Advertisment

ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ଗୋଟିଏ ଓଭରରେ ୪ ୱିକେଟ ସହ ସିରାଜଙ୍କୁ ୫ ସଫଳତା

ପ୍ରଥମ ଓଭରରେ ଯଶପ୍ରୀତ ବୁମ୍ରା ଖାତା ଖୋଲିବା ପୂର୍ବରୁ କୁଶଲା ପେରରାଙ୍କୁ ପ୍ୟାଭିଲିୟନପ ପଠାଇ ଦେଇଥିଲେ। ୨ୟ ଓଭର ମହମ୍ମଦ ସିରାଜ ମେଡେନ ନେଇଥିଲେ। ତୃତୀୟ ଓଭରରେ ବୁମ୍ରା ମାତ୍ର ୧ ରନ ଦେଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Siraj

Siraj

ଭାରତ ବିପକ୍ଷ ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ୧୨ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଦ୍ରୁତ ବୋଲର ମହମ୍ମଦ ସିରାଜ ଗୋଟିଏ ଓଭରରେ ୪ ୱିକେଟ ନେଇ କମାଲ କରିଛନ୍ତି।

Advertisment

ପ୍ରଥମ ଓଭରରେ ଯଶପ୍ରୀତ ବୁମ୍ରା ଖାତା ଖୋଲିବା ପୂର୍ବରୁ କୁଶଲା ପେରରାଙ୍କୁ ପ୍ୟାଭିଲିୟନପ ପଠାଇ ଦେଇଥିଲେ। ୨ୟ ଓଭର ମହମ୍ମଦ ସିରାଜ ମେଡେନ ନେଇଥିଲେ। ତୃତୀୟ ଓଭରରେ ବୁମ୍ରା ମାତ୍ର ୧ ରନ ଦେଇଥିଲେ।

୪ର୍ଥ ଓଭର ପୁଣି ସିରାଜ ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭର୍‌ରେ ୬ଟି ବଲ୍‌ ପକାଇ ୪ ୱିକେଟ ଦଖଲ କରିଛନ୍ତି। ପ୍ରଥମ ବଲରେ ସେ ପଥୁନ ନିଶାଙ୍କା(୨)ଙ୍କୁ ଆଉଟ କରିଥିଲେ। ଦ୍ୱିତୀୟ ବଲ ଡଟ୍‌ ହୋଇଥିଲା।

Advertisment

ତୃତୀୟ ବଲରେ ସେ ସଦୀରା ସମରାବିକ୍ରମା(୦)ଙ୍କୁ ଆଉଟ କରିଥିଲେ। ୪ର୍ଥ ବଲରେ ସେ ଚାରିଥା ଅସଲଙ୍କାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୫ମ ବଲକୁ ଧନଞ୍ଜୟ ଡି’ସଲଭା ଚୌକା ମାରିଥିଲେ। ୫ମ ବଲରେ ସେ ଧନଞ୍ଜୟ(୪)ଙ୍କୁ ଆଉଟ କରି ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ।

୫ ଓଭରରେ ବୁମ୍ରା ମେଡେନ ନେଇଥିଲେ। ୬ଷ୍ଠ ଓଭରରେ ସିରାଜ ପୁଣି କମାଲ କରିଥିଲେ। ସେ ୬ଷ୍ଠ ଓଭରର ୪ର୍ଥ ବଲରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶଣକା(୦)ଙ୍କୁ ଆଉଟ କରିଥିଲେ। ଏବେ ଶ୍ରୀଲଙ୍କା ୬ ଓଭରରେ ୬ ୱିକେଟ ହରାଇ ୧୩ ରନ କରିଛି। 

India Vs Sri Lanka Asia Cup Cricket Asia Cup 2023