Advertisment

ସେନା ଦେଶରେ ଗିଲଙ୍କ ରେକର୍ଡ ବ୍ରେକିଂ ଡବଲ ଟନ୍‌

ଇଂଲଣ୍ଡ ବିପକ୍ଷ ସିରିଜକୁ ଆସିବାର ଠିକ ପୂର୍ବରୁ ଗିଲଙ୍କୁ ଭାରତୀୟ ଟେଷ୍ଟ କମାଣ ଧରାଇ ଦିଆଯାଇଥିଲା। କିନ୍ତୁ ତାଙ୍କ ବ୍ୟାଟିଂ ଆଭରେଜ ମାତ୍ର ୨୫.୭ ରହିଥିଲା। ସେ କେବଳ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଇଂଲଣ୍ଡ ମାଟିରେ ପାଦ ଦେବା କ୍ଷଣି ସେ ନିଜର ଜଲୱା ଦେଖାଇଛନ୍ତି।

author-image
Hemant Lenka
undefined

Gill

ଭାରତୀୟ କ୍ରିକେଟ ଟିମର ଟେଷ୍ଟ କ୍ୟାପ୍ଟେନ ଶୁବମନ ଗିଲ ଇଂଲଣ୍ଡ ମାଟିରେ ନିଜର ଦବଦବା ଦେଖାଇଛନ୍ତି। ସେ ଏସିଆ ମହାଦେଶର ପ୍ରଥମ କ୍ୟାପ୍ଟେନ ଭାବେ ଇଂଲିଶ ମାଟିରେ ଡବଲ ଟନ ହାସଲ କରିଛନ୍ତି। ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ରେ ସେ ସର୍ବାଧିକ ରନ ହାସଲକାରୀ ଭାରତୀୟ ବନି ଯାଇଛନ୍ତି। ଏଜବାଷ୍ଟନ ଟେଷ୍ଟରେ ଗିଲ ଡବଲ ଟନ ମାରିବା କ୍ଷଣି ଅନେକ ଐତିହାସିକ ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷ ସିରିଜକୁ ଆସିବାର ଠିକ ପୂର୍ବରୁ ଗିଲଙ୍କୁ ଭାରତୀୟ ଟେଷ୍ଟ କମାଣ ଧରାଇ ଦିଆଯାଇଥିଲା। କିନ୍ତୁ ତାଙ୍କ ବ୍ୟାଟିଂ ଆଭରେଜ ମାତ୍ର ୨୫.୭ ରହିଥିଲା। ସେ କେବଳ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଇଂଲଣ୍ଡ ମାଟିରେ ପାଦ ଦେବା କ୍ଷଣି ସେ ନିଜର ଜଲୱା ଦେଖାଇଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୧୪୭ ରନର ଇନିଂସ ଖେଳିଥିଲେ। ହେଲେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ଦୁଇ ଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

୨୩ ବର୍ଷ ପରେ ଇଂଲଣ୍ଡ ମାଟିରେ ଦୁଇ ଶତକ

ଗିଲ ଦୀର୍ଘ ୨୩ ବର୍ଷ ପରେ ଇଂଲଣ୍ଡ ମାଟିରେ କୌଣସି ଭାରତୀୟ ଭାବେ ଦୁଇ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ୨୦୦୨ରେ ରାହୁଲ ଡ୍ରାଭିଡ ଶେଷ ଥର ପାଇଁ ଓଭାଲରେ ୨୧୭ ରନର ଇନିଂସ ଖେଳିଥିଲେ। ସେହିପରି ଗିଲ ୨୨୨ ରନ କରିବା କ୍ଷଣି ସୁନୀଲ ଗାଭାସ୍କର ୪୬ ବର୍ଷ ତଳେ ଇଂଲଣ୍ଡରେ କରିଥିବା ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏବେ ଇଂଲିଶ ମାଟିରେ ସର୍ବାଧିକ ବ୍ୟକ୍ତିଗତ ରନ କରିଥିବା ଖେଳାଳିଙ୍କ ତାଲିକାରେ ଗିଲ ୧ନଂରେ ପହଞ୍ଚି ଯାଇଛନ୍ତି। ଗାଭାସ୍କର ୧୯୭୯ରେ ଓଭାଲରେ ୨୨୧ ରନର ଇନିଂସ ଖେଳିଥିଲେ। ତାଙ୍କ ରେକର୍ଡକୁ ୪୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ଭାଙ୍ଗି ପାରି ନଥିଲେ।

Advertisment

ଭାରତୀୟ ଅଧିନାୟକ ଭାବେ ସେନା ଦେଶରେ ସର୍ବାଧିକ ସ୍କୋର

ଗିଲ ଭାରତର ଟେଷ୍ଟ କ୍ୟାପ୍ଟେନ ଭାବେ ସେନା ଦେଶରେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ସେହିପରି ଇଂଲିଶ ମାଟିରେ ମଧ୍ୟ ସର୍ବାଧିକ ରନ ହାସଲକାରୀ ଭାରତୀୟ ଟେଷ୍ଟ କ୍ୟାପ୍ଟେନ ବିନି ଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ଥିଲା। ସେ ୧୯୯୦ରେ ଭାରତର ଟେଷ୍ଟ ଅଧିନାୟକ ଭାବେ ଇଂଲଣ୍ଡର ଓଲ୍ଡ ଟ୍ରାଫର୍ଡରେ ୧୭୯ ରନ କରିଥିଲେ। ସେହିପରି ନ୍ୟୁଜିଲ୍ୟାଣ୍ଡରେ ତାଙ୍କ ବ୍ୟାଟରୁ ୧୯୨ ରନ ଦେଖିବାକୁ ମିଳିଥିଲା।

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍‌

ମାତ୍ର ୨୫ ବର୍ଷ ବୟସରେ ଦେଶ ବାହାରେ ଖେଳା ଯାଉଥିବା କୌଣସି ଟେଷ୍ଟ ସିରିଜରେ ସର୍ବାଧିକ ରନ କରିବା ରେକର୍ଡ ଗିଲ ନିଜ ନାଁରେ କରିଛନ୍ତି। ଏଥିସହ ସଚିନ ତେନ୍ଦୁଲକରଙ୍କ ନାଁରେ ଥିବା ଏହି ରେକର୍ଡକୁ ସେ ଭାଙ୍ଗି ଦେଇଛନ୍ତି। ଏଯାଏ ଗିଲ ୩୨୩ରୁ ଅଧିକ ରନ କରି ସାରିଲେଣି। ତେନ୍ଦୁଲକର ୧୯୯୭ରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ୨୯୦ ରନ କରିଥିଲେ।

ସେନା ଦେଶରେ ଏସିଆର ପ୍ରଥମ କ୍ୟାପ୍ଟେନ ଭାବେ ଦୁଇ ଶତକ

ଗିଲ ଏସିଆ ମହାଦେଶର ପ୍ରଥମ କ୍ୟାପ୍ଟେନ ଭାବେ କୌଣସି ସେନା ଦେଶରେ ଦୁଇ ଶତକ ହାସଲ କରିଛନ୍ତି। ପୂର୍ବରୁ ସେନା ଦେଶରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନଙ୍କ ନାଁରେ ଥିଲା। ସେ ୨୦୧୧ରେ ଲର୍ଡନରେ ୧୯୩ ରନର ଇନିଂସ ଖେଳିଥିଲେ।

ଟାଇଗର ପଟୌଦିଙ୍କ ପରେ ସର୍ବ କନିଷ୍ଠ

ଗିଲ ଭାରତର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ଦୁଇ ଶତକ ମାରିଛନ୍ତି। ତାଙ୍କ ଉପରେ କିମ୍ବଦନ୍ତୀ କ୍ରିକେଟର ଟାଇଗର ପଟୌଦି ରହିଛନ୍ତି। ଟାଇଗର ପଟୌଦି ଓରଫ ମନସୁର ଅଲୀ ଖାନ ପଟୌଦି ୧୯୬୪ରେ ମାତ୍ର ୨୩ ବର୍ଷ ୩୯ ଦିନ ବୟସରେ ଇଂଲଣ୍ଡ ବିକ୍ଷରେ ଦୁଇ ଶତକ ମାରିଥିଲେ। ଏବେ ଗିଲ ୨୫ ବର୍ଷ ଓ ୨୯୮ ଦିନ ବୟସରେ ସେହି ଇଂଲଣ୍ଡ ବିପକ୍ଷରେ ଦୁଇ ଶତକ ହାସଲ କରିଛନ୍ତି। ତାଲିକାର ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି। ସେ ୨୬ ବର୍ଷ ୧୮୯ ଦିନ ବୟସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡବଲ ଟନ ମାରିଥିଲେ।

ସେନା ଦେଶରେ ଭାରତ ପାଇଁ ସର୍ବାଧିକ ରନ

କୌଣସି ସେନା ଦେଶରେ ସର୍ବାଧିକ ରନ ହାସଲ କରିବା ରେକର୍ଡ ମଧ୍ୟ ଗିଲ ନିଜ ନାଁରେ କରିଛନ୍ତି। ପୂର୍ବରୁ ଏହା ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। ସେ ଅଷ୍ଟ୍ରେଲିଆର ସିଡନୀରେ ୨୪୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଗିଲ ୨୫୭ ରନ କରି ଏହାକୁ ଅତିକ୍ରମ କରି ଯାଇଛନ୍ତି।

ତୃତୀୟ ସ୍ଥାନରେ ରାହୁଲ ଡ୍ରାଭିଡ ଆଡିଲେଡ ୨୩୩ ରନ କରିଥିଲେ। ସେହିପରି ଅଧିନାୟକ ଭାବେ ସେ ସର୍ବାଧିକ ରନ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାଁରେ ଥିଲା। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨୦୧୭ ଟେଷ୍ଟରେ ୨୫୪ ରନର ଇନିଂସ ଖେଳିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଗିଲ ୨୬୦ ରନରେ ବ୍ୟାଟିଂ କରୁଛନ୍ତି। ଭାରତ ୭ ୱିକେଟ ହରାଇ ୫୫୮ ରନ କରିଛି। 

Shubman Gill Test Cricket