Advertisment

ମ୍ୟାଚ୍‌ ପାଗଳ ସିକନ୍ଦର ରାଜା! ଟସ୍‌ର ୧୦ ମିନିଟ ପୂର୍ବରୁ ଇଂଲଣ୍ଡରୁ ଟେଷ୍ଟ ଖେଳି ପହଞ୍ଚିଲେ, ପିଏସଏଲ ଫାଇନାଲରେ ବିଜୟ ଶଟ ମାରିଲେ

ଟସ୍‌ର ୧୦ ମିନିଟ ପୂର୍ବରୁ ୩୯ ବର୍ଷୀୟ ସିକନ୍ଦର ରାଜା ମ୍ୟାଚ୍‌ ଖେଳିବାକୁ ଆସିଥିଲେ। ଏହାପରେ ସେ ମ୍ୟାଚ୍‌ରେ ମାତ୍ର ୭ଟି ବଲ ଖେଳି ଅପରାଜିତ ୨୭ ରନ କରିଛନ୍ତି।

Raza

Raza

Advertisment

ପାକିସ୍ତାନ ସୁପର ଲିଗ ବା ପିଏସଏଲ ଇତିହାସରେ ସବୁଠାରୁ ନାଟକୀୟ ଅନ୍ତ ଦେଖିବାକୁ ମିଳିଛି। ମ୍ୟାଚ ପାଗଳ ଜିମ୍ବାୱେ କ୍ରିକେଟର ସିକନ୍ଦର ରାଜା ଫିଲ୍ମ ଷ୍ଟାଇଲରେ ପିଏସଏଲ ଫାଇନାଲରେ ପ୍ରବେଶ କରି ନିଜ ଟିମକୁ ବିଜୟ ଭେଟିଛନ୍ତି। ସେ ଗଦାଫି ଷ୍ଟାଡିୟମରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ର ଠିକ ୧୦ ମିନିଟ ପୂର୍ବରୁ ଇଂଲଣ୍ଡରୁ ଆସି ପାକିସ୍ତାନରେ ପହଞ୍ଚିଥିଲେ। ସେ ଇଂଲଣ୍ଡରୁ ଆସିବାର କାରଣ ଥିଲା ନିଜ ପିଏସଏଲ ଟିମ ପାଇଁ ବିଜୟ ଶଟ ମାରିବା ତାଙ୍କ ଶଟ ପାଇଁ ପିଏସଏଲ ୨୦୨୫ ଟ୍ରଫି ଜିତିଛି ଲାହୋର କ୍ୱାଲନ୍ଧର୍ସ।

Advertisment

ଟସ୍‌ର ୧୦ ମିନିଟ ପୂର୍ବରୁ ୩୯ ବର୍ଷୀୟ ସିକନ୍ଦର ରାଜା ମ୍ୟାଚ୍‌ ଖେଳିବାକୁ ଚାଲି ଆସିଥିଲେ। ଏହାପରେ ସେ ମ୍ୟାଚ୍‌ରେ ମାତ୍ର ୭ଟି ବଲ ଖେଳି ଅପରାଜିତ ୨୭ ରନ କରିଛନ୍ତି। ତାଙ୍କ ଇନିଂସ ଯୋଗୁ ଲାହୋର ୬ ୱିକେଟରେ କ୍ୱେଟ୍ଟା ଗ୍ଲାଡିଏଟର୍ସକୁ ହରାଇ ଦେଇଛି। ରାଜା ଚୌକା ମାରି ଦଳକୁ ଟ୍ରଫି ଭେଟି ଦେଇଛନ୍ତି।

ସିକନ୍ଦର ରାଜାଙ୍କୁ ମ୍ୟାଚ ପାଗଳ କହିବାର ଯଥେଷ୍ଟ କାରଣ ରହିଛି। ପିଏସଏଲ ଫାଇନାଲର ୨୪ ଘଣ୍ଟା ପୂର୍ବରୁ ସେ ନିଜ ଦେଶ ଜିମ୍ବାୱେ ପାଇଁ ନଟ୍ଟିଂହାମରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳୁଥିଲେ। ସେଠାରେ ମ୍ୟାଚ୍‌ ଖେଳିବା ପରେ ସେ ସିଧା ପିଏସଏଲ ଖେଳିବାକୁ ବାହାରି ଯାଇଥିଲେ। ନଟ୍ଟିଂହାମରୁ ସେ ପ୍ରଥମେ ବର୍ମିଂହାମ, ପରେ ଦୁବାଇ, ଅବୁଧାବିରେ ପହଞ୍ଚିଥିଲେ। ସେଠାରୁ ଶେଷରେ ବିମାନ ଧରି ଲାହୋରକୁ ଆସିଥିଲେ। 

Advertisment

ସିକନ୍ଦର ରାଜା ନିଜର ନାଟକୀୟ ଯାତ୍ରା ସମ୍ପର୍କରେ କହିଛନ୍ତି, “ବର୍ମିଂହାମରେ ଡିନର କରିବା ପରେ ଦୁବାଇରେ ବ୍ରେକଫାଷ୍ଟ ହୋଇଥିଲା। ଅବୁଧାବିରେ ଲଞ୍ଚ କରିବା ପରେ ଶେଷରେ ପାକିସ୍ତାନରେ ଡିନର ହୋଇଛି। ଏପରି ଜୀବନ ବଞ୍ଚିବା ପାଇଁ ମୋତେ ଆଶୀର୍ବାଦ ମିଳିଛି।” ରାଜା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଲାହୋର ଟିମର ଖେଳାଳିମାନେ ପଡ଼ିଆ ମଧ୍ୟରେ କାନ୍ଧରେ ଧରି ବୁଲାଇଛନ୍ତି।

ଫାଇନାଲରେ ଲାହୋର ୨୦୨ ରନକୁ ପିଛା କରୁଥିବା ବେଳେ ଏହାକୁ ହାସଲ କରିବାକୁ ସକ୍ଷମ ହୋଇଛି। ଏହା ପିଏସଏଲର ସର୍ବାଧିକ ରନ ଚେଜର ରେକର୍ଡ ସୃଷ୍ଟି କରିଛି। ରାଜା ଚୌକା ମାରି ଦଳକୁ ୧୯.୫ ଓଭରରେ ବିଜୟ ଭେଟି ଦେଇଛନ୍ତି। ଦଳ ପକ୍ଷରୁ ଶ୍ରୀଲଙ୍କା ବ୍ୟାଟର କୁଶଲ ପେରେରା ୩୧ ବଲରେ ଅପରାଜିତ ୬୨ ରନର ଇନିଂସ ଖେଳିଥିବା ବେଳେ ମହମ୍ମଦ ନଇମ ୪୬ ଓ ଅବଦୁଲ୍ଲ ଶଫିକ୍ୟୁ ୪୧ ରନ କରିଛନ୍ତି।

ଏହାପୂର୍ବରୁ କ୍ୱେଟ୍ଟା ୯ ୱିକେଟ ହରାଇ ୨୦୧ ରନ କରିଥିଲା। ଦଳ ପକ୍ଷରୁ ଯୁବ ତାରକା ହାସନ ନୱାଜ ୭୬ ରନ କରିଥିବା ବେଳେ ଶେଷ ଓଭରରେ ଫହୀମ ଅଶର୍ଫ ୨୩ ରନ ଆଦାୟ କରିଥିଲେ। ତଥାପି ଲାହୋରର ଅଧିନାୟକ ଶାହୀନ ଶାହ ଆଫ୍ରିଦ ୨୪ ରନରେ ୩ ୱିକେଟ ଦଖଲ କରି ରନ ଗତିରେ କିଛିଟା ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥିଲେ।

ଲାହୋର ତୃତୀୟ ଥର ପାଇଁ ପିଏସଏଲ ଟ୍ରଫି ଜିତିଛି। ଏହାପୂର୍ବରୁ ଦଳ ୨୦୨୨ ଓ ୨୦୨୩ରେ ଚାମ୍ପିୟନ ହୋଇଥିଲା। ଲାହୋର ବ୍ୟତୀତ ପିଏସଏଲ ଟ୍ରଫି ସର୍ବାଧିକ ଥର ଜିତିଥିବା ଅନ୍ୟତମ ଦଳ ହେଲା ଇସଲାମାବାଦ। ଲାହୋର ଭଳି ଇସଲାମାବାଦ ମଧ୍ୟ ୩ଟି ଚାମ୍ପିୟନ ହୋଇଛି।

Pakistan Cricket PSL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe