Advertisment

ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିବେ ଏହି ୨୬ ବର୍ଷୀୟ ଖେଳାଳି, ସଙ୍କେତ ଦେଲେ ଗିଲ୍‌

ଅର୍ଶଦୀପ ସିଂହ ଫିଟ ହୋଇ ସାରିଥିବାରୁ କମ୍ବୋଜଙ୍କ ସ୍ଥାନରେ ସେ ୫ମ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ପାଇଁ ୬୩ଟି ଟି-୨୦ ଖେଳି ଅର୍ଶଦୀପ ୯୯ଟି ଓ ୯ଟି ଦିନିକିଆରେ ୧୪ଟି ସଫଳତା ପାଇଛନ୍ତି।

Gill

Gill

Advertisment

ଆସନ୍ତାକାଲି ଠାରୁ ଲଣ୍ଡନର ଦ ଓଭାଲରେ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌। ଏହି ଟେଷ୍ଟରେ ବାମହାତୀ ଦ୍ରୁତ ବୋଲର ୨୬ ବର୍ଷୀୟ ଅର୍ଶଦୀପ ସିଂହ ଡେବ୍ୟୁ କରିବାର ସମ୍ଭାବନା ରହିଛି। ଏନେଇ ଆଜି ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁବମନ ଗିଲ ବଡ଼ ସଙ୍କେତ ଦେଇଛନ୍ତି।

Advertisment

ଭାରତ ପାଇଁ ପୂର୍ବରୁ ଟି-୨୦ ଓ ଦିନିକିଆରେ ଅର୍ଶଦୀପ ସିଂହ ଡେବ୍ୟୁ କରି ସାରିଛନ୍ତି। ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ସେ ନାଲି ବଲ କ୍ରିକେଟରେ ଭାରତ ପାଇଁ ଡେବ୍ୟୁ କରିବା ନିଶ୍ଚିତ ଥିଲା। କିନ୍ତୁ ଆହତ ସମସ୍ୟା ଯୋଗୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା। ତାଙ୍କ ବଦଳରେ ପୂର୍ବରୁ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ନଥିବା ଅଂଶୁଲ କମ୍ବୋଜଙ୍କୁ ଭାରତରୁ ଡକା ଯାଇଥିଲା ଓ ସେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।

ଏବେ ଅର୍ଶଦୀପ ସିଂହ ଫିଟ ହୋଇ ସାରିଥିବାରୁ କମ୍ବୋଜଙ୍କ ସ୍ଥାନରେ ସେ ୫ମ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ପାଇଁ ୬୩ଟି ଟି-୨୦ ଖେଳି ଅର୍ଶଦୀପ ୯୯ଟି ଓ ୯ଟି ଦିନିକିଆରେ ୧୪ଟି ସଫଳତା ପାଇଛନ୍ତି।

Advertisment

ଅର୍ଶଦୀପ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାର ସଙ୍କେତ ଆଜି ଅଧିନାୟକ ଗିଲ ସାମ୍ବାଦିକ ସମ୍ମିଳନୀ ବେଳେ ଦେଇଛନ୍ତି। ସେହିପରି ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଦୁଇ ପ୍ରମୁଖ ସ୍ପିନର ଭାବେ ରହିବେ ବୋଲି ଗିଲ ନିଶ୍ଚିତ କରିଛନ୍ତି। ଏହାର ଅର୍ଥ କୁଲଦୀପ ଯାଦବ ବାକି ୪ ମ୍ୟାଚ୍‌ ଭଳି ଆସନ୍ତାକାଲି ମଧ୍ୟ ବେଞ୍ଚରେ ବସିବେ।

ଅର୍ଶଦୀପ କ’ଣ ଡେବ୍ୟୁ କରିବେ ଓ ଇଂଲଣ୍ଡ ତା’ର ପ୍ରମୁଖ ସ୍ପିନର ଲିଆମ ଡାୱସନଙ୍କୁ ୫ମ ଟେଷ୍ଟରୁ ବାଦ ଦେବା ପ୍ରସଙ୍ଗରେ ଗିଲଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଗିଲ କହିଛନ୍ତି, “ଅର୍ଶଦୀପ ସିଂହଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କିନ୍ତୁ ପିଚ୍‌କୁ ଦେଖିବା ପରେ ଆମେ ଚୂଡ଼ାନ୍ତ ଏକାଦଶ ଉପରେ ନିଷ୍ପତ୍ତି ନେବୁ। ଇଂଲଣ୍ଡ ତା’ର ପ୍ରମୁଖ ସ୍ପିନରଙ୍କ ବିନା ମ୍ୟାଚ ଖେଳିବ।

ଜ୍ୟାକବ ବେଥେଲ ଓ ଜୋ ରୁଟ ସେମାନଙ୍କ ପାଖରେ ସ୍ପିନର ବିକଳ୍ପ ଭାବେ ରହିଛନ୍ତି। ଆମ ପାଖରେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ସେମାନେ ଉଭୟ ବଲ ଓ ବ୍ୟାଟରେ ନିଜ ଦକ୍ଷତା ଦେଖାଇ ଚାଲିଛନ୍ତି।”

ଭାରତ ସ୍ପେଶାଲିଷ୍ଟ ବୋଲରଙ୍କ ବନା ୮ନମ୍ବର ଯାଏ ବ୍ୟାଟିଂକୁ ପ୍ରାଧାନ୍ୟ ଦେଉଥିବା ପ୍ରଶ୍ନରେ ଗିଲ କହିଛନ୍ତି, “ୱାଶିଂଟନ ଏମିତି ଜଣେ ଖେଳାଳି ଯିଏ ଆମକୁ ବୋଲିଂରେ ବେସ ନିୟନ୍ତ୍ରଣ ଆଣି ଦେଉଛନ୍ତି। ତାଙ୍କ ବ୍ୟାଟିଂ ଆମ ପାଇଁ ବଡ଼ ଫାଇଦା ଆଣି ଦେଉଛି। ତାଙ୍କ ଭଳି ଖେଳାଳି ଦଳରେ ରହିଥିବାରୁ ଆମେ ଭାଗ୍ୟବାନ। ସେ ବିପର୍ଯ୍ୟୟକୁ ରୋକି ପାରିବେ।”

ଯଶପ୍ରୀତ ବୁମ୍ରା ଆସନ୍ତାକାଲି ଖେଳିବେ କି ନାହିଁ, ସେକଥା ଗିଲ ନିଶ୍ଚିତ କରି ନାହାନ୍ତି। ୱିକେଟ ବେଶ ସବୁଜ ରହିଛି। ଆମେ ଏହା ଉପରେ ଆସନ୍ତାକାଲି ନିଷ୍ପତ୍ତି ନେବୁ ବୋଲି ଗିଲ କହିଛନ୍ତି।

India Vs England Test Shubman Gill Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe