Advertisment

ବିଶ୍ୱକପ ସେମି ଫାଇନାଲରେ ଶୁବମନ ଗିଲଙ୍କ ଅର୍ଦ୍ଧଶତକ

୪୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିବା ଗିଲ୍‌ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଛନ୍ତି।

Gill

Gill

Advertisment

ଚଳିତ ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ଆଜି ନ୍ୟୁଜିଲ୍ୟାଣ୍ଡ ସହ ସେମି ଫାଇନାଲ ମ୍ୟାଚ୍‌ ଖେଳୁଛି। ଟସ୍‌ ଜିତି ମୁମ୍ବାଇର ୱାଙ୍ଖେଡେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦମଦାର ଆରମ୍ଭ କରିଛି। ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୨୯ ବଲରେ ୪୭ ରନ କରି ଆଉଟ ହୋଇଛନ୍ତି।

Advertisment

ଏହାପରେ ଶୁବମନ ଗିଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିଛନ୍ତି। ଗିଲ୍‌ ମଧ୍ୟ ସେମି ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ୪୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିବା ଗିଲ୍‌ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୭ଟି ଚୌକା ଓ ଗୋଟିଏ ଛକା ମାରି ସାରିଛନ୍ତି। ତାଙ୍କୁ ବିରାଟ କୋହଲି ମଧ୍ୟ ସାଥ ଦେଉଛନ୍ତି। ଉଭୟ ମିଳିତ ଭାବେ ଦଳୀୟ ସ୍କୋରକୁ ମଧ୍ୟ ୧୦୦ ପାର କରାଇ ଦେଇଛନ୍ତି। 

ରୋହିତ ଶର୍ମା ଆଜି ୪ଟି ଛକା ଓ ୪ଟି ଚୌକା ବଳରେ ବିସ୍ଫୋରକ ୪୭ ରନର ଇନିଂସ ଖେଳିଥିଲେ। ଏଥିସହ ଗିଲଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୮.୨ ଓଭରରେ ୭୧ ରନ ଯୋଡ଼ି ଥିଲେ। ଅର୍ଦ୍ଧଶତକର ଅତି ନିକଟରେ ଥିଲେ ମଧ୍ୟ ରୋହିତ ବଡ଼ ଶଟ ଖେଳିବାକୁ ଯାଇ ଟିମ ସାଉଦିଙ୍କ ବଲରେ ଆଉଟ ହୋଇଛନ୍ତି।

Advertisment

ରିପୋଟଆ ଲେଖା ହେବା ବେଳକୁ ଭାରତ ୧୭ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୧୩୨ ରନ କରି ନେଇଛି। ଗିଲ ୬୩ ଓ ବିରାଟ ୧୯ ରନରେ ବ୍ୟାଟିଂ କରୁଛନ୍ତି। ଏଥିସହ ଉଭୟ ଦ୍ୱିତୀୟ ୱିକେଟ ପାଇଁ ୫୦ ରନର ଭାଗିଦାରୀ ମଧ୍ୟ କରି ନେଇଛନ୍ତି। 

ICC Shubman Gill ICC Men’s Cricket World Cup 2023 ICC World Cup 2023 CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe