Advertisment

ବିଶ୍ୱ ରେକର୍ଡ କଲେ ଶୁବମନ ଗିଲ୍‌

ଗିଲ୍‌ ମାତ୍ର ୩୮ଟି ଇନିଂସରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଏହାପୂର୍ବରୁ ଦ୍ରୁତତମ ୨ ହଜାର ରନ ପୂରଣ କରିବା ତାଲିକାର ୧ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହାସିମ ଅମଲା ଥିଲେ।

author-image
Hemant Lenka
gill

gill

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ୨୬ ରନର ଇନିଂସ ଖେଳିଥିବା ଭାରତର ଯୁବ ବ୍ୟାଟର ତଥା ପ୍ରିନ୍ସ ଭାବେ ପରିଚିତ ଶୁବମନ ଗିଲ୍‌ ବିଶ୍ୱ ରେକର୍ଡ କରିଛନ୍ତି। ସେ ଦିନିକିଆରେ ଦ୍ରୁତତମ ୨୦୦୦ ରନ ହାସଲ କରିବାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। 

Advertisment

ଗିଲ୍‌ ମାତ୍ର ୩୮ଟି ଇନିଂସରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଏହାପୂର୍ବରୁ ଦ୍ରୁତତମ ୨ ହଜାର ରନ ପୂରଣ କରିବା ତାଲିକାର ୧ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହାସିମ ଅମଲା ଥିଲେ। ସେ ୪୦ଟି ଇନିଂସରେ ୨ ହଜାର ରନ ପୂରଣ କରିଥିଲେ। ହେଲେ ତାଙ୍କ ରେକର୍ଡକୁ ଆଜି ଗିଲ୍‌ ଅତିକ୍ରମ କରି ଯାଇଛନ୍ତି।

ଗିଲ୍‌ ଓ ଅମଲାଙ୍କ ବ୍ୟତୀତ ପାକିସ୍ତାନର ଜହିର ଆବ୍ବାସ ୪୫ଟି ଇନିଂସ, ଇଂଲଣ୍ଡର କେଭିନ ପିଟରସନ ୪୫ଟି ଇନିଂସ, ପାକିସ୍ତାନର ବାବର ଆଜମ ୪୫ଟି ଇନିଂସ ଓ ଦକ୍ଷିଣ ଆଫ୍ରିକାର ରସି ଭାନ ଡେର ଡୁସେନ ୪୫ଟି ଇନିଂସରେ ୨ ହଜାର ରନ ପୂରଣ କରିଥିଲେ। ଗିଲ୍‌ କିନ୍ତୁ ସମସ୍ତଙ୍କ ଠାରୁ କମ ଇନିଂସରେ  ୨ହଜାର ରନ ପୂରଣ କରିଛନ୍ତି। 

Advertisment

ଭାରତ ପାଇଁ ଏଯାଏ ୨୪ ବର୍ଷୀୟ ଗିଲ୍‌ ୬ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଜି ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭଲ ଷ୍ଟାର୍ଟ ପାଇଥିଲେ ମଧ୍ୟ ୩୧ ବଲରେ ୨୬ ରନ କରି ଆଉଟ ହୋଇଯାଇଛନ୍ତି।

୨୦୦୦ ରନ ପୂରଣ କରିବା ପାଇଁ ଗିଲ୍‌କୁ ୧୪ ରନର ଆବଶ୍ୟକ ରହିଥିଲା। ସେ ଭାରତୀୟ ଇନିଂସର ୭ମ ଓଭର୍‌ରେ ଏହି କୀର୍ତ୍ତିମାନ ହାସଲ କରି ନେଇଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କୁ ଚୌକା ମାରି ଗିଲ୍‌ ୨ ହଜାର ରନ ପୂରଣ କରିଥିଲେ। ଚଳିତ ବର୍ଷ ୨୫ଟି ମ୍ୟାଚ୍‌ ଖେଳିଥିବା ଗିଲ୍‌ ୧୩୨୫ ରନ କରି ସାରିଲେଣି।

୨୦୨୩ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ ଡେଙ୍ଗୁ ଯୋଗୁ ଗିଲ୍ ଖେଳି ପାରି ନଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ସେ ଦଳକୁ କମବ୍ୟାକ୍‌ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ସେ ୧୬ ରନର ଇନିଂସ ଖେଳିଥିଲେ। ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ଗିଲ ଆଜି ୨୬ ରନ କରିଛନ୍ତି।

ICC Shubman Gill ICC Men’s Cricket World Cup 2023 ICC World Cup 2023 ICC World Cup