/odisha-reporter/media/post_attachments/uploadimage/library/16_9/16_9_0/Siraj_1757937431.jpg)
Siraj
ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ଆଇସିସିର ବଡ଼ ପୁରସ୍କାର। ଇଂଲଣ୍ଡ ବିପକ୍ଷ ସିରିଜରେ ନିଜର ଦମ ଦେଖାଇଥିବା ସିରାଜ ଅଗଷ୍ଟ ମାସର ଶ୍ରେଷ୍ଠ ପୁରୁଷ ଖେଳାଳି ହେବାର ମାନ୍ୟତା ପାଇଛନ୍ତି। ଅଗଷ୍ଟ ମାସରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ସିରାଜ ଓଭାଲରେ ଖେଳିଥିଲେ। ଉକ୍ତ ମ୍ୟାଚ୍ରେ ସେ ଦମଦାର ପ୍ରଦର୍ଶନ କରିଥିଲେ ବୋଲି ଆଇସିସି ୱେବସାଇଟରେ ଉଲ୍ଲେଖ କରାଯାଇଛି।
ଓଭାଲ ଟେଷ୍ଟରେ ୨୧.୧୧ ହାରରେ ସିରାଜ ଉଭୟ ଇନିଂସରେ ମୋଟ ୯ଟି ୱିକେଟ ଦଖଲ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ଭାରତ କେବଳ ସିରିଜ ଜିତି ନଥିଲା, ବରଂ ସିରିଜ୍କୁ ଇଂଲଣ୍ଡ ସହ ୨-୨ରେ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଦ୍ରୁତ ବୋଲର ସିରାଜ ଓଭାଲ ଟେଷ୍ଟରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ବି ଜିତିଥିଲେ। ଦ୍ୱିତୀୟ ଇନିଂସରେ ସେ ଏକାକୀ ୪୬ ଓଭର ବୋଲିଂ କରି ୫ ୱିକେଟ ଦଖଲ କରିଥିଲେ।
ଅଗଷ୍ଟ ମାସର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସିରାଜଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନରୀ ଓ ୱେଷ୍ଟଇଣ୍ଡିଜର ଜୟଡେନ ସେଲ୍ସ ରହିଥିଲେ। କିନ୍ତୁ ସିରାଜ ଉଭୟଙ୍କୁ ପଛରେ ପକାଇ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବାକୁ ସକ୍ଷମ ହୋଇଛନ୍ତି।
ଇଂଲଣ୍ଡ ବିପକ୍ଷ ୫ଟି ଯାକ ଟେଷ୍ଟରେ ସିରାଜ ଏକମାତ୍ର ଦ୍ରୁତ ବୋଲର ଭାବେ ନଜର ଆସିଥିଲେ। ସେ ସବୁ ମ୍ୟାଚ୍ରେ ସମାନ ଢଙ୍ଗରେ ବୋଲିଂ କରି ସିରିଜରେ ସର୍ବାଧିକ ୱିକେଟ(୨୩) ମଧ୍ୟ ଦଖଲ କରିବାକୁ ସକ୍ଷମ ହୋଇଥିଲେ।
ମାସର ଶ୍ରେଷ୍ଠ ଖେଳାଳି ହେବା ପରେ ସିରାଜ କହିଛନ୍ତି ଯେ ଆଇସିସି ପକ୍ଷରୁ ମାସର ଶ୍ରେଷ୍ଠ ଖେଳାଳି ମାନ୍ୟତା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ସମ୍ମାନ। ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଗୋଟିଏ ସ୍ମରଣୀୟ ସିରିଜ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
