/odisha-reporter/media/post_attachments/uploadimage/library/16_9/16_9_0/Gill_1751726907.jpg)
Gill
ଇଂଲଣ୍ଡ ମାଟିରେ ଭାରତୀୟ ଟେଷ୍ଟ ଟିମ କ୍ୟାପ୍ଟେନ ଶୁବମନ ଗିଲଙ୍କ ଜଲୱା। ପ୍ରଥମ ଇନିଂସରେ ରେକର୍ଡ ବ୍ରେକିଂ ୨୬୯ ରନ କରିଥିବା ଗିଲ ଦ୍ୱିତୀୟ ଇନିଂସରେ ମଧ୍ୟ କମାଲ କରିଛନ୍ତି। ଦ୍ୱିତୀୟ ଇନିଂସରେ ମଧ୍ୟ ତାଙ୍କ ବ୍ୟାଟରୁ ବାହାରିଛି ଶତକ।
ଭାରତର ୩୭ତମ ଟେଷ୍ଟ କ୍ୟାପ୍ଟେନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ସେ ଶୋଏବ ବଶିରଙ୍କ ବଲରେ ୧ ରନ କରି ନିଜ ଟେଷ୍ଟ କ୍ୟାରିୟରର ୯ମ ଶତକ ହାସଲ କରିଛନ୍ତି। ଏହି ଶତକୀୟ ଇନିଂସରେ ସେ ୧୨୯ ବଲର ସାମ୍ନା କରି ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଶତକ ମାରିବା ପରେ ମଧ୍ୟ ସେ ନିଜ ବ୍ୟାଟିଂ ଜାରି ରଖିଛନ୍ତି। ପ୍ରଥମ ଇନିଂସରେ ସେ ୩୮୭ ବଲରେ ୨୬୯ ରନର ଇନିଂସ ଖେଳିଥିଲେ। ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ସେ ୧୪୭ ରନ କରିଥିଲେ।
ଗିଲ ଭାରତର ତୃତୀୟ ଟେଷ୍ଟ କ୍ୟାପ୍ଟେ ଭାବେ ଉଭୟ ଇନିଂସରେ ଶତକ ମାରିବାର ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୭୮ରେ ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷ କୋଲକାତା ଟେଷ୍ଟରେ ଓ ୨୦୧୪ରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିଲେ। ଏବେ ଗିଲ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଛନ୍ତି।
ଅନ୍ୟପକ୍ଷରେ ଗିଲ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସର୍ବକାଳୀନ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। ୨୫ ବର୍ଷୀୟ ଗିଲ ଦ୍ୱିତୀୟ ଇନିଂସରେ ୭୭ ରନ କରିବା କ୍ଷଣି ଗାଭାସ୍କରଙ୍କ ରେକର୍ଡକୁ ଅତିକ୍ରମ କରି ଯାଇଥିଲେ। ଗିଲ ଏବେ ଭାରତ ପାଇଁ କୌଣସି ଟେଷ୍ଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି।
ତାଙ୍କ ପୂର୍ବରୁ ଏହି ରେକର୍ଡ ଗାଭାସ୍କରଙ୍କ ନାଁରେ ଥିଲା। ୧୯୭୧ରେ ପୋର୍ଟ ଅଫ ସ୍ପେନରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟରେ ୩୪୪ ରନ କରିଥିଲେ। ହେଲେ ଗିଲ ଏବେ ୩୫୦ରୁ ଅଧିକ ରନ କରି ସାରିଲେଣି।
ପୋର୍ଟ ଅଫ ସ୍ପେନରେ ଗାଭାସ୍କର ପ୍ରଥମ ଇନିଂସରେ ୧୨୪ ଓ ଦ୍ୱିତୀୟ ଇନିଂସରେ ୨୨୦ ରନ ରନ କରିଥିଲେ। ଗିଲ ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ବ୍ୟାଟିଂ କରୁଛନ୍ତି। ଭାରତର ମୋଟ ୧୦ ଜଣ ବ୍ୟାଟର ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ୩୦୦ରୁ ଅଧିକ ରନ କରିଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ଉପରେ ରହିଛନ୍ତି ଗିଲ୍।
ଗିଲ ଓ ଭାଗାସ୍କରଙ୍କ ବ୍ୟତୀତ ଭିଭିଏସ୍ ଲକ୍ଷ୍ମଣ ୩୪୦ ରନ, ସୌରଭ ଗାଙ୍ଗୁଲି ୩୩୦ ରନ, ବୀରେନ୍ଦ୍ର ସେହୱାଗ ୩୧୯, ବୀରେନ୍ଦ୍ର ସେହୱାଗ ୩୦୯, ରାହୁଲ ଡ୍ରାଭିଡ ୩୦୫, କରୁଣ ନାୟର ୩୦୩, ରୋହିତ ଶର୍ମା ୩୦୩ ଓ ସଚିନ ତେନ୍ଦୁଲକର ୩୦୧ ରନ କରିଥିଲେ।
ଗିଲ ଭାରତ ପାଇଁ ଗୋଟିଏ ଟେଷ୍ଟରେ ସର୍ବାଧିକ ରନ କରିଥିଲେ ହେଁ ବିଶ୍ୱର ୧ନଂ ତାଲିକାରେ ଇଂଲଣ୍ଡର ପୂର୍ବତନ କ୍ୟେପ୍ଟେନ ଗ୍ରାହାମ ଗୁଚ ରହିଛନ୍ତି। ସେ ୧୯୯୦ରେ ଭାରତ ବିପକ୍ଷ ଲର୍ଡସ ଟେଷ୍ଟରେ ୪୫୬ ରନ କରିଥିଲେ। ସେ ପ୍ରଥମ ଇନିଂସରେ ୩୩୩ ରନ ଓ ଦ୍ୱିତୀୟ ଇନିଂସରେ ୧୨୩ ରନ କରିଥିଲେ। ଗ୍ରାହାମଙ୍କ ପଛରୁ ଅଷ୍ଟ୍ରେଲିଆର ମାର୍କ ଟେଲର ୪୨୬ ରନ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୪୨୪ ରନ ଓ ବ୍ରାଏନ ଲାରା ୪୦୦ ରନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
