Advertisment

ଟାର୍ଗେଟ ୩୫୮, ମାତ୍ର ୩ ରନରେ ୪ ୱିକେଟ ହରାଇଲା ଶ୍ରୀଲଙ୍କା

ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜଙ୍କୁ ୩ଟି ସଫଳତା ମିଳିଛି।

siraj

siraj

Advertisment

ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୩୫୮ ରନର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଶାଳ ଟାର୍ଗେଟର ପିଛା କରୁଥିଲେ ହେଁ ଶ୍ରୀଲଙ୍କା ତା’ର ୪ ଟପ ଅର୍ଡର ବ୍ୟାଟରଙ୍କୁ ହରାଇଛି। ୩ ଜଣ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିବା ବେଳେ ଅଧିନାୟକ କୁଶଲ ମେଣ୍ଡିସ କେବଳ ୧ ରନ କରିବାକୁ ସକ୍ଷମ ହୋଇଛନ୍ତି। ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜଙ୍କୁ ୩ଟି ସଫଳତା ମିଳିଛି।

Advertisment

ମୁମ୍ବାଇର ୱାଙ୍ଖେଡେରେ ୩୫୮ ରନ ଚେଜ୍‌ କରିବାକୁ ବାହାରିଥିବା ଶ୍ରୀଲଙ୍କା ଇନିଂସର ପ୍ରଥମ ବଲରେ ହିଁ ଇନଫର୍ମ ପଥୁମ ନିଶଙ୍କାଙ୍କୁ ହରାଇଥିଲା। ପ୍ରଥମ ବଲରେ ବୁମ୍ରା ତାଙ୍କୁ ଆଉଟ କରିଥିଲେ। ଏହି ଓଭର୍‌ରେ ଶ୍ରୀଲଙ୍କାକୁ ୱାଇଡରୁ ୨ ରନ ମିଳିଥିଲା। ଦ୍ୱିତୀୟ ଓଭର୍‌ରେ ସିରାଜ ପ୍ରଥମ ବଲରେ ଅଭିଜ୍ଞ ଦିମୁଥ କରୁଣାରତ୍ନେ(୦)ଙ୍କୁ ଆଉଟ କରିଥିଲେ। ସେହି ଓଭର୍‌ର ୫ମ ବଲରେ ସଦୀରା ସମରାବିକ୍ରମା(୦) ମଧ୍ୟ ସିରାଜଙ୍କ ଶିକାର ବନିଥିଲେ। ଏହି ଓଭର୍‌ରେ ସେ କୌଣସି ରନ ବି ଦେଇ ନଥିଲେ।

ଇନିଂସର ତୃତୀୟ ଓଭର୍‌ରେ ବୁମ୍ରା ୧ ରନ ଦେଇଥିଲେ ହେଁ କୌଣସି ୱିକେଟ ପାଇ ନଥିଲେ। କିନ୍ତୁ ୪ର୍ଥ ଓଭର୍‌ର ପ୍ରଥମ ବଲରେ ସିରାଜ ୧ ରନ କରିଥିବା କୁଶଲ ମେଣ୍ଡିସଙ୍କୁ ଆଉଟ କରି ଶ୍ରୀଲଙ୍କାକୁ ୪ର୍ଥ ଝଟକା ଦେଇଥିଲେ।

Advertisment

ଶ୍ରୀଲଙ୍କା ୩ ରନରେ ୪ ୱିକେଟ ହରାଇ ପୂରା ବିପର୍ଯ୍ୟୟ ମଧ୍ୟକୁ ଠେଲି ହୋଇ ଯାଇଛି। ତେବେ ୪ର୍ଥ ବଲରେ ଆଞ୍ଜେଲୋ ମାଥ୍ୟୁସ ତାଙ୍କୁ ଗୋଟିଏ ୪ ମାରିବାକୁ ସକ୍ଷମ ହୋଇଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଶ୍ରୀଲଙ୍କା ୫ ଓଭର୍‌ରେ ୪ ୱିକେଟ ହରାଇ ୪ ରନ କରିଛି। 

ICC India Vs Sri Lanka ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe