Advertisment

ଫାଇନାଲରେ ଭାରତକୁ ପ୍ରଥମ ଝଟକା, ନିରାଶ କଲେ ଗିଲ୍‌

୪ ଓଭର ସୁଦ୍ଧା ସେ ଦଳୀୟ ସ୍କୋରକୁ ମଧ୍ୟ ୩୦ରେ ପହଞ୍ଚାଇ ଦେଇଥିଲେ। ୩୦ ରନ ମଧ୍ୟରୁ ରୋହିତ ଏକାକୀ ୨୫ ରନ ମଧ୍ୟ କରି ନେଇଥିଲେ।

author-image
Hemant Lenka
Gill

Gill

ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା ଲାଗିଛି। ମାତ୍ର ୪ ରନ କରି ଶୁବମନ ଗିଲ୍‌ ପ୍ୟାଭିଲିୟନ ଫେରିଛନ୍ତି। ସେ ମିଚେଲ ଷ୍ଟାର୍କଙ୍କୁ ଶଟ୍‌ ମାରିବାକୁ ଯାଇ ମିଡଅନ୍‌ରେ ଆଉଟ ହୋଇଯାଇଛନ୍ତି। ଦଳୀୟ ସ୍କୋର ୩୦ ଥିବା ବେଳେ ଆଉଟ ହୋଇଛନ୍ତି। ଟସ୍‌ ହାରି ବିଶ୍ୱକପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରୋହିତ ଶର୍ମା ଠିକଠାକ ଆରମ୍ଭ କରିଥିଲେ।

Advertisment

ସେ ପ୍ରଥମ ଓଭରରେ ୩ ରନ ଆଦାୟ କରିଥିବା ବେଳେ ପରବର୍ତ୍ତୀ ଓଭରରୁ ସେ ବଡ଼ ଶଟ ମାରିବା ଆରମ୍ଭ କରିଛନ୍ତି। ୪ ଓଭର ସୁଦ୍ଧା ସେ ଦଳୀୟ ସ୍କୋରକୁ ମଧ୍ୟ ୩୦ରେ ପହଞ୍ଚାଇ ଦେଇଥିଲେ। ୩୦ ରନ ମଧ୍ୟରୁ ରୋହିତ ଏକାକୀ ୨୫ ରନ ମଧ୍ୟ କରି ନେଇଥିଲେ।

ଗିଲଙ୍କୁ କେବଳ ତାଙ୍କର ସାଥ ଦେବାର ଥିଲା। କିନ୍ତୁ ୫ମ ଓଭରର ଦ୍ୱିତୀୟ ବଲରେ ଗିଲ୍‌(୪) ଷ୍ଟାର୍କଙ୍କ ଦ୍ୱାରା ଆଉଟ ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଛନ୍ତି। ୫ମ ଓଭରରେ ୱିକେଟ ଯାଇଥିଲେ ମଧ୍ୟ ରୋହିତ ଶର୍ମା ଶେଷ ବଲରେ ଛକା ମାରିଥିଲେ।

Advertisment

ଏହାପରେ ବିରାଟ ମଧ୍ୟ ଦମଦାର ବ୍ୟାଟିଂ କରୁଛନ୍ତି। ସେ ଷ୍ଟାର୍କଙ୍କୁ ଲଗାତର ୩ ଚୌକା ମଧ୍ୟ ମାରିଛନ୍ତି। ଏଥିସହ ଦଳୀୟ ସ୍କୋରକୁ ମଧ୍ୟ ୫୦ ପାର କରାଇଛନ୍ତି। ରିପୋର୍ଟ ଲେଖା ହେବାକୁ ଭାରତ ୭ ଓଭରରେ ଗୋଟିଏ ୱିକେଟ ହରାଇ ୫୪ ରନ କରିଛି। 

India Vs Australia ICC Shubman Gill CWC 2023 CWC Final