Advertisment

ପାକିସ୍ତାନ ବିପକ୍ଷରେ ଶୁବମନ ଗିଲ୍ ଖେଳିବେ କି ନାହିଁ? ଜବାବ ରଖିଲେ ରୋହିତ ଶର୍ମା

ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଗିଲ୍ ଏବେ ସୁସ୍ଥ ହୋଇ ଯାଇଛନ୍ତି। ସେ ଟିମରେ ଯୋଗଦେବା ସହ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ ମଧ୍ୟ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Gill

Gill

ଆସନ୍ତାକାଲି ଭାରତ ଓ ପାକିସ୍ତାନ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ପାଇଁ ଆଜି ଠାରୁ ହିଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ତେବେ ଭାରତ ପାଇଁ ବିଶ୍ୱକପର ଦୁଇଟି ମ୍ୟାଚ୍‌ ଖେଳିଥିବା ଶୁବମନ ଗିଲ୍‌ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

Advertisment

ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଗିଲ୍ ଏବେ ସୁସ୍ଥ ହୋଇ ଯାଇଛନ୍ତି। ସେ ଟିମରେ ଯୋଗଦେବା ସହ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ ମଧ୍ୟ କରିଛନ୍ତି।

କିନ୍ତୁ ସେ ଆସନ୍ତାକାଲି ଖେଳିବେ କି ନାହିଁ, ତା’ ଉପରକୁ ପରାଦ ହଟିନାହିଁ। କାଲିର ମ୍ୟାଚ୍‌ ପୂର୍ବରୁ ଆଜି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ଗିଲ୍‌ଙ୍କ ଖେଳିବା ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯୁବ ତାରକା ଶୁବମନ ଗିଲ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ୯୯% ଉପଲବ୍ଧ ରହିବେ।

Advertisment

ଗିଲ୍‌ ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିବାରୁ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳି ନଥିଲେ। ତାଙ୍କ ବଦଳରେ ରୋହିତ ଶର୍ମାଙ୍କ ସହ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ଗିଲ୍‌ ଅସୁସ୍ଥତା କାରଣରୁ ଦଳ ସହ ଆଫଗାନିସ୍ତାନ ମ୍ୟାଚ୍‌ ବେଳେ ଦିଲ୍ଲୀ ଯାଇ ନଥିଲେ। ସେ ଚେନ୍ନାଇରେ ରହିଥିଲେ। ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ସିଧା ଅହମଦାବାଦ ଯାଇ ଏବେ ଟିମ ସହ ସାମିଲ ହୋଇଛନ୍ତି।

ଆଜି ସନ୍ଧ୍ୟାରେ ଗିଲ୍‌ ମ୍ୟାଚ୍‌ ପାଇଁ କେତେ ପ୍ରସ୍ତୁତ, ତା’ର ସମୀକ୍ଷା କରାଯିବ। ଏହାପରେ କାଲି ସେ ମ୍ୟାଚ୍‌ ଖେଳିବେ କି ନାହିଁ, ତା’ ଉପରେ ନିଷ୍ପତ୍ତି ନିଆଯିବ।

ଆଜି ରୋହିତ ଶର୍ମା କହିଛନ୍ତି, “ଆସନ୍ତାକାଲି ଗିଲ୍‌ ଖେଳିବାର ସମ୍ଭାବନା ୯୯% ରହିଛି। ଆମେ ଆସନ୍ତାକାଲି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।”

ଚଳିତ ବର୍ଷ ଗିଲ୍‌ ୨୦ଟି ଦିନିକିଆ ଖେଳିଥିବା ବେଳେ ୭୨.୩୫ ହାରରେ ୧୨୩୦ ରନ କରିଛନ୍ତି। ତେଣୁ ପାକିସ୍ତାନ ବିପକ୍ଷରେ ତାଙ୍କ ଉପସ୍ଥିତି ବେଶ ଗୁରୁତ୍ୱବହନ କରୁଛି।

ICC ICC Men’s Cricket World Cup 2023 ICC World Cup 2023