Advertisment

୭୯ ରନ କରି ଗିଲ ରିଟାର୍ଡ ହର୍ଟ, ବିରାଟଙ୍କ ଅର୍ଦ୍ଧଶତକ

ଡ୍ରେସିଂ ରୁମକୁ ଫେରିବା ବେଳକୁ ଗିଲ ୬୫ ବଲରେ ୭୯ ରନର ଇନିଂସ ଖେଳିଥିଲେ। ଆଜି ସେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି।

Gill

Gill

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେମି ଫାଇନାଲ ମ୍ୟାଚ୍‌ ଖେଳୁଥିବା ଭାରତକୁ ଝଟକା ଲାଗିଛି। ଭଲ ଲୟରେ ଥିବା ଶୁବମନ ଗିଲ୍‌ ଆହତ କାରଣରୁ ରିଟାର୍ଡ ହର୍ଟ ହୋଇଯାଇଛନ୍ତି। ୭୯ ରନ କରି ଗିଲ ରିଟାର୍ଡ ହଟଆ ହୋଇଥିବା ବେଳେ କ୍ରିଜ୍‌ରେ ବିରାଟ କୋହଲି ଅଛନ୍ତି। ସେ ମଧ୍ୟ ୫୯ ବଲରେ ୫୦ ରନ ହାସଲ କରିଛନ୍ତି। ଏହା ବିରାଟଙ୍କ ୭୨ତମ ଦିନିକିଆ ଅର୍ଦ୍ଧଶତକ। ସେ ଅର୍ଦ୍ଧଶତକ ହାସଲ କରି ସେଟ ହୋଇଯାଇଛନ୍ତି। ତେଣୁ ତାଙ୍କ ବ୍ୟାଟରୁ ସମସ୍ତେ ୫୦ ତମ ସେଞ୍ଚୁରୀ ଅପେକ୍ଷାରେ ରହିଛନ୍ତି। 

Advertisment

ଅନ୍ୟପକ୍ଷରେ ଆଜି ଆରମ୍ଭରୁ ଦମଦାର ବ୍ୟାଟିଂ କରୁଥିବା ଗିଲ ୪୧ ବଲରେ ୫୦ ରନ କରିଥିଲେ। ଏହାପରେ ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୧୫୦ ପାର କରାଇବା ସହ ବ୍ୟକ୍ତିଗତ ଭାବେ ୭୯ ରନରେ ପହଞ୍ଚି ଯାଇଥିଲେ।

କିନ୍ତୁ ଏହି ସମୟରେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ସେ ଜଙ୍ଘରେ କ୍ରାମ୍ପ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ପଡ଼ିଆରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିନ୍ତୁ କିଛି ବି ଲାଭ ମିଳି ନଥିଲା। ତେଣୁ ବାଧ୍ୟ ହୋଇ ସେ ଡ୍ରେସିଂ ରୁମକୁ ଫେରି ଯାଇଛନ୍ତି। ଡ୍ରେସିଂ ରୁମକୁ ଫେରିବା ବେଳକୁ ଗିଲ ୬୫ ବଲରେ ୭୯ ରନର ଇନିଂସ ଖେଳିଥିଲେ। ଆଜି ସେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗିଲ ଚଳିତ ବିଶ୍ୱକପରେ ଆଜି ୪ର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ତାଙ୍କ ଦିନିକିଆ କ୍ୟାରିୟରରେ ଏହା ୧୩ତମ ଅର୍ଦ୍ଧଶତକ।

ଆଜି ମୁମ୍ବାଇରେ ସେ ଭଲ ପ୍ରଦର୍ଶନ କରିଥିଲେ। ଲାଗୁଥିଲା ଗିଲଙ୍କ ବ୍ୟାଟରୁ ଚଳିତ ବିଶ୍ୱକପରେ ପ୍ରଥମ ଶତକ ଦେଖିବାକୁ ମିଳିବ। ହେଲେ ଆହତ ସମସ୍ୟା ଯୋଗୁ ତାଙ୍କୁ ଡ୍ରେସିଂ ରୁମକୁ ଫେରିବାକୁ ପଡ଼ିଛି। ସେ ସୁସ୍ଥ ହେବା ପରେ ପୁଣି ଚାହିଁଲେ ବ୍ୟାଟିଂ କରିବାକୁ ଆସି ପାରିବେ। ତାଙ୍କ ବଦଳରେ ବିରାଟ କୋହଲିଙ୍କୁ ସାଥ ଦେବାକୁ ଶ୍ରେୟସ ଆୟର ଆସିଛନ୍ତି। ଉଭୟ ଦଳୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ୨୮ ଓଭର ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୧୯୭ ରନ କରି ନେଇଛି। 

Virat Kohli ICC Shubman Gill CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe