Advertisment

ଗୁଜରାଟ ଟାଇଟନ୍ସର ଅଧିନାୟକ ହେଲେ ଶୁବମନ ଗିଲ୍‌

ଶୁବମନ ଗିଲ୍‌ ୨୦୧୮ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ। ୨୦୨୧ରେ ତାଙ୍କୁ ଗୁଜରାଟ ଟାଇଟନ୍ସ ୭ କୋଟି ଟଙ୍କାରେ ନିଜ ପାଖକୁ ନେଇଥିଲା।

Gill

Gill

Advertisment

ଓପନର ବ୍ୟାଟର ତଥା ଷ୍ଟାର ଖେଳାଳି ଶୁବମନ ଗିଲଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ ପଦ ମିଳିଛି। ସେ ୨୦୨୪ ଆଇପିଏଲରୁ ଗୁଜରାଟର ନେତୃତ୍ୱ ନେବେ। ଆଜି ଗୁଜରାଟ ଟାଇଟନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ପୁରୁଣା ପ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଖକୁ ଚାଲି ଯିବାରୁ ଗୁଜରାଟ ପକ୍ଷରୁ ଗିଲ୍‌ଙ୍କୁ କ୍ୟାପ୍ଟେନ କରାଯାଇଛି।

Advertisment

ଶୁବମନ ଗିଲ୍‌ ୨୦୧୮ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ। ୨୦୨୧ରେ ତାଙ୍କୁ ଗୁଜରାଟ ଟାଇଟନ୍ସ ୭ କୋଟି ଟଙ୍କାରେ ନିଜ ପାଖକୁ ନେଇଥିଲା। ଦଳ ପାଇଁ ସେ ଦୁଇଟି ଯାକ ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଥିଲେ।

ଏବେ ଦିନିକିଆ ଅନ୍ତର୍ଜାତୀୟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ଗିଲ୍‌ ରହିଛନ୍ତି। ଦିନକୁ ଦିନ ତାଙ୍କ ବ୍ୟାଟିଂରେ ଚମକ ଦେଖିବାକୁ ମିଳୁଛି। ୨୦୨୩ରେ ଆଇପିଏଲରେ ଗିଲ ୩ଟି ଶତକ ବି ମାରିଥିଲେ। ଗିଲ୍‌ଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଗୁଜରାଟ ଟାଇଟନ୍ସ ଅଧିନାୟକ ପଦ ଦେଇଛି।

Advertisment

ଟାଇଟନ୍ସର ଡିରେକ୍ଟର ଅଫ କ୍ରିକେଟ ବିକ୍ରମ ସୋଲାଙ୍କି ଗୋଟିଏ ପ୍ରେସ ବିବୃତିରେ କହିଛନ୍ତି, “ଶୁବମନ ଗିଲ ନିଜର ବଳିଷ୍ଠତା ଦେଖାଇଛନ୍ତି ଓ ୨ ବର୍ଷ ମଧ୍ୟରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି। ଆମେ ତାଙ୍କୁ କେବଳ ଜଣେ ଦକ୍ଷ ବ୍ୟାଟର ଭାବେ ଦେଖି ନାହୁଁ ବରଂ କ୍ରିକେଟର ନେତୃତ୍ୱ ନେବାର କଳା ମଧ୍ୟ ତାଙ୍କ ପାଖରେ ରହିଛି।

ତାଙ୍କ ଯୋଗଦାନ ଯୋଗୁ ଗୁଜରାଟ ଟାଇଟନ୍ସ ଗୋଟିଏ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ୨୦୨୨ରେ ଦଳ ଚାମ୍ପିୟନ ହୋଇଥିବା ବେଳେ ୨୦୨୩ରେ ରନର୍ସ ଅପ ହୋଇଥିଲା। ଏବେ ଗିଲଙ୍କ ନେତୃତ୍ୱରେ ଗୁଜରାଟ ଲଢ଼େଇ କରିବ।”

ଗିଲ୍‌ ଅଧିନାୟକ ପଦ ପାଇଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି। ସେ କହିଛନ୍ତି, “ମୁଁ ଉତ୍ସାହିତ ଓ ଗର୍ବିତ। ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜ୍‌ ବିଶ୍ୱାସ ଦେଖାଇଥିବାରୁ ଧନ୍ୟବାଦ। ଆମେ ଦୁଇଟି ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଥିଲୁ। ଏବେ ଉକ୍ତ ଚମତ୍କାର ଟିମର ନେତୃତ୍ୱ ନେବାକୁ ମୁଁ ବେଶ ଉତ୍ସାହିତ।”

ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଥିବାରୁ ଗୁଜରାଟ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ପାଣ୍ଡ୍ୟା ତାଙ୍କ ପୁରୁଣା ପ୍ରାଞ୍ଚାଇଜକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆମେ ଏହାକୁ ସମ୍ମାନ ଦେଉଛୁ ବୋଲି ଟାଇଟନ୍ସ ପକ୍ଷରୁ କୁହାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତା ଅମ୍ବାନି ଓ ଆକାଶ ଅମ୍ବାନି ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ୱାଗତ କରିଛନ୍ତି।

Cricket IPL IPL Auction Shubman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe