/odisha-reporter/media/media_files/2026/01/01/raza-2026-01-01-13-44-48.jpg)
ସିକନ୍ଦର ରାଜା ଓ ସାନ ଭାଇ ମହମ୍ମଦ ମାହଦି (ଫାଇଲ ଫଟୋ)
ଗୋଟିଏ ଦୁଃଖଦ ଖବରରେ ବୁଡ଼ିଛି ପୂରା କ୍ରିକେଟ ଜଗତ। ଜିମ୍ବାୱେ ଟିମର ଟି-୨୦ ଅଧିନାୟକ ସିକନ୍ଦର ରାଜାଙ୍କ ପରିବାରରୁ ଆସିଛି ଅତ୍ୟନ୍ତ ଦୁଃଖଦ ଖବର। ମାତ୍ର ୧୩ ବର୍ଷ ବୟସରେ ଆଖି ବୁଜିଛନ୍ତି ସିକନ୍ଦର ରାଜାଙ୍କ ସାନ ଭାଇ ମହମ୍ମଦ ମାହଦି। ଜିମ୍ବାୱେ କ୍ରିକେଟ ଏହି ଖବରକୁ ନିଶ୍ଚିତ କରି ବିସ୍ତୃତ ତଥ୍ୟ ଦେଇଛି।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ “ଜିମ୍ବାୱେ କ୍ରିକେଟ(ZC) ପକ୍ଷରୁ ଦେଶର ଟି-୨୦ କ୍ୟାପ୍ଟେନ ସିକନ୍ଦର ରାଜା ଓ ତାଙ୍କ ପରିବାରକୁ ଗଭୀର ଶୋକ ବ୍ୟକ୍ତ କରାଯାଉଛି। କାରଣ ସିକନ୍ଦର ରାଜାଙ୍କ ଅତି ପ୍ରିୟ ସାନ ଭାଇ ମହମ୍ମଦ ମାହଦି ମାତ୍ର ୧୩ ବର୍ଷ ବୟସରେ ଗତ ୨୯ ଡିସେମ୍ବରରେ ପରପାରିକୁ ଚାଲି ଯାଇଛନ୍ତି।
ମହମ୍ମଦ ମାହଦି ଅତି ବିରଳ ହାମୋଫିଲିଆ ସହ ଜନ୍ମ ଗ୍ରହଣ କରିଥିଲେ। ନିକଟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ହରାରେ ସ୍ଥିତ ୱାରେନ ହିଲ୍ସ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ZC ବୋର୍ଡ, ମ୍ୟାନେଜମେଣ୍ଟ, ଖେଳାଳି ଓ କର୍ମଚାରୀମାନେ ମିଳିତ ଭାବେ ଏହି ଦୁଃଖଦ ମୁହୂର୍ତ୍ତରେ ସିକନ୍ଦର ରାଜା ଓ ତାଙ୍କ ପରିବାର ସହ ରହିଛନ୍ତି। ଆଲ୍ଲା ସେମାନଙ୍କୁ ସହିବାର ଶକ୍ତି ଦିଅନ୍ତୁ।”
ରାଜା ଏହି ବିବୃତି ଉପରେ ହୃଦୟ ଭାଙ୍ଗି ଯାଇଥିବା ଇମୋଜି ପୋଷ୍ଟ କରିଛନ୍ତି। ଏପରି ଦୁଃଖଦ ଖବର ମଧ୍ୟରେ ସମସ୍ତଙ୍କ ନଜର ସିକନ୍ଦରଙ୍କ ଉପରେ ରହିଛି। କାରଣ ସେ ନିଜ କ୍ୟାରିୟରର ସବୁଠାରୁ ବଡ଼ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି।
ଫେବୃଆରୀରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ରାଜାଙ୍କ ନେତୃତ୍ୱରେ ଜିମ୍ବାୱେ ମୈଦାନକୁ ଓହ୍ଲାଇବ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ରାଜା ଓ ଜିମ୍ବାୱେ ଟିମର ପ୍ରଦର୍ଶନ ସମସ୍ତଙ୍କ ଫୋକସରେ ରହିବ।
ବିଭିନ୍ନ ଟି-୨୦ ଲିଗରେ ସିକନ୍ଦର ରାଜା(Sikandar Raza) ୨୦୨୫ରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେହିପରି ଅନ୍ତର୍ଜାତୀୟ ଟି-୨୦ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିଛି। ଏପରି ସ୍ଥିତିରେ ସେ ଟି-୨୦ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
