Advertisment

ପାକିସ୍ତାନ ବିପକ୍ଷରେ ଭାରତର ବିସ୍ଫୋରକ ଆରମ୍ଭ, ଗିଲଙ୍କ ଅର୍ଦ୍ଧଶତକ

ସେ ୩୭ ବଲରେ ସମ୍ମୁଖୀନ ହୋଇ ଚଳିତ ଏସିଆ କପରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ।

Gill

Gill

Advertisment

ପାକିସ୍ତାନ ବିପକ୍ଷ ସୁପର ୪ ମୁକାବିଲାରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦମଦାର ଆରମ୍ଭ କରିଛି। ବିଶେଷ କରି ଯୁବ ତାରକା ଶୁବମନ ଗିଲ୍‌ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ତାଙ୍କୁ ଅଧିନାୟକ ରୋହିତ ଶର୍ମା ଭରପୂର ସାଥ ଦେଇଛନ୍ତି।

Advertisment

ଇତି ମଧ୍ୟରେ ଗିଲ୍‌ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରି ନେଇଛନ୍ତି। ସେ ୩୭ ବଲରେ ସମ୍ମୁଖୀନ ହୋଇ ଚଳିତ ଏସିଆ କପରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ।

ମ୍ୟାଚ୍‌ କଥା ବିଚାରକୁ ନେଲେ ପ୍ରଥମ ଓଭରରେ ଶାହୀନ ଶାହ ଆଫ୍ରିଦିଙ୍କୁ ଛକା ମାରି ରୋହିତ ଶର୍ମା ନିଜର ରନ ଖାତା ଖୋଲିଥିଲେ। ଏହାପରେ ଗିଲ୍‌ ଦମଦାର ବ୍ୟାଟିଂ କରି ଆଫ୍ରିଦିଙ୍କ ଠାରୁ ଆରମ୍ଭ କରି ନଶମୀ ଶାହ ଓ ଫୈମ ଅଶରଫଙ୍କୁ ଚୌକା ପରେ ଚୌକା ମାରି ଚାଲିଥିଲେ। ଏଥିସହ ସେ ସ୍ପିନର ଶଦାବ ଖାନଙ୍କୁ ସିଙ୍ଗଲ ନେଇ ପାକିସ୍ତାନ ବିପକ୍ଷରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍‌ ୪୩ ବଲରେ ୫୨ ଓ ରୋହିତ ଶର୍ମା ୪୧ ବଲରେ ୪୪ ରନ କରି ଅପରାଜିତ ରହିଛନ୍ତି। 

Advertisment

ତେବେ ରୋହିତ ଶର୍ମା ଛକାରୁ ନିଜର ରନ ଖାତା ଖୋଲିଥିଲେ ମଧ୍ୟ ନଶୀମ ଶାହଙ୍କୁ ଖେଳିବାରେ ସାମାନ୍ୟ ଅସଫଳ ହୋଇଥିଲେ। ଶସୀମ ତାଙ୍କୁ ବିଟ୍‌ କରି କ୍ରମାଗତ ଦୁଇ ଓଭର ମେଡେନ ନେଇଥିଲେ। କିନ୍ତୁ ଗିଲ୍‌ ସୁଯୋଗ ପାଇବା ମାତ୍ରେ ତାଙ୍କୁ ଚୌକା ମାରିଥିଲେ। ରୋହିତ ଶର୍ମା ମଧ୍ୟ ଆଉ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନଥିଲେ। ସେ ମଧ୍ୟ ହାରିସ ରୌଫଙ୍କୁ ଚୌକା ପରେ ଚୌକା ମାରି ଚାଲିଥିଲେ।

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୪ ଓଭରରେ ବିନା କୌଣସି ୱିକେଟ ହରାଇ ୧୦୩ ରନ କରି ନେଇଛି। ଏବେ ବି ରୋହିତ ଶର୍ମା ଓ ଗିଲ୍‌ ବ୍ୟାଟିଂ ଜାରି ରଖିଛନ୍ତି।

Rohit Sharma India Vs Pakistan Asia Cup Cricket Shubman Gill Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe