Advertisment

ଇତିହାସ ରଚିଲେ ଶୁବମନ ଗିଲ ଓ ମହମ୍ମଦ ସିରାଜ, ପାକ୍‌ର ବାବର ଆଜମ ବିଦା

ଆଇସିସି ବୋଲିଂ ରାଙ୍କିଙ୍ଗର ଟପ୍‌ ଟେନ୍‌ରେ ସିରାଜଙ୍କ ବ୍ୟତୀତ କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ମଧ୍ୟ ରହିଛନ୍ତି। ଅଲରାଉଣ୍ଡର ରାଙ୍କିଙ୍ଗର ୧୦ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Gill

Gill

ଆଇସିସି ଦିନିକିଆ ରାଙ୍କିଙ୍ଗରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ଶୁବମନ ଗିଲ ଓ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ। ବିଶ୍ୱକପରେ ନିଜର ଦବଦବା ଦେଖାଇଥିବା ଏହି ଦୁଇ ଖେଳାଳି ଏବେ ବ୍ୟାଟିଂ ଓ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

Advertisment

ଶୁବମନ ଗିଲ୍‌ ଏବେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ବିଶ୍ୱର ଶ୍ରେଷ୍ଠ ବୋଲର ମାନ୍ୟତା ପାଇଛନ୍ତି ମହମ୍ମଦ ସିରାଜ।

ଆଇସିସି ବୋଲିଂ ରାଙ୍କିଙ୍ଗର ଟପ୍‌ ଟେନ୍‌ରେ ସିରାଜଙ୍କ ବ୍ୟତୀତ କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ମଧ୍ୟ ରହିଛନ୍ତି। ଅଲରାଉଣ୍ଡର ରାଙ୍କିଙ୍ଗର ୧୦ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି।

Advertisment

ଗିଲ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ୧ନଂ ସ୍ଥାନରୁ ହଟାଇ ଦେଇଛନ୍ତି। ବାବର ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ବାବର ଦୀର୍ଘ ଦିନ ହେଲେ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। ହେଲେ ଏବେ ଗିଲ୍‌ ୮୩୦ ପଏଣ୍ଟ ସହ ତାଙ୍କୁ ତଳକୁ ଠେଲି ଦେଇଛନ୍ତି। ବାବରଙ୍କ ପଏଣ୍ଟ ସଂଖ୍ୟା ୮୨୪ ରହିଛି। 

ଭାରତୀୟ କ୍ରିକେଟ ଇତିହାସରେ ଗିଲ ୪ର୍ଥ ବ୍ୟାଟର ଭାବେ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବାକୁ ସକ୍ଷମ ହୋଇଛନ୍ତି। ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପରେ ଗିଲ୍‌ ୧ନଂ ସ୍ଥାନରେ ପହଞ୍ଚିଛନ୍ତି। ନିକଟରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିବା ବିରାଟ ରାଙ୍କିଙ୍ଗର ୪ନଂ ସ୍ଥାନରେ ରହିଛନ୍ତି। ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୬ନଂ ସ୍ଥାନରେ ଅଛନ୍ତି।

ସେହିପରି ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ ସିରାଜ ଦଖଲ କରିଛନ୍ତି। ସେ ଚଳିତ ବିଶ୍ୱକପରେ ନିଜର ଛାପ ଛାଡ଼ିଛନ୍ତି। ଏଥିପାଇଁ ସିରାଜ ପାକିସ୍ତାନର ଶାହୀନ ଶାହ ଆଫ୍ରିଦିଙ୍କୁ ହଟାଇ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ବୋଲିଂ ରାଙ୍କିଙ୍ଗର ୪ନଂ ସ୍ଥାନରେ କୁଲଦୀପ ଯାଦବ, ୮ନଂରେ ଯଶପ୍ରୀତ ବୁମ୍ରା ଓ ୧୦ନଂ ସ୍ଥାନରେ ମହମ୍ମଦ ଶାମି ରହିଛନ୍ତି। ପୂର୍ବ ସପ୍ତାହରେ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ଆଫ୍ରିଦି ତଳକୁ ଖସି ୫ନଂ ସ୍ଥାନରେ ପହଞ୍ଚିଛନ୍ତି।

ପ୍ରଥମଥର ପାଇଁ ଆଇସିସି ବ୍ୟାଟିଂ ଓ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଦୁଇ ଯୁବ ଭାରତୀୟ ରହିବାର ରେକର୍ଡ କରିଛନ୍ତି। ପୂର୍ବରୁ କେବେ ହେଲେ ଏପରି ଯୁଗଳବନ୍ଦୀ ଦେଖିବାକୁ ମିଳି ନଥିଲା।

ଅନ୍ୟପକ୍ଷରେ ଏଯାଏ ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ମଧ୍ୟ ପୂର୍ବଭଳି ଦିନିକିଆ, ଟେଷ୍ଟ, ଟି-୨୦ରେ ମଧ୍ୟ ୧ନଂ ସ୍ଥାନରେ ରହିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup