Advertisment

ଶୁବମନ ମାରିଲେ ପ୍ରଥମ ଟେଷ୍ଟ ଶତକ

ଢାକା: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ମାରିଛନ୍ତି ଶୁବମନ ଗିଲ୍। ଟେଷ୍ଟ କ୍ରିକେଟରେ ଏହା ହେଉଛି ଶୁବମନଙ୍କ ପ୍ରଥମ ଶତକ। ୧୪୭ଟି ବଲ୍‌ରେ ସେ ଏହି ଶତକ ହାସଲ କରିଥିଲେ। ତେବେ ଶତକ ହାସଲ ପରେ ଆଉ ଅଧିକ ସମୟ ରହିପାରି ନଥିଲେ। ଆଉ ୫ଟି ବଲ୍ ଖେଳିବା ପରେ ସେ ଆଉଟ୍ ହୋଇଯାଇଥିଲେ। ୧୫୨ଟି ବଲ୍‌ରୁ ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ସେ ୧୧୦ ରନ୍ କରିଥିଲେ। ମେହଦୀ […]

ଅଦ୍ୟତନ ହୋଇଛି
ଶୁବମନ ମାରିଲେ ପ୍ରଥମ ଟେଷ୍ଟ ଶତକ

ShubamanGill

Advertisment

ଢାକା: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ମାରିଛନ୍ତି ଶୁବମନ ଗିଲ୍। ଟେଷ୍ଟ କ୍ରିକେଟରେ ଏହା ହେଉଛି ଶୁବମନଙ୍କ ପ୍ରଥମ ଶତକ।
୧୪୭ଟି ବଲ୍‌ରେ ସେ ଏହି ଶତକ ହାସଲ କରିଥିଲେ। ତେବେ ଶତକ ହାସଲ ପରେ ଆଉ ଅଧିକ ସମୟ ରହିପାରି ନଥିଲେ। ଆଉ ୫ଟି ବଲ୍ ଖେଳିବା ପରେ ସେ ଆଉଟ୍ ହୋଇଯାଇଥିଲେ।

Advertisment

୧୫୨ଟି ବଲ୍‌ରୁ ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ସେ ୧୧୦ ରନ୍ କରିଥିଲେ। ମେହଦୀ ହାସନ ମିରଜାଙ୍କ ବଲ୍‌ରେ ସେ ମହମଦୁଲା ହାସନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୨୦ ରନ୍ କରି ଆଉଟ୍ ହୋଇଯାଇଥିଲେ ଶୁବମନ।

ଦ୍ୱାଦଶ ତମ ଟେଷ୍ଟ ମ୍ୟାଚ୍‌ର ୨୩ତମ ଇନିଂସ୍‌ରେ ଶୁବମନ ମେଡେନ୍ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ଟେଷ୍ଟ କ୍ରିକେଟ୍‌ରେ ୪ଟି ଅର୍ଦ୍ଧଶତକ ମାରିଥିଲେ। ୨୦୨୦ ଡିସେମ୍ବର ୨୬ରେ ସେ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ।

Advertisment

ଅନ୍ୟପକ୍ଷରେ ଭାରତ ପାଇଁ ଏଯାବତ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଶୁବମନ। ଦିନିକିଆରେ ସେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ କରିଛନ୍ତି। ସେହିପରି ୭୪ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବା ଶୁବମନ ସେଥିରେ ୧୪ଟି ଅର୍ଦ୍ଧଶତକ ମାରିଛନ୍ତି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୪୦୪ ରନ୍ କରିଥିବା ବେଳେ ବାଂଲାଦେଶ ୧୫୦ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ହରାଇ ୨୫୮ ରନ୍ କରିବା ପରେ ପାଳି ଘୋଷଣା କରିଛି। ଚେତେଶ୍ୱର ପୂଜାରା ବି ଶତକ ମାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe