Advertisment

ଚାମ୍ପିୟନ୍ସ ଟ୍ରଫିରେ ଶୁବମନ ଗିଲ ନେବେ ନେତୃତ୍ୱ!

ଉପ ଅଧିନାୟକ ଭାବେ କାର୍ଯ୍ୟ କରୁଥିବା ଶୁବମନ ଗିଲ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନେତୃତ୍ୱ ନେବାର ସୁଯୋଗ ପାଇ ପାରନ୍ତି।

Gill

Gill

Advertisment

ଆସନ୍ତା ରବିବାର ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଦଳ ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରି ନେଇଛନ୍ତି। ତେବେ ପ୍ରଥମ ସ୍ଥାନ ପାଇଁ ଦୁଇ ଦଳ ଲଢ଼େଇ କରିବେ। କିନ୍ତୁ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିବ ଟିମ ଇଣ୍ଡିଆର ଭବଷ୍ୟତ ଝଲକ। କାରଣ ଏବେ ଉପ ଅଧିନାୟକ ଭାବେ କାର୍ଯ୍ୟ କରୁଥିବା ଶୁବମନ ଗିଲ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନେତୃତ୍ୱ ନେବାର ସୁଯୋଗ ପାଇ ପାରନ୍ତି। ଗିଲ ଭବିଷ୍ୟତରେ ଭାରତର କମାଣ ବିଧିବଦ୍ଧ ଭାବେ ସମ୍ଭାଳିବେ। ହେଲେ ଏହା ପୂର୍ବରୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ମ୍ୟାଚରେ ଅଧିନାୟକ ହେବାର ସୁଯୋଗ ମିଳିପାରେ।

Advertisment

ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଏବେ ୧୦୦% ଫିଟ ନାହାନ୍ତି। ତେଣୁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଗ୍ରୁପ ଏର ଶେଷ ମ୍ୟାଚ୍‌ରେ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ଭାରତ ଯେହେତୁ ସେମିରେ ସ୍ଥାନ ସୁରକ୍ଷିତ କରି ନେଇଛି, ସେଥିପାଇଁ ମ୍ୟାନେଜମେଣ୍ଟ ରୋହିତଙ୍କୁ ବିଶ୍ରାମ ଦେବା ସପକ୍ଷରେ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

ଯଦି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିବ, ତା’ହେଲେ ଉପ ଅଧିନାୟକ ଶୁବମନ ଗିଲ ନେତୃତ୍ୱ ନେବେ। ଗିଲ ସବୁ ଫର୍ମାଟରେ ଭାରତର କମାଣ ରୋହିତଙ୍କ ପରେ ସମ୍ଭାଳିବେ ବୋଲି ଅନେକ କ୍ରିକେଟ ପଣ୍ଡିତ ମତ ରଖୁଛନ୍ତି। ଏପରି ସ୍ଥିତିରେ ଚାମ୍ପିୟନ୍ସ ଟ୍ରଫି ଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ କେମିତି ଟିମକୁ ଆଗକୁ ନେଉଛନ୍ତି, ସେକଥା ରବିବାର ମ୍ୟାଚ୍‌ ଦେଖିବା ପରେ କିଛିଟା ଜଣାପଡ଼ି ଯିବ।

Advertisment

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୋହିତ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ମାଂସପେଶୀ ସମସ୍ୟାରେ ପଡ଼ିଥିଲେ। ଏଥିଯୋଗୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା ଓ ଗିଲ କିଛି ସମୟ ପାଇଁ ପାକିସ୍ତାନ ବିପକ୍ଷରେ ଦଳର ନେତୃତ୍ୱ ନେଇଥିଲେ। ଅବଶ୍ୟ ହିଟମ୍ୟାନ ପରବର୍ତ୍ତୀ ଅବସ୍ଥାରେ ରନ ଚେଜ ବେଳେ ବ୍ୟାଟିଂ କରିବାକୁ ଆସିଥିଲେ।

ଏବେ ବି ସେ ସଂପୂର୍ଣ୍ଣ ଭାବେ ଆହତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି। ଏଥିପାଇଁ ସେ ଦୁବାଇରେ ଭାରତ କରୁଥିବା ଅଭ୍ୟାସ ସେସନ୍ସରେ ମଧ୍ୟ ବ୍ୟାଟ ଚଳାଇ ନାହାନ୍ତି। ତାଙ୍କୁ ଭାରତର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ ଏବଂ ଫିଜିଓଥେରାପିଷ୍ଟଙ୍କ ସହ ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ରୋହିତ ମାଂସପେଶୀ ଜନିତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି।

ଯଦି ରୋହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେବେ, ତା’ହେଲେ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ଦେଖିବାକୁ ମିଳିବ। ରୋହିତଙ୍କ ଅନୁପସ୍ଥିତିରେ ଗିଲଙ୍କ ସହ କେଏଲ ରାହୁଲ ଓପନ କରିପାରନ୍ତି। ଏପରି ସ୍ଥିତିରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

India Vs New Zealand Shubman Gill Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe