Advertisment

ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା, ଶୁବମନ ଗିଲ୍‌ଙ୍କୁ ଡେଙ୍ଗୁ

ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଟିମ୍‌ ଇଣ୍ଡିଆକୁ ଲାଗିଛି ଝଟକା। ଡେଙ୍ଗୁରେ ଆକ୍ରାନ୍ତ ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁବମନ ଗିଲ୍‌।

ଅଦ୍ୟତନ ହୋଇଛି
Shubman Gill

Shubman Gill

Advertisment

ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଟିମ୍‌ ଇଣ୍ଡିଆକୁ ଲାଗିଛି ଝଟକା। ଡେଙ୍ଗୁରେ ଆକ୍ରାନ୍ତ ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁବମନ ଗିଲ୍‌। ଗତ କିଛି ଦିନ ଧରି ଶୁଭମନ ଗିଲ୍‌ ଅସୁସ୍ଥ ଥିବା ବେଳେ ରକ୍ତ ନମୁନା ପରୀକ୍ଷା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ଥିବା ଖବର ପ୍ରଚାରିତ ହେବା ପରେ ଏହା କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଝଟକା ଦେଇଛି।

Advertisment

ଆସନ୍ତା ୮ ତାରିଖରେ ଭାରତ ନିଜ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇବ। କିନ୍ତୁ ଏହା ପୂର୍ବରୁ ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାରୁ ସେ ମ୍ୟାଚ୍‌ ଖେଳି ପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ମ୍ୟାଚ୍‌ ପୂର୍ବରୁ ଗିଲ୍‌ ସୁସ୍ଥ ନ ହେଲେ ଭାରତୀୟ ଟିମ୍‌କୁ ଏକ ଶକ୍ତ ଝଟକା ଲାଗିପାରେ।

ଗିଲ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ଖେଳି ନ ପାରିଲେ ତାଙ୍କ ବଦଳରେ ଇଶାନ କିଷାନ, ରୋହିତ ଶର୍ମାଙ୍କ ସହ ଓପନିଂ କରି ପାରନ୍ତି ବୋଲି ଆଲୋଚନା ହେଉଛି। ନଚେତ କେ. ଏଲ୍‌. ରାହୁଲ ବି ଗିଲ୍‌ଙ୍କ ସ୍ଥାନରେ ଓପନିଂ କରିବାର ଯଥେଷ୍ଟ ସମ୍ଭାବନା ଥିବା ଚର୍ଚ୍ଚା ହେଉଛି। କାରଣ ଏସିଆ କପ୍‌କୁ ଫେରିବା ପରେ ସେ ଏବେ ଦମଦାର ଫର୍ମରେ ଅଛନ୍ତି।

Advertisment

ଗତ ଗୁରୁବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ନେଟ୍‌ ପ୍ରାକ୍ଟିସ ଚାଲିଥିବା ବେଳେ ସେଥିରେ ବି ଗିଲ୍‌ ଅଂଶଗ୍ରହଣ କରି ନ ଥିଲେ। ଏହାପରେ ତାଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିବା ବେଳେ ତାହା ପଜିଟିଭ ଆସିଥିଲ। ଏବେ ସେ ଚିକିତ୍ସାଧୀନ ଅଛନ୍ତି।

ଟିମ୍‌ ଇଣ୍ଡିଆର ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଏଥିସହ ଆଜି ତାଙ୍କର ଆଉ ଏକ ରାଉଣ୍ଡ ଟେଷ୍ଟ ଥିବା ବେଳେ ଏହାପରେ ସେ ଆସନ୍ତା ରବିବାର ହେବାକୁ ଥିବା ମ୍ୟାଚରେ ପଡ଼ିଆକୁ ଓହ୍ଲାଇ ପାରିବେ ନା ନାହିଁ ସ୍ପଷ୍ଟ ହୋଇ ପାରିବ ବୋଲି ଜଣାଯାଇଛି।

ଶୁବମନ ଗିଲ୍‌ ୩୫ଟି ୱାନ ଡେ ମ୍ୟାଚ ଖେଳି ଏପର୍ଯ୍ୟନ୍ତ ୧୯୧୭ ରନ୍‌ ସଂଗ୍ରହ କରି ସାରିଛନ୍ତି। ସେ ୱାନ ଡେ ମ୍ୟାଚରେ ୬ଟି ଶତକ ଓ ୯ଟି ଅର୍ଦ୍ଧ ଶତକ ମାରି ସାରିଛନ୍ତି।

Indian Cricket Team Cricket Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe