Advertisment

ବାବର ଆଜମଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌

ଗିଲ୍‌ ପାକିସ୍ତାନ ସୁପରଷ୍ଟାର ତଥା ଅଧିନାୟକ ବାବର ଆଜମଙ୍କ ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୫୦ ଓଭର ବିଶିଷ୍ଟ ଫର୍ମାଟର ୨୬ଟି ଇନିଂସରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାରେ ଗିଲ୍‌ ଏବେ ୧ନଂରେ ପହଞ୍ଚି ଯାଇଛନ୍ତି।

Gill

Gill

Advertisment

ଭାରତୀୟ କ୍ରିକେଟ ଟିମ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ହାରି ଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ ଇଣ୍ଡିଆ କେବଳ ୧୮୧ ରନ ହିଁ କରି ପାରି ଥିଲା। ଇଣ୍ଡିଜ୍‌ ଟିମ ୬ ୱିକେଟରେ ଉକ୍ତ ମ୍ୟାଚ୍‌କୁ ଜିତି ଦିନିକିଆ ସିରିଜ୍‌କୁ ୧-୧ରେ ବରବାର କରି ଦେଇଛି। ଆସନ୍ତାକାଲି ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ଖେଳାଯିବ।

Advertisment

ଭାରତୀୟ ଟିମ ମ୍ୟାଚ୍‌ ହାରିଥିଲେ ମଧ୍ୟ ଟିମ ଇଣ୍ଡିଆର ଦୁଇ ଓପନର ଈଶାନ କିଶନ ଓ ଶୁବମନ ଗିଲ୍‌ ଜବରଦସ୍ତ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୯୧ ରନ ମଧ୍ୟ ଯୋଡ଼ିଥିଲେ। ଏସବୁ ଭିତରେ ଗିଲ୍‌ ଦ୍ୱିତୀୟ ଦିନିକିଆରେ ୩୪ ରନର ଇନିଂସ ଖେଳିବା ପରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

ସେ ପାକିସ୍ତାନ ସୁପରଷ୍ଟାର ତଥା ଅଧିନାୟକ ବାବର ଆଜମଙ୍କ ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୫୦ ଓଭର ବିଶିଷ୍ଟ ଫର୍ମାଟର ୨୬ଟି ଇନିଂସରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାରେ ଗିଲ୍‌ ଏବେ ୧ନଂରେ ପହଞ୍ଚି ଯାଇଛନ୍ତି।

Advertisment

ପୂର୍ବରୁ ଏହି ରେକର୍ଡ ବାବର ଆଜମଙ୍କ ନାଁରେ ରହିଥିଲା। ସେ ୨୬ଟି ଦିନିକିଆ ଇନିଂସ ପରେ ରେକର୍ଡ ୧୩୨୨ ରନ କରିଥିଲେ। କିନ୍ତୁ ଗିଲ୍‌ ଇଣ୍ଡିଜ ବିପକ୍ଷରେ ୩୪ ରନ କରିବା ପରେ ଏହାକୁ ଅତିକ୍ରମ କରି ନେଇଛନ୍ତି। ୨୬ ଇନିଂସ ପରେ ଗିଲ୍‌ଙ୍କ ମୋଟ ରନ ୧୩୫୨ ରହିଛି।

ଏହି ଦୁଇ ଜଣଙ୍କ ବ୍ୟତୀତ ଟପ୍‌ ୫ରେ ଇଂଲଣ୍ଡର ଜୋନାଥନ ଟ୍ରୋଟ(୧୩୦୩ ରନ), ପାକିସ୍ତାନର ଫଖର ଜମାନ(୧୨୭୫) ଓ ଦକ୍ଷିଣ ଆଫ୍ରିକାର ରସି ଭାନ ଡେର ଡୁସେନ(୧୨୬୭) ରହିଛନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ କଥା ଦେଖିଲେ ଭାରତ ଏକାଦା ୯୦ ରନରେ କୌଣସି ୱିକେଟ ହରାଇ ନଥିଲା। କିନ୍ତୁ ଦଳ ପରବର୍ତ୍ତୀ ସମୟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ପୂରା ଟିମ ୧୮୧ ରନରେ ଅଲଆଉଟ ହୋଇଯାଇଥିଲା। 

ଏହାପରେ ଇଣ୍ଡିଜ ଟିମ ଶାଇ ହୋପ୍‌ଙ୍କ ଅପରାଜିତ ୬୩ ଓ କେସି କାର୍ଟୀଙ୍କ ଅପରାଜିତ ୪୮ ରନ ବଳରେ ୪ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା।

Indian Cricket Team Cricket Shubman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe