Advertisment

WTC ଫାଇନାଲ: ଟିମ ଇଣ୍ଡିଆର ମ୍ୟାଚ୍‌ ଫି’ ସଂପୂର୍ଣ୍ଣ କଟିଲା, ଗିଲ୍‌ଙ୍କୁ ୧୧୫% ଫାଇନ

ସେହିପରି ଦଳର ଯୁବ ବ୍ୟାଟର ଶୁବମନ ଗିଲଙ୍କୁ ଅତିରିକ୍ତ ୧୫% ଫାଇନା ଲାଗୁ କରାଯାଇଛି। ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସ୍‌ରେ ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ। ଥାର୍ଡ ଅମ୍ପାୟାର ତାଙ୍କୁ ଆଉଟ କରାଇ ଦେଇଥିଲେ ମଧ୍ୟ ସୋଶାଲ ମିଡିଆରେ ସେ ଏହା ବିରୋଧରେ ପୋଷ୍ଟ କରିଥିଲେ।

ଅଦ୍ୟତନ ହୋଇଛି
Gill

Gill

Advertisment

ଅଷ୍ଟ୍ରେଲିଆ ଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାସ୍ତ ହୋଇଥିବା ଟିମ ଇଣ୍ଡିଆକୁ ଡବଲ ଝଟକା ଲାଗିଛି। ଟିମ ଇଣ୍ଡିଆର ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି’ ୧୦୦% କଟିଛି। ଧିମା ବୋଲିଂ ପାଇଁ ଆଇସିସି ଏପରି ପଦକ୍ଷେପ ନେଇଛି।

Advertisment

ସେହିପରି ଦଳର ଯୁବ ବ୍ୟାଟର ଶୁବମନ ଗିଲଙ୍କୁ ଅତିରିକ୍ତ ୧୫% ଫାଇନା ଲାଗୁ କରାଯାଇଛି। ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସ୍‌ରେ ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ। ଥାର୍ଡ ଅମ୍ପାୟାର ତାଙ୍କୁ ଆଉଟ କରାଇ ଦେଇଥିଲେ ମଧ୍ୟ ସୋଶାଲ ମିଡିଆରେ ସେ ଏହା ବିରୋଧରେ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଜୋରିମାନା ଦେବାକୁ କୁହାଯାଇଛି। ଏହାର ଅର୍ଥ ଗିଲ୍‌ଙ୍କ ମ୍ୟାଚ୍‌ ଫି’ ୧୧୫% କଟିଛି।

ଦ୍ୱିତୀୟ ଇନିଂସ୍‌ରେ ତୃତୀୟ ସ୍ଲିପରେ କ୍ୟାଚ୍‌ ଆଉଟ ହୋଇଥିବା ଗିଲ୍‌ଙ୍କୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଲାଗିଛି। ଅଷ୍ଟ୍ରେଲିଆର କାମେରନ ଗ୍ରୀନ ସ୍ପଷ୍ଟ ଭାବେ କ୍ୟାଚ ଧରି ନଥିଲେ ହେଁ ଥାର୍ଡ ଅମ୍ପାୟାର ଗିଲଙ୍କୁ ଆଉଟ ଦେଇଥିଲେ। ଏଥିପାଇଁ ତୃତୀୟ ଅମ୍ପାୟାରଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଗିଲ୍‌ ମଧ୍ୟ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ଥାର୍ଡ ଅମ୍ପାୟାରଙ୍କୁ ଟାର୍ଗେଟ କରିଥିଲେ। ଏଥିପାଇଁ ଆଇସିସି ତାଙ୍କୁ ଦଣ୍ଡିତ କରିଛି।

Advertisment

ଆଇସିସି କହିଛି ଯେ ଗିଲ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଧାରା ୨.୭କୁ ଉଲ୍ଲଙ୍ଘନ କରିଛନ୍ତି। ଟିଭି ଅମ୍ପାୟାର ରିଜାର୍ଡ କେଟ୍ଟେଲବର୍ଗ ବାରମ୍ବାର ରିପ୍ଲେ ଦେଖି ଗ୍ରୀନ ସ୍ପଷ୍ଟ ଭାବେ ଗିଲ୍‌ଙ୍କ କ୍ୟାଚ୍‌ ଧରିଥିବା କହିଥିଲେ। ତେବେ ଏହାପରେ ଗିଲ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ଅଣ ଖେଳୁଆଡ଼ ମନୋଭାବ ହୋଇଥିବାରୁ ତାଙ୍କୁ ୧୫% ଫାଇନା ଲାଗୁ କରାଯାଇଥିବା ଆଇସିସି କହିଛି।

ଆଇସିସି ତା’ ବିବୃତିରେ କହିଛି ଯେ ଭାରତୀୟ ଟିମ ଧାର୍ଯ୍ୟ ସମୟରେ ୫ ଓଭର କମ ବୋଲିଂ କରିଥିଲା। ଗୋଟିଏ ଓଭର ବିଳମ୍ବ ପାଇଁ ୨୦% ମ୍ୟାଚ୍‌ ଫି’ କଟିଥାଏ। ତେଣୁ ୫ ଓଭର ବିଳମ୍ବ ପାଇଁ ଭାରତୀୟ ଟିମର ଶତପ୍ରତିଶତ ମ୍ୟାଚ୍‌ ଫି’ କଟିଛି।

ଅଷ୍ଟ୍ରେଲିଆ ବିଳମ୍ବରେ ୪ ଓଭର ବୋଲିଂ କରିଥିବା ଚାମ୍ପିୟନ ଦଳର ଖେଳାଳିଙ୍କ ମ୍ୟାଚ୍‌ ଫି’ ୮୦% କଟିଛି। ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ପାଇଁ ଆଇସିସି ପ୍ରସ୍ତୁତ କରିଥିବା କୋଡ ଅଫ କଣ୍ଡକ୍ଟର ଧାରା ୨.୨୨ ଅନୁଯାୟୀ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

World Test Championship Finale WTC Shubman Gill WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe