Advertisment

ଶତକ ଠାରୁ ୧୦ ରନ ଦୂରରେ ରହିଗଲେ, କିନ୍ତୁ ଏହି ମାଇଲଷ୍ଟୋନ ହାସଲ କଲେ ଶୁବମନ ଗିଲ୍‌

ତାଙ୍କୁ ଏଜାଜ ପଟେଲ ୯୦ ରନରେ ଆଉଟ କରି ଶତକ ହାସଲ କରିବାକୁ ଦେଇ ନଥିଲେ ହେଁ ଗିଲ ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

Gill

Gill

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ଏକ ନିଶ୍ଚିତ ଶତକକୁ ହାତ ଛଡ଼ା କରିଛନ୍ତି ଭାରତର ଯୁବ ବ୍ୟାଟର ଶୁବମନ ଗିଲ୍‌। ସେ ଦମଦାର ବ୍ୟାଟିଂ କରିଥିଲେ ହେଁ ଶତକ ଠାରୁ ୧୦ ରନ ଦୂରରେ ରହିଯାଇଛନ୍ତି। ସେ ୯୦ ରନ କରି ୮ମ ବ୍ୟାଟର ଭାବେ ଆଉଟ ହୋଇଥିଲେ।

Advertisment

ତାଙ୍କୁ ଏଜାଜ ପଟେଲ ୯୦ ରନରେ ଆଉଟ କରି ଶତକ ହାସଲ କରିବାକୁ ଦେଇ ନଥିଲେ ହେଁ ଗିଲ ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ମୁମ୍ବାଇର ୱାଙ୍ଖେଡେରେ ୯୦ ରନର ଇନିଂସ ଖେଳିବା ପରେ ଗିଲ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ୮୦୦ ରନ ପୂରଣ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ଯଶସ୍ୱୀ ଜୈସୱାଲଙ୍କ ପରେ ସେ ଭାରତ ପାଇଁ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନ କରିଛନ୍ତି।

Advertisment

ପ୍ରଥମ ଇନିଂସର ୭ମ ଓଭରରେ ଗିଲ୍‌ ଶୁକ୍ରବାର ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମେ ସେ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ପିଚ୍‌ରେ ନିଜକୁ ସେଟ କରିବା ପରେ ପ୍ରଥମ ଦିନରେ ହିଁ ଯଶସ୍ୱୀ ଜୈସୱାଲଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୫୦ ରନର ଭାଗିଦାରୀ କରିଥିଲେ। ସେ ୱିକେଟର ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଭାରତ ପ୍ରଥମ ଦିନ ୭୮/୧ରୁ ୮୪/୪ରେ ପହଞ୍ଚି ଯାଇଥିଲା।

ଭାରତ ସଙ୍କଟରେ ପଡ଼ିଥିବାରୁ ଆଜି ଦ୍ୱିତୀୟ ଦିନରେ ଗିଲ ଓ ଋଷଭ ପନ୍ତଙ୍କ କାନ୍ଧରେ ସବୁ କିଛି ରହିଥିଲା। ଗିଲ ଆଜି ୩୧ ରନରୁ ନିଜ ଇନିଂସକୁ ଆଗକୁ ନେଇଥିଲେ। ପ୍ରଥମ ଓଭରରେ ପନ୍ତ ୩ଟି ଚୌକା ମାରି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ଗିଲ ମଧ୍ୟ ଭଲ ଲୟରେ ନଜର ଆସିଥିଲେ। ତେବେ ଗିଲ୍‌ ୪୫ ରନ କରିଥିବା ବେଳେ ଗ୍ଲେନ ଫିଲିପ୍ସଙ୍କୁ ବଡ଼ ଶଟ ମାରିବାକୁ ଚେଷ୍ଟା କରିଥିଲେ। ସେ ଆଉଟ ହେବାର ସୁଯୋଗ ରହିଥିଲେ ହେଁ ବାଉଣ୍ଡରୀ ପାଖରେ ବଦଳ ଖେଳାଳି ଭାବେ ଫିଲ୍ଡିଂ କରିଥିବା ମାର୍କ ଚାମ୍ପମାନ କ୍ୟାଚ୍‌ ଛାଡ଼ି ଦେଇଥିଲେ।

ଏହାପରେ ଗିଲ୍‌ ସତର୍କତାର ସହ ବ୍ୟାଟିଂ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ଅର୍ଦ୍ଧଶତକ। ସେହିପରି ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟ ପରେ ତାଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳିଛି। ପନ୍ତ ୬୦ ରନ କରି ଆଉଟ ହେବା ପରେ ଗିଲ ଲଞ୍ଚ ଯାଏ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଲଞ୍ଚ ସୁଦ୍ଧା ଭାରତର ସ୍କୋର ୧୯୫ରେ ୫ ରହିଥିଲା।

ତେବେ ଲଞ୍ଚ ପରେ ରବୀନ୍ଦ୍ର ଜାଡେଜା ଓ ସର୍ଫରାଜ ଖାନ ସଅଳ ଆଉଟ ହୋଇଯାଇଥିଲେ। ଗିଲ୍‌ ଗିୟର ବଦଳାଇ ପିଲିପ୍ସଙ୍କୁ ୨ଟି ଚୌକା ମାରି ବ୍ୟକ୍ତିଗତ ଭାବେ ୮୦ ରନରେ ପହଞ୍ଚି ଯାଇଥିଲେ। ଏହାପରେ ସେ ୯୦ ରନରେ ପହଞ୍ଚିଥିଲେ। କିନ୍ତୁ ଏଜାଜ ପଟେଲଙ୍କ ବଲରେ ସେ ସ୍ଲିପରେ ଜଗିଥିବା ଡାରେଲ ମିଚେଲଙ୍କ ହାତରେ କ୍ୟାଚ ଆଉଟ ହୋଇଯାଇଥିଲେ। ଗିଲ ୭ଟି ଚୌକା ଓ ଗୋଟିଏ ଛକା ବଳରେ ୯୦ ରନ କରିଛନ୍ତି।

ସେ ଚଳିତ ବର୍ଷ ୧୦ଟି ଟେଷ୍ଟରେ ୫୩.୬୬ ହାରରେ ମୋଟ ୮୦୫ ରନ କରି ସାରିଲେଣି।

Shubman Gill Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe