Advertisment

ପ୍ରଥମ ଦିନକିଆର ଚୂଡ଼ାନ୍ତ ଏକାଦଶରେ ନଥିଲେ ଶ୍ରେୟସ ଆୟର, କିନ୍ତୁ...

ରୋହିତଙ୍କ ଫୋନ ଆସିବା ପୂର୍ବରୁ ଶ୍ରେୟସ ଆୟର ଗୋଟିଏ ସିନେମା ଦେଖୁଥିଲେ। ସେ ଚୂଡ଼ାନ୍ତ ଏକାଦଶରେ ନଥିବାରୁ ବିଳମ୍ବିତ ରାତି ଯାଏ ସିନେମା ଦେଖିବେ ବୋଲି ନିଷ୍ପତ୍ତି ନେଇଥିଲେ।

Iyer

Iyer

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତୀୟ ଟିମ ୪ ୱିକେଟରେ ଜିତି ନେଇଛି। ୨୪୯ ରନର ପିଛା କରୁଥିବା ଭାରତୀୟ ଟିମ ଶ୍ରେୟସ ଆୟର ଓ ଶୁବମନ ଗିଲଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ବେଶ ସହଜରେ ଟାର୍ଗେଟକୁ ହାସଲ କରିନେଇଛି। ଏଥିସହ ୩ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଏବେ ଦ୍ୱିତୀୟ ଦିନିକିଆ ଦଳ କଟକରେ ଖେଳିବ। ଏହି ମ୍ୟାଚ୍‌ ଜିତିଲେ ସିରିଜ ମଧ୍ୟ କବଜା ହୋଇଯିବ।

Advertisment

ତେବେ ପ୍ରଥମ ଦିନିକିଆକୁ ନେଇ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନିଜ ଦିନିକିଆ କ୍ୟାରିୟରର ୧୯ତମ ଅର୍ଦ୍ଧଶତକ ହାସଲ କରି ମ୍ୟାଚ୍‌ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ରେୟସ ଆୟର ପ୍ରକୃତରେ ଚୂଡ଼ାନ୍ତ ଏକାଦଶରେ ନଥିଲେ। ତାଙ୍କୁ ନାଗପୁର ଦିନିକିଆରେ ନ ଖେଳାଇବା ପାଇଁ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିଲା। ହେଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଶେଷ ମୁହୂର୍ତ୍ତରେ ଶ୍ରେୟସଙ୍କୁ କଲ କରି ନାଗପୁର ଦିନିକିଆରେ ସେ ଖେଳୁଥିବା କହିଥିଲେ।

ରୋହିତଙ୍କ ଫୋନ ଆସିବା ପୂର୍ବରୁ ଶ୍ରେୟସ ଆୟର ଗୋଟିଏ ସିନେମା ଦେଖୁଥିଲେ। ସେ ଚୂଡ଼ାନ୍ତ ଏକାଦଶରେ ନଥିବାରୁ ବିଳମ୍ବିତ ରାତି ଯାଏ ସିନେମା ଦେଖିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ହଠାତ୍‌ ରଣନୀତି ବଦଳିବାରୁ ଶ୍ରେୟସ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ସେ ଏହି ସୁଯୋଗର ଫାଇଦା ଉଠାଇ ନିଜ ଦିନିକିଆ କ୍ୟାରିୟରରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଆୟରଙ୍କ ବଦଳରେ ବିରାଟ କୋହଲି ଚୂଡ଼ାନ୍ତ ଏକାଦଶରେ ରହିଥିଲେ। କିନ୍ତୁ ବିରାଟଙ୍କ ଆଣ୍ଠୁରେ ସମସ୍ୟା ଦେଖା ଯିବାରୁ ଆୟରଙ୍କୁ ସୁଯୋଗ ମିଳିଥିଲା।

Advertisment

ଭାରତ ୨୪୯ ରନର ପିଛା କରୁଥିବା ବେଳେ ୧୯ ରନରେ ୨ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଆୟର ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଆରମ୍ଭରୁ କାଉଣ୍ଟର ଆଟାକ କରିଥିଲେ। ୨ଟି ବଡ଼ ଛକା ଓ ୯ଟି ଚୌକା ବଳରେ ସେ ୩୬ ବଲରେ ବିସ୍ଫୋରକ ୫୯ ରନର ଇନିଂସ ଖେଳିଥିଲେ। ଶ୍ରେୟସଙ୍କ ଦମଦାର ବ୍ୟାଟିଂ ଯୋଗୁ ଇଂଲଣ୍ଡ ସପକ୍ଷରେ ବହୁଥିବା ପବନ ସିଧା ଭାରତକୁ ଆଡ଼କୁ ଚାଲି ଆସିଥିଲା। ଆୟରଙ୍କ ବ୍ୟତୀତ ଶୁବମନ ଗିଲ ମଧ୍ୟ ୮୭ ରନର ଇନିଂସ ଖେଳିଛନ୍ତି। ଏଥିଯୋଗୁ ଭାରତୀୟ ଟିମ ୩୮.୪ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ନାଟକୀୟ ଢଙ୍ଗରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଶ୍ରେୟସ ଆୟର କହିଛନ୍ତି, “ଏହା ଗୋଟିଏ ଚମତ୍କାର କାହାଣୀ। ବୁଧବାର ରାତିରେ ମୁଁ ଗୋଟିଏ ସିନେମା ଦେଖୁଥିଲି। ମୁଁ ରାତି ତମାମ ଏହି ସିନେମାକୁ ଦେଖିବି ବୋଲି ନିଷ୍ପତ୍ତି ନେଇଥିଲି। କିନ୍ତୁ ଫିଲ୍ମ ଦେଖୁଥିବା ବେଳେ ଅଧିନାୟକଙ୍କ ଫୋନ ଆସିଥିଲା। ସେ ମୋତେ କହିଥିଲେ ଯେ ତୁମେ ଗୁରୁବାର ଖେଳିପାର। କାରଣ ବିରାଟଙ୍କ ଆଣ୍ଠୁରେ ସମସ୍ୟା ଦେଖାଦେଇଛି। ଏହା ଶୁଣିବା ପରେ ମୁଁ ତରବରିଆ ଭାବେ ମୋ ରୁମକୁ ଚାଲି ଯାଇଥିଲି। ସିଧା ଯାଇ ଶୋଇ ପଡ଼ିଥିଲି। ମୁଁ ପ୍ରଥମ ମ୍ୟାଚରେ ଖେଳିବାର ସମ୍ଭାବନା ନଥିଲା। ଦୁର୍ଭାଗ୍ୟବଶତଃ ବିରାଟ ଆହତ ହୋଇଥିଲେ ଓ ମୁଁ ସୁଯୋଗ ପାଇଥିଲି। କିନ୍ତୁ ମୁଁ ନିଜକୁ ମ୍ୟାଚ୍ ପାଇଁ ପ୍ରସ୍ତୁତ କରି ରଖିଥିଲି। କାରଣ ମୁଁ ଜାଣିଥିଲି ଯେକୌଣସି ସମୟରେ ମୁଁ ଖେଳିବା ପାଇଁ ସୁଯୋଗ ପାଇପାରେ।”

ଆୟର ଆହୁରି କହିଛନ୍ତି, “ଗତବର୍ଷ ଏସିଆ କପ ବେଳେ ମଧ୍ୟ ମୋ ସହ ସମାନ ଘଟଣା ଘଟିଥିଲା। ମୁଁ ଆହତ ହୋଇଥିଲି ଓ ମୋ ସ୍ଥାନରେ ଆଉ ଜଣେ ଖେଳି ଶତକ ମାରିଥିଲେ।”

ଆୟର ଘରୋଇ କ୍ରିକେଟ ଖେଳିବାକୁ ପୂର୍ବରୁ କୁଣ୍ଠାବୋଧ ପ୍ରକାଶ କରୁଥିବାରୁ ତାଙ୍କୁ ଅନେକ ସମୟରେ ସମାଲୋଚନା ହେବାକୁ ପଡ଼ିଥିଲା। ହେଲେ ଘରୋଇ କ୍ରିକେଟ ଯୋଗୁ ଶ୍ରେୟସ ଚମତ୍କାର ପ୍ରଦର୍ଶନ କରିପାରିଥିବା କହିଛନ୍ତି। ସେ କହିଛନ୍ତି, “ସତ କଥା କହିବାକୁ ଗଲେ ମୁଁ ଘରୋଇ କ୍ରିକେଟ ଖେଳିଥିଲି। ଏହା ମୋତେ ଅନେକ କିଛି ଶିକ୍ଷା ଦେଇଛି ଓ କେମିତି ଇନିଂସ ଆଗକୁ ନେବାକୁ ହୁଏ, ସେକଥା ବୁଝାଇଛି। ଏହା ମୋ ଫିଟନେସକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଛି।”

ଚଳିତ ରଣଜୀ ସିଜିନରେ ଶ୍ରେୟସ ଆୟର ଗୋଟିଏ ଡବଲ ଟନ ସହ ଏକାଧିକ ଶତକ ମାରିଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ସୟିଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି ମଧ୍ୟ ଜିତିଥିଲା। ଇଂଲଣ୍ଡ ବିପକ୍ଷ ଦିନିକିଆରେ ଆୟର କ୍ରିଜକୁ ଆସିବା କ୍ଷଣି ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ମିଡ ୱିକେଟରେ ଛକା ମାରିଥିଲେ।

ଏହାପରେ ତାଙ୍କ ବ୍ୟାଟରୁ ଥାର୍ଡମ୍ୟାନ ଅଞ୍ଚଳରେ ଆଉ ଏକ ଛକା ଦେଖିବାକୁ ମିଳିଥିଲା। ଆୟର ସ୍ୱତନ୍ତ୍ର ଭାବେ ପେସ୍‌ ବୋଲିଂ ଆଟାକର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ଆସିଥିଲେ। ତାଙ୍କ ଇନିଂସରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା।

Indian Cricket Team India Vs England Team India Shreyas Iyer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe