Advertisment

ପଦାର୍ପଣରେ ଶତକ ମାରିଲେ ଆୟର୍

କାନପୁର: ଯୁବ ପ୍ରତିଭାଶାଳୀ ବ୍ୟାଟର୍ ଶ୍ରେୟସ୍ ଆୟର ନିଜର ପଦାର୍ପଣ ଟେଷ୍ଟରେ ଶତକ ମାରିଛନ୍ତି। ଏଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚାଲିଥିବା ପ୍ରଥମ ଟେଷ୍ଟରେ ଡେବ୍ୟୁ କରିଥିବା ଶ୍ରେୟସ ଏହି ଶତକ ମାରି ଏଲିଟ୍ ତାଲିକାରେ ସ୍ଥାନ ପାଇଛନ୍ତି। ସେ ମାତ୍ର ୧୫୭ ବଲରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଗୁରୁବାର ପ୍ରଥମ ଦିବସରେ ଶ୍ରେୟସ ଏଭଳି ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ, ଯେଉଁ ସମୟରେ ଭାରତ ସଂକଟରେ ପଡ଼ିଥିଲା। ହେଲେ ଆୟର୍ ବିଶ୍ୱର ଏକ ନମ୍ବର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପଦାର୍ପଣରେ ଶତକ ମାରିଲେ ଆୟର୍

iyer

କାନପୁର: ଯୁବ ପ୍ରତିଭାଶାଳୀ ବ୍ୟାଟର୍ ଶ୍ରେୟସ୍ ଆୟର ନିଜର ପଦାର୍ପଣ ଟେଷ୍ଟରେ ଶତକ ମାରିଛନ୍ତି। ଏଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚାଲିଥିବା ପ୍ରଥମ ଟେଷ୍ଟରେ ଡେବ୍ୟୁ କରିଥିବା ଶ୍ରେୟସ ଏହି ଶତକ ମାରି ଏଲିଟ୍ ତାଲିକାରେ ସ୍ଥାନ ପାଇଛନ୍ତି। ସେ ମାତ୍ର ୧୫୭ ବଲରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି।

Advertisment

ଗୁରୁବାର ପ୍ରଥମ ଦିବସରେ ଶ୍ରେୟସ ଏଭଳି ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ, ଯେଉଁ ସମୟରେ ଭାରତ ସଂକଟରେ ପଡ଼ିଥିଲା। ହେଲେ ଆୟର୍ ବିଶ୍ୱର ଏକ ନମ୍ବର ଟେଷ୍ଟ ଟିମର ବୋଲିଂ ଆଟାକକୁ ଦୃଢ଼ତାର ସହ ସାମ୍ନା କରିଥିଲେ ଏବଂ ଧୀରେ ଧୀରେ ନିଜ ଇନିଂସକୁ ଆଗକୁ ବଢ଼ାଇଥିଲେ। ସେ ୯୪ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ସେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ ଦେଖାଇଥିଲେ। ତେବେ ସେ ପରବର୍ତ୍ତୀ ୬୪ ବଲରେ ଆଉ ୫୦ ରନ୍ କରି ସେଞ୍ଚୁରୀ ହାସଲ କରିଥିଲେ।

https://twitter.com/AbdullahNeaz/status/1464093629102768129?s=20

ଆୟରଙ୍କ ଶତକ ବଳରେ ଭାରତ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ମଜଭୁତ୍ ସ୍କୋର ଛିଡ଼ା କରିବାରେ ସଫଳ ହୋଇଛି। ଶେଷ ଖବର ଲେଖା ହେଲା ବେଳକୁ ଭାରତ ୬ ୱିକେଟ୍ ହରାଇ ୨୯୨ ରନ୍ କରିଛି। ଆୟର୍ ୧୦୪ (୧୩ ଚୌକା, ୨ ଛକା) ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ ରନରେ ବ୍ୟାଟିଂ କରୁଛନ୍ତି। ରବୀନ୍ଦ୍ର ଜାଡେଜା ୫୦ ଓ ଋଦ୍ଧିମାନ ସାହା ୧ ରନ୍ କରି ଆଉଟ୍ ହୋଇଛନ୍ତି।

Advertisment

https://twitter.com/BCCI/status/1464094358014025729?s=20

ଆୟର୍ ଭାରତର ୧୬ଶ ଖେଳାଳି ଭାବେ ପଦାର୍ପଣ ଟେଷ୍ଟରେ ଶତକ ମାରିଛନ୍ତି। ପଦାର୍ପଣରେ ଶତକ ମାରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଲେ ଲାଲା ଅମରନାଥ। ଯିଏ ୧୯୩୩ରେ ଇଂଲଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ। ତେବେ ଶେଷଥର ଲାଗି ପୃଥ୍ୱୀ ଶ' ୨୦୧୮ରେ ପଦାର୍ପଣ ଟେଷ୍ଟରେ ଶତକ ମାରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦୀପକ ଶୋଧନ, ଏଜି କ୍ରିପାଲ ସିଂହ, ଆବାସ ଅଲୀ ବେଗ୍, ହନୁମନ୍ତ ସିଂହ, ଗୁଣ୍ଡାପ୍ପା ବିଶ୍ୱନାଥ, ସୁରେନ୍ଦ୍ର ଅମରନାଥ, ମହମ୍ମଦ ଆଝାରୁଦ୍ଦିନ, ପ୍ରବୀଣ ଆମ୍ରେ, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହ୍ୱାଗ‍, ସୁରେଶ ରାଇନା, ଶିଖର ଧୱନ୍, ରୋହିତ୍ ଶର୍ମା ମଧ୍ୟ ନିଜ ନିଜର ପ୍ରଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ।