟାରୁ ମୁକୁଳିଥିବାରୁ ୯୦ ଓଭର ଫିଲ୍ଡିଂ କରିପାରିବେ କି ନାହିଁ, ତା’ ମଧ୍ୟ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।

Advertisment

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, କେଏଲ ରାହୁଲ, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ, ଈଶାନ କିଶନ, ଆର ଅଶ୍ୱିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ସୂର୍ଯ୍ୟ କୁମାର ଯାଦବ।

Indian Cricket Team India Vs Australia Border-Gavaskar Trophy