Gill
ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁବମନ ଗିଲଙ୍କୁ ମିଳିଛି ଆଇସିସି ବଡ଼ ପୁରସ୍କାର। ତାଙ୍କୁ ଆଇସିସି ପକ୍ଷରୁ ଜୁଲାଇ ମାସର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ଗିଲ ଏପରି ପୁରସ୍କାରର ଅଧିକାରୀ ହୋଇଛନ୍ତି।
ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ଗିଲଙ୍କ ବ୍ୟତୀତ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଓ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ୱିଆନ ମୁଲଡର ରହିଥିଲେ। କିନ୍ତୁ ଉଭୟଙ୍କୁ ପଛରେ ପକାଇ ଗିଲ ଜୁଲାଇ ମାସର ଶ୍ରେଷ୍ଠ ପୁରସ୍କାର ଜିତିଛନ୍ତି।
୪ର୍ଥ ଥର ପାଇଁ ଗିଲ ଆଇସିସିର ମାସିକିଆ ପୁରସ୍କାର ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବ୍ୟତୀତ ବିଶ୍ୱର ଆଉ କୌଣସି ପୁରୁଷ କ୍ରିକେଟର ଏପରି ଗୌରବ ହାସଲ କରିନାହାନ୍ତି।
ଏହାପୂର୍ବରୁ ୨୦୨୩ ଜାନୁଆରୀ, ୨୦୨୩ ସେପ୍ଟେମ୍ବର ଓ ୨୦୨୫ ଫେବୃଆରୀରେ ଗିଲଙ୍କୁ ଆଇସିସି ପକ୍ଷରୁ ମାସର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା। ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ୭୫୪ ରନ କରିଥିଲେ। ତାଙ୍କ ବ୍ୟାଟିଂ ଆଭରେଜ ୭୫.୪ ରହିଥିଲା। ସେ ୪ଟି ଶତକ ମଧ୍ୟ ମାରିଥିଲେ। ଏଥିପାଇଁ ତାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା।
ମହିଳା ବର୍ଗରେ ବାଜି ମାରିନେଲେ ସୋଫିଆ ଡଙ୍କଲୀ
ମହିଳା ବର୍ଗରେ ଆଇସିସି ଜୁଲାଇ ମାସର ଶ୍ରେଷ୍ଠ ପୁରସ୍କାର ଇଂଲଣ୍ଡ ବ୍ୟାଟର ସୋଫିଆ ଡଙ୍କଲୀଙ୍କୁ ଦେଇଛି। ଏହି ରେସରେ ଇଂଲଣ୍ଡର ସୋଫି ଏସେଲଷ୍ଟୋନ ଓ ଆୟର୍ଲ୍ୟାଣ୍ଡର ଗାବୀ ଲୁଇସ ରହିଥିଲେ। ଉଭୟଙ୍କୁ ପଛରେ ପକାଇ ଡଙ୍କଲୀ ବାଜି ମାରି ନେଇଛନ୍ତି। ଭାରତ ବିପକ୍ଷ ୫ ଟି-୨୦ ଓ ୩ ଦିନିକି୍ରା ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gill_1755002281.jpg)