Shubman gill and Sara tendulkar
ପ୍ରେମରେ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର୍ ଶୁଭମନ ଗିଲ। ଗତ କିଛି ଦିନ ହେବ ଏଭଳି କିଛି ଚର୍ଚ୍ଚା ଜାରି ରହିଛି। ତେବେ ସେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ଙ୍କୁ ଡେଟ୍ କରୁଥିବା ନେଇ କୁହାଯାଉଥିଲା। କିନ୍ତୁ ସେ ସାରା ଅଲ୍ଲି ଖାନ୍ ନୁହେଁ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର୍ଙ୍କ ଝିଅଙ୍କ ପ୍ରେମରେ ପଡିଛନ୍ତି। ସାରା ତେନ୍ଦୁଲକର ଓ ଶୁଭମନ ପରସ୍ପରକୁ ଡେଟ୍ କରୁଛନ୍ତି। ଏକଥା ଆମେ କହୁନୁ ସେ ଖୋଦ୍ ଏନେଇ ହିଣ୍ଟ ଦେଇଛନ୍ତି।
କ୍ରିକେଟର୍ ଶୁଭମନ ଗିଲ୍ ନିଜ ପ୍ରଫେସନାଲ ଲାଇଫ ଅପେକ୍ଷା ନିଜ ପର୍ସନାଲ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ। ସେ ଏବେ ଟକ୍ ଅଫ୍ ଦା ଟାଉନ୍ ପାଲଟିଛନ୍ତି। ସାରା ଓ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚାରିଆଡେ ଚାଲିଛି ଗସିପ୍। ଏହାରି ଭିତରେ ସେ ଭାଲେଣ୍ଟାଇନ୍ ଡେ’ରେ ଫଟୋ ଶେଆର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ସେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ନୁହେଁ ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର୍ଙ୍କୁ ଡେଟିଂ କରୁଛନ୍ତି।
ଶୁଭମନ ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ସେ ଲଣ୍ଡନର ଏକ କାଫେରେ ବସି କଫି ପିଉଥିବା ନଜର ଆସିଛନ୍ତି। ଏହି ଫଟୋକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆଜ୍ ଫିର୍ କୌନ୍ ସା ଦିନ ହୈ?’ଶୁଭମନ ଏହି ଫଟୋ ଶେଆର କରିବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଏହି ଫଟୋଟି ଜଣାଶୁଣା ଥିବା କମେଣ୍ଟ କରିଛନ୍ତି।
୨୦୨୧ ମସିହାରେ ଜୁଲାଇ ୫ରେ ସାରା ତେନ୍ଦୁଲକର ମଧ୍ୟ ଠିକ୍ ଏହି କାଫେରେ ବସି ସମାନ ଫଟୋ ଶେଆର କରିଥିଲେ। ଶୁଭମନ ଓ ସାରାଙ୍କ ଫଟୋରେ ଉଭୟ ସ୍ଥାନ ଓ ପୋଜ ଏକା ଭଳି ରହିଛି। ଏହି ଫଟୋକୁ ଦେଖି ଫ୍ୟାନ୍ମାନେ ଉଭୟ ଡେଟିଂ କରୁଥିବା ନେଇ ଚର୍ଚ୍ଚା କରୁଛନ୍ତି। ଫଟୋଟି ଉଭୟଙ୍କର ଗୋଟିଏ ଦିନର ହୋଇଥିବ ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676442375.jpg)