Advertisment

ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ମିଳିବ ଉପହାର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିୟମିତ କ୍ୟାପଟେନ୍ ଶ୍ରେୟସ ଆୟର୍ ଆହତ କାରଣରୁ ଆଇପିଏଲର ଚଳିତ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ପୂରା ପ୍ରାପ୍ୟ ମିଳିବ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଆଇପିଏଲର ୧୪ଶ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ଏପ୍ରିଲ୍ ୮ ତାରିଖରେ ଆୟରଙ୍କ କାନ୍ଧର ସର୍ଜରୀ ହେବ ଏବଂ ଏଥିପାଇଁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ […]

ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ମିଳିବ ଉପହାର

Shreyas-Iyer

Advertisment

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିୟମିତ କ୍ୟାପଟେନ୍ ଶ୍ରେୟସ ଆୟର୍ ଆହତ କାରଣରୁ ଆଇପିଏଲର ଚଳିତ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ପୂରା ପ୍ରାପ୍ୟ ମିଳିବ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଆଇପିଏଲର ୧୪ଶ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ଏପ୍ରିଲ୍ ୮ ତାରିଖରେ ଆୟରଙ୍କ କାନ୍ଧର ସର୍ଜରୀ ହେବ ଏବଂ ଏଥିପାଇଁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନିର୍ଦ୍ଧାରିତ ସମୟରେ ଫିଟ୍ ହୋଇପାରିବେ ନାହିଁ।

Advertisment

ଆଇପିଏଲର ପ୍ରତି ସିଜନ୍ ପାଇଁ ଆୟରଙ୍କୁ ୭ କୋଟି ଟଙ୍କା ମିଳିଥାଏ ଏବଂ ଖେଳାଳି ଇନ୍ସ୍ୟୁରାନ୍ସ ସ୍କିମ୍ ଆଧାରରେ ତାଙ୍କୁ ଚଳିତ ସିଜନର ପୂରା ପ୍ରାପ୍ୟ ମିଳିବ। ଏହି ଇନ୍ସ୍ୟୁରାନ୍ସ ପଲିସୀ କେବଳ ସମସ୍ତ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ପାଇଁ ଧାର୍ଯ୍ୟ ହୋଇଛି। ଏହି ସ୍କିମର ଆରମ୍ଭ ୨୦୧୧ରେ ଅର୍ଥାତ୍ ଆଇପିଏଲର ଚତୁର୍ଥ ସିଜନରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ବିସିସିଆଇ ସଚିବ ଏନ୍ ଶ୍ରୀନିବାସନ୍ ଭାରତୀୟ ଖେଳାଳିଙ୍କ ସହ ବୈଠକ କରିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଥିଲେ।

ଯଦି କୌଣସି ଖେଳାଳି ଆହତ କିମ୍ବା ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଆଇପିଏଲ୍ ଖେଳିବା ପାଇଁ ଉପଲବ୍ଧ ନହୁଅନ୍ତି, ତାହେଲେ ଇନ୍ସ୍ୟୁରାନ୍ସ ସ୍କିମ୍ ଅନୁଯାୟୀ ସେହି ଖେଳାଳିଙ୍କୁ କ୍ଷତିପୂରଣ ଦିଆଯିବ। ଏହି ସ୍କିମନ୍ ଅନୁଯାୟୀ, ଯଦି କୌଣସି ଖେଳାଳି ଜାତୀୟ ଦଳର ପ୍ରତିନିଧିତ୍ୱ କରୁଥିବା ବେଳେ ଆଘାତପ୍ରାପ୍ତ ହୁଅନ୍ତି କିମ୍ବା ଆଇପିଏଲର ପ୍ରାରମ୍ଭିକ କିମ୍ବା ପୂରା ସିଜନରୁ ବାଦ୍ ପଡ଼ନ୍ତି, ତାହେଲେ ସେ ଏହି କ୍ଷତିପୂରଣ ପାଇଁ ଯୋଗ୍ୟ ହୋଇପାରିବେ।

Advertisment

ଆୟର୍ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଆଘାତ କାରଣରୁ ବାଦ୍ ପଡ଼ିଛନ୍ତି। ଯାହା ଫଳରେ ଆୟର୍ ଏହି ଇନ୍ସ୍ୟୁରାନ୍ସ ସ୍କିମ୍ ଆଧାରରେ ପୂରା ଆଇପିଏଲ୍ ପ୍ରାପ୍ୟ ପାଇବାକୁ ହକଦାର। ଏହି ସ୍କିମ୍ କୌଣସି ଅଣ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ପୂର୍ବରୁ ଈଶାନ୍ତ ଶର୍ମା, ଆଶିଷ ନେହରା ଓ ଜାହିର୍ ଖାନ୍ ଏହି ସ୍କିମ ଦ୍ୱାରା ଲାଭ ପାଇସାରିଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe