ଶୁବମନ ଗିଲ୍
ଟେଷ୍ଟ ପରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ଯୁବ ବ୍ୟାଟର ଶୁବମନ ଗିଲ। ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଆରମ୍ଭ ହେବ ଗିଲଙ୍କ ଯୁଗ। ପୂର୍ବରୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ ରୋହିତ ଶର୍ମା।
ହେଲେ ତାଙ୍କୁ ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ୍ସି ପଦରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ଗିଲଙ୍କୁ ଦିନିକିଆ(ODI Cricket) ଦଳର କମାଣ ଧରାଇ ଦିଆଯାଇଛି। ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଗିଲଙ୍କୁ ଏବେ ଠାରୁ କ୍ୟାପ୍ଟେନ ଦାୟିତ୍ୱ ହସ୍ତାନ୍ତର କରିଛି ବିସିସିଆଇ।
ଆଜି ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସ୍କ୍ୱାଡରେ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ଦୁଇ ଭେଟରାନ କ୍ରିକେଟର ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲିଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି।
ରୋହିତ ସ୍କ୍ୱାଡରେ ରହିବାକୁ ଥିଲେ ହେଁ ଆଉ ଅଧିନାୟକ ଭୂମିକାରେ ରହିବେ ନାହିଁ। ସେ ଜଣେ ସାଧାରଣ ବ୍ୟାଟର ଭାବେ ଖେଳିବେ। ରୋହିତ ଓ ବିରାଟଙ୍କୁ ଶେଷଥର ଆଇପିଏଲରେ ଦେଖିବବାକୁ ମିଳିଥିଲା। ସେହିପରି ଭାରତ ପାଇଁ ଉଭୟ ଶେଷଥର ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିଥିଲେ। ଦୀର୍ଘ ସମୟର ବ୍ୟବଧାନ ପରେ ଉଭୟଙ୍କୁ ସିଧା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ ।
୨୬ ବର୍ଷୀୟ ଗିଲ(Shubman Gill)ଙ୍କ ନେତୃତ୍ୱରେ ଉଭୟ ରୋହିତ ଓ ବିରାଟ ଦିନିକିଆ କ୍ରିକେଟ ଖେଳିବେ। ଗିଲଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଅର୍ଥାଆତ ମେ’କ୍ ମାସରେ ଟେଷ୍ଟ ଟିମର ଅଧିନାୟକ କରାଯାଇଥିଲା। ନିକଟରେ ସେ ଭାରତର ନୂଆ ଟି-୨୦ ଉପ ଅଧିନାୟକ ଭାବେ ଦାୟିତ୍ୱ ପାଇଥିଲେ। ଏବେ ତାଙ୍କୁ ଦିନିକିଆ କ୍ରିକେଟର ଅଧିନାୟକ କରାଯାଇଛି।
ରୋହିତ ଶର୍ମା ୨୦୨୧ ଡିସେମ୍ବର ମାସରୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ। ସେ ୫୬ଟି ଦିନିକିଆରେ ଭାରତର ନେତୃତ୍ୱ ନେଇଛନ୍ତି। ଏହା ମଧ୍ୟରୁ ଭାରତ ୪୨ଟି ଜିତିଛି, ୧୨ଟି ହାରିଛି, ଗୋଟିଏ ଟାଇ ରହିଥିବା ବେଳେ ଆଉ ଗୋଟିଏ ମ୍ୟାଚ୍ର ଫଳାଫଳ ବାହାରି ନଥିଲା।
ସେ ୨୦୧୮ରେ ଭାରତର କାମଚଳା ଅଧିନାୟକ ଭାବେ ଏସିଆ କପ ଓ ୨୦୨୩ରେ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଏସିଆ କପ ଭେଟି ଦେଇଥିଲେ। ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ରୋହିତଙ୍କ ନେତୃତ୍ୱରେ ଫାଇନାଲ ଖେଳିଥିଲା। ୨୦୨୫ ଚାମ୍ପିୟନ ଟ୍ରଫିରେ ରୋହିତଙ୍କ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା।
କିନ୍ତୁ ଅକ୍ଟୋବର ୧୯ରୁ ଗିଲ ଯୁଗ ଦିନିକିଆରେ ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ସିରିଜ ପାଇଁ ଆହତ ସମସ୍ୟାରୁ ମୁକୁଳି ନଥିବା ଋଷଭ ପନ୍ତଙ୍କୁ ଚୟନ କରାଯାଇ ନଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/04/gill-2025-10-04-14-15-36.jpg)