Advertisment

ଅର୍ଦ୍ଧଶତକ ପରେ ଗିଲ୍‌ ଆଉଟ, ବିଶାଳ ସ୍କୋର ଲକ୍ଷ୍ୟରେ ଭାରତ

୩୨ ବଲରେ ୫୧ ରନର ଇନିଂସ ଖେଳିଥିବା ଗିଲ୍‌ ୩ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଏହି ୪ ଛକା ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମର ପାର୍କିଂରେ ପଡ଼ିଥିଲା। ଆର୍ଯ୍ୟନ ଦତ୍ତଙ୍କ ବଲକୁ ସେ ଏପରି ବିଶାଳ ଛକା ମାରିଥିଲେ।

author-image
Hemant Lenka
Rohit

Rohit

ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ ଖେଳୁଥିବା ଭାରତ ପ୍ରତିପକ୍ଷ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ବିସ୍ଫୋରକ ଆରମ୍ଭ କରିଛି। ଦଳର ଅଧିନାୟକ ରୋହିତ ଶର୍ମା ଓ ଓପନର ଶୁବମନ ଗିଲ୍‌ ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ଓଭର୍‌ରେ ରୋହିତ ୧୧ ରନ ହାସଲ କରି ଦଳକୁ ଭଲ ଷ୍ଟାର୍ଟ ଦେଇଥିବା ବେଳେ ଗିଲ୍‌ ବଡ଼ବଡ଼ ଶଟ ଖେଳିଥିଲେ। ଏପରି କି ସେ ୩୦ ବଲରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

Advertisment

ଅର୍ଦ୍ଧଶତକ ହାସଲ କରିବା ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୫୧ ରନ କରି ପଲ ଭାନ ମିକରନଙ୍କ ବଲରେ ବାଉଣ୍ଡରୀ ପାଖରେ କ୍ୟାଚ୍‌ ହୋଇ ଯାଇଛନ୍ତି। ଆଉଟ ହେବା ପୂର୍ବରୁ ସେ ରୋହିତଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୧୦୦ ରନର ଭାଗିଦାରୀ କରିଥିଲେ।

୩୨ ବଲରେ ୫୧ ରନର ଇନିଂସ ଖେଳିଥିବା ଗିଲ୍‌ ୩ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଏହି ୪ ଛକା ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମର ପାର୍କିଂରେ ପଡ଼ିଥିଲା। ଆର୍ଯ୍ୟନ ଦତ୍ତଙ୍କ ବଲକୁ ସେ ଏପରି ବିଶାଳ ଛକା ମାରିଥିଲେ।

Advertisment

ଗିଲ୍‌ ଆଉଟ ହୋଇଥିଲେ ମଧ୍ୟ ରୋହିତ ଶର୍ମା ୪୪ ବଲରେ ଚଳିତ ବିଶ୍ୱକପରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ସହ ଇନଫର୍ମ ବିରାଟ କୋହଲି ଅଛନ୍ତି। ବେଙ୍ଗାଲୁରୁ ହେଉଛି ବିରାଟଙ୍କ ଦ୍ୱିତୀୟ ଘର। କାରଣ ୨୦୦୮ରୁ ସେ ଆଇପିଏଲରେ ଆରସିବି ପଟୁ ଖେଳି ଆସୁଛନ୍ତି। ତେଣୁ ଆଜି ତାଙ୍କ ବ୍ୟାଟରୁ ରେକର୍ଡ ୫୦ତମ ଶତକ ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୪ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୧୦୯ ରନ କରି ନେଇଛି। ରୋହିତ ୫୨ ଓ ବିରାଟ ୩ ରନ କରି ଅପରାଜିତ ରହିଛନ୍ତି। 

Virat Kohli ICC Shubman Gill ICC Men’s Cricket World Cup 2023 ICC World Cup 2023 ICC World Cup