Advertisment

ଅଳ୍ପକେ ବର୍ତ୍ତିଗଲେ ରିଜୱାନ, ଆଉଟ ହେଲେ ଇମାମ

ରିଜୱାନ କ୍ରିଜକୁ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଲୟକୁ ଫେରୁଥିବା ପାକିସ୍ତାନ ଓପନର ଇମାମ ଉଲ ହକଙ୍କୁ ଆଉଟ କରିଥିଲେ।

Rizwan

Rizwan

Advertisment

ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଠିକଠକ ଆରମ୍ଭ କରିଛି। ଭାରତ ମଧ୍ୟ ମେନ ଗ୍ରୀନକୁ ଡବଲ ଝଟକା ଦେଇଛି। ମହମ୍ମଦ ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟାର ପାକିସ୍ତାନର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। 

Advertisment

ତେବେ ପାକିସ୍ତାନ ବ୍ୟାଟିଂ ଲାଇନ ଅପର ମେରୁଦଣ୍ଡ କୁହାଯାଉଥିବା ଇନଫର୍ମ ମହମ୍ମଦ ରିଜୱାନ ଆଜି ଆଉଟ ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ଶତକ ହାସଲ କରିଥିବା ଦଳୀୟ ସ୍କୋର ୭୩ ଥିବା ବେଳେ କ୍ରିଜ୍‌କୁ ଆସିଥିଲେ। ସେ ବ୍ୟାଟିଂ କରିବାକୁ ଆସିବା କ୍ଷଣି ରବୀନ୍ଦ୍ର ଜାଡେଜା ଆଟାକ ଆରମ୍ଭ କରିଥିଲେ।

ଜାଡେଜା ମଧ୍ୟ ତାଙ୍କୁ ଚମତ୍କାର ଢଙ୍ଗରେ ବୋଲିଂ କରି ଚକମା ଦେଇଥିଲେ। ବଲ ତାଙ୍କ ପ୍ୟାଡରେ ମାଡ଼ ହେବାରୁ ଭାରତୀୟ ଖେଳାଳି ବେଶ ଉତ୍ସାହିତ ହେବା ସହ ଅପିଲ କରିଥିଲେ। ଅମ୍ପାୟାର ମଧ୍ୟ ଆଉଟ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରିଜୱାନ ଏହାକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ନେଇଥିଲେ।

Advertisment

ରିଭ୍ୟୁରୁ ସ୍ପଷ୍ଟ ହୋଇଥିଲା ଯେ ବଲ୍‌ ଲେଗଷ୍ଟମ୍ପ ଅତି କମ ଦୂରତାରେ ମିସ୍‌ କରୁଛି। ଫଳରେ ତୃତୀୟ ଅମ୍ପାୟାର ଏହାକୁ ନଟ ଆଉଟ ଘୋଷଣା କରିଥିଲେ। ଏଥିସହ ରିଜୱାନ ଆଉଟ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏବେ ସେ ବାବରଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେବାରେ ଲାଗିଛନ୍ତି।

ରିଜୱାନ କ୍ରିଜକୁ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଲୟକୁ ଫେରୁଥିବା ପାକିସ୍ତାନ ଓପନର ଇମାମ ଉଲ ହକଙ୍କୁ ଆଉଟ କରିଥିଲେ। ୧୩ତମ ଓଭର୍‌ରେ ଭାରତକୁ ଏହି ସଫଳତା ମିଳିଥିଲା। ଇମାମ ୩୮ ବଲରେ ୩୬ ରନ କରି ଆଉଟ ହୋଇଛନ୍ତି।

ସେହିପରି ପାକିସ୍ତାନ ଇନିଂସର ୭ମ ଓଭର୍‌ରେ ମହମ୍ମଦ ସିରାଜ ଇନଫର୍ମ ଅବଦୁଲ ଶଫିକଙ୍କ ୱିକେଟ ନେଇଥିଲେ। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୧୮ ଓଭର୍‌ରେ ୨ ୱିକେଟ ହରାଇ ୯୬ ରନ କରିଛି। ବାବର ୨୫ ଓ ରିଜୱାନ ୧୪ ରନ କରି ବ୍ୟାଟିଂ କରୁଛନ୍ତି। 

ICC ICC World Cup 2023 INDvsPAK ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe