Advertisment

ନିରାଶ ହେଲେ ସୂର୍ଯ୍ୟକୁମାର, ବାଜି ମାରିଲେ ଶ୍ରେୟସ୍ ଆୟର୍

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳାଯିବ। ଏହି ମ୍ୟାଚ୍ ଜରିଆରେ ଯୁବ ବ୍ୟାଟର୍ ଶ୍ରେୟସ ଆୟର୍ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବେ। ଏ ନେଇ ଆଜି ସୂଚନା ଦେଇଛନ୍ତି ଟିମ୍ ଇଣ୍ଡିଆର ଅନ୍ତରୀଣ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ। ମ୍ୟାଚର ପୂର୍ବଦିନ ଅର୍ଥାତ୍ ବୁଧବାର ଗଣମାଧ୍ୟମକୁ ଏହାର ସୂଚନା ଦେଇଛନ୍ତି ରାହାଣେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ନିରାଶ ହେବାକୁ […]

ନିରାଶ ହେଲେ ସୂର୍ଯ୍ୟକୁମାର, ବାଜି ମାରିଲେ ଶ୍ରେୟସ୍ ଆୟର୍

iyer

Advertisment

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳାଯିବ। ଏହି ମ୍ୟାଚ୍ ଜରିଆରେ ଯୁବ ବ୍ୟାଟର୍ ଶ୍ରେୟସ ଆୟର୍ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବେ। ଏ ନେଇ ଆଜି ସୂଚନା ଦେଇଛନ୍ତି ଟିମ୍ ଇଣ୍ଡିଆର ଅନ୍ତରୀଣ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ। ମ୍ୟାଚର ପୂର୍ବଦିନ ଅର୍ଥାତ୍ ବୁଧବାର ଗଣମାଧ୍ୟମକୁ ଏହାର ସୂଚନା ଦେଇଛନ୍ତି ରାହାଣେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

ପ୍ରଥମ ଟେଷ୍ଟରେ ବିରାଟ୍ କୋହଲି, ରୋହିତ୍ ଶର୍ମା ଓ ଋଷଭ ପନ୍ତ ବିଶ୍ରାମ ନେଇଛନ୍ତି। ତା’ଛଡ଼ା ଆହତ କାରଣରୁ ଲୋକେଶ ରାହୁଲ ମଧ୍ୟ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଶ୍ରେୟର ଆୟର କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ ଥିଲା। ଯେହେତୁ ଆୟର ପୂର୍ବରୁ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇଥିଲେ, ତେଣୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛି।

ଦୁଇ ନିୟମିତ ଓପ୍ନର ରୋହିତ ଓ ରାହୁଲଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କ ସହ ଶୁବମନ୍ ଗିଲ୍ ଓପନ୍ କରିବେ। ଯଦି ରାହୁଲ ଟେଷ୍ଟ ସିରିଜ୍ ଖେଳିଥାନ୍ତେ। ଗିଲ୍ ମିଡଲ୍ ଅର୍ଡରରେ ଖେଳିଥାନ୍ତେ। ଏବେ ରାହୁଲ୍ ଟେଷ୍ଟ ସିରିଜରୁ ହଟିଯିବା ପରେ ଗିଲ୍ ଓପନ୍ କରିବେ ଏବଂ ଆୟର୍ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ।

Advertisment

୨୦୧୭ରେ ସୀମିତ ଓଭର କ୍ରିକେଟରେ ଜରିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଆୟରଙ୍କୁ ଟେଷ୍ଟ ପଦାର୍ପଣ ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ୨୬ ବର୍ଷୀୟ ଏହି ମୁମ୍ବାଇ କ୍ରିକେଟର୍ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୪ ମ୍ୟାଚ୍ ଖେଳି ୫୨.୧୮ ହାରରେ ୪୫୯୨ ରନ୍ କରିଛନ୍ତି। ଆୟର ପ୍ରଥମଶ୍ରେଣୀ କ୍ରିକେଟରେ ୧୨ ଶତକ ମଧ୍ୟ ମାରିଛନ୍ତି।

ଟେଷ୍ଟ ସିରିଜ୍ ପାଇଁ ରାହୁଲଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସାମିଲ୍ କରାଯାଇଛି। ଉଭୟ ସୂର୍ଯ୍ୟକୁମାର ଓ ଆୟର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିଥିଲେ। ଯଦିଓ ସୂର୍ଯ୍ୟକୁମାର ପ୍ରଥମ ଟି-୨୦ରେ ଅର୍ଦ୍ଧଶତକ ମାରିଥିଲେ, କିନ୍ତୁ ବାକି ଦୁଇଟି ମ୍ୟାଚରେ ଫେଲ୍ ମାରିଥିଲେ। କିନ୍ତୁ ଆୟରଙ୍କ ବ୍ୟାଟରୁ ସେଭଳି ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ଭାରତ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe