Advertisment

IND vs WI: ପ୍ରଥମ ଦିନରେ ସିରାଜ ଓ ରାହୁଲଙ୍କ ଦବଦବା, ଦୃଢ଼ ସ୍ଥିତିରେ ଟିମ ଇଣ୍ଡିଆ

କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଟିମ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ହରାଇ ୧୨୧ ରନ କରି ନେଇଛି। ଏବେ ଦଳ ଇଣ୍ଡିଜର ପ୍ରଥମ ଇନିଂସ ସ୍କୋର ଠାରୁ ମାତ୍ର ୪୧ ରନ ପଛରେ ଥିବା ବେଳେ ହାତରେ ୮ ୱିକେଟ ବାକି ରହିଛି।

author-image
Hemant Lenka
siraj1

ସିରାଜ ଓ ରାହୁଲ

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭରୁ ଯାହା ଆଶା କରାଯାଉଥିଲା, ପ୍ରଥମ ଦିନ ଠିକ ସେମିତି ଘଟିଛି। ଭାରତ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ(Test Cricket)ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ କୌଣସି ପ୍ରକାରର ଲଢ଼େଇ କରିପାରିବ ନାହିଁ। କ୍ରିକେଟ ଫ୍ୟାନ୍ସ ଓ ପଣ୍ଡିତମାନେ କରିଥିବା ଏପରି ଆକଳନ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଠିକ ସାବ୍ୟସ୍ତ ହୋଇଛି। ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଲଢ଼େଇର ପ୍ରଥମ ଦିନରେ ଭାରତର ଦବଦବା ଦେଖିବାକୁ ମିଳିଛି।

Advertisment

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ପ୍ରଥମେ ମହମ୍ମଦ ସିରାଜ ୪ ୱିକେଟ ଦଖଲ କରି ଇଣ୍ତିଜ(India vs West Indies) ଟିମର ଅଣ୍ଟା ଭାଙ୍ଗି ଦେଇଥିଲେ। ଇଣ୍ଡିଜ ଟିମ ୧୬୨ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଚା’ ପାନ ବିରତି ପରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦମଦାର ପ୍ରଦର୍ଶନ କରିଛି।

କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଟିମ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ହରାଇ ୧୨୧ ରନ କରି ନେଇଛି। ଏବେ ଦଳ ଇଣ୍ଡିଜର ପ୍ରଥମ ଇନିଂସ ସ୍କୋର ଠାରୁ ମାତ୍ର ୪୧ ରନ ପଛରେ ଥିବା ବେଳେ ହାତରେ ୮ ୱିକେଟ ବାକି ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୫୩ ଓ ଅଧିନାୟକ ଗିଲ ୧୮ ରନ କରି ଅପରାଜିତ ରହିଛନ୍ତି। 

Advertisment

ପ୍ରଥମ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ ଟିମ ନିରାଶଜନକ ପ୍ରଦର୍ଶନ କରିଥିଲା। ଦଳ କେବଳ ୪୪.୧ ଓଭର ବ୍ୟାଟିଂ କରି ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମ ଏକ ଘଣ୍ଟାରେ ଇଣ୍ଡିଜ ଟିମ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରାଙ୍କୁ ବୁଝି ନ ପାରି ୪ ୱିକେଟ ହରାଇଥିଲା। ଏହାପରେ ଅଭିଜ୍ଞ ରୋଷ୍ଟନ ଚେଜ ଓ ସାଇ ହୋପ ୪୮ ରନ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ିକୁ କୁଲଦୀପ ଯାଦବ ଭାଙ୍ଗିଥିଲେ। 

୯୦ ରନରେ ୫ ୱିକେଟ ହରାଇଥିଲା ଦଳ। ଲଞ୍ଚ ପରେ ସିରାଜଙ୍କ ଶିକାର ବନିଥିଲେ ୨୪ ରନ କରିଥିବା ଚେଜ। ଜଷ୍ଟିସ ଗ୍ରେବ୍ସ ଓ ଡେବ୍ୟୁଟାଣ୍ଟ ଖାରୟ ପିରେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ସୁନ୍ଦର କମାଲ କରିଥିଲେ। ସେ ପେରି(୧୧)ଙ୍କୁ ଆଉଟ କରି ଇଣ୍ଡିଜକୁ ୭ମ ଝଟକା ଦେଇଥିଲେ।

ଏହାପରେ ବୁମ୍ରା ୩୨ ରନ କରିଥିବା ଗ୍ରେବ୍ସଙ୍କୁ ଚମତ୍କାର ୟର୍କରେ ଆଉଟ କରିଥିଲେ। ଜୋହାନ ଲାୟନ(୧) ମଧ୍ୟ ବୁମ୍ରାଙ୍କ ଶିକାର ବନିଥିଲେ। ଶେଷରେ ଜୋମେଲ ୱାରିକାନ(୮)ଙ୍କୁ ଆଉଟ କରି କୁଲଦୀପ ଇଣ୍ଡିଜର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।   

ଭାରତ ପକ୍ଷରୁ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ବୁମ୍ରା ୩ଟି, କୁଲଦୀପ ଯାଦବ ୨ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ସଫଳତା ପାଇଛନ୍ତି। 

ୱେଷ୍ଟଇଣ୍ଡିଜ(India VS WestIndies Test Match ) ୧୬୨ ରନରେ ଅଲଆଉଟ ହେବାରୁ ଭାରତ ଇନିଂସ ଆରମ୍ଭ କରିଥିଲା। ଭ୍ରମଣକାରୀ ଦଳକୁ ଭଲ ବୋଲିଂ କରିବାର ଥିଲା। କିନ୍ତୁ ଆରମ୍ଭରୁ ଭାରତର ଦୁଇ ଓପନର ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ଦମଦାର ପ୍ରଦର୍ଶନ କରିଥିଲେ। ଜାୟଡେନ ସେଲ୍ସ ଓ ଡେବ୍ୟୁଟାଣ୍ଟ ଜୋହାନ୍ନ ଲାୟନ ପ୍ରଥମରୁ ଆଦୌ ପ୍ରଭାବିତ କରି ପାରି ନଥିଲେ। ଅବଶ୍ୟ ଯଶସ୍ୱୀ କିଛି ସମୟ ସତର୍କତାର ସହ ସ୍ଥିତିକୁ ଆକଳନ କରିଥିଲେ। 

ଏସବୁ ଭିତରେ ବର୍ଷା ଯୋଗୁ ୨୨ ମିନିଟ ଖେଳ ବନ୍ଦ ହୋଇଥିଲା। ବର୍ଷା ଛାଡ଼ିବା ପରେ ଖେଳ ଆରମ୍ଭ ହୋଇଥିଲା। ଏତିକି ବେଳେ ଯଶସ୍ୱୀ କିଛି ହାତ ଖୋଲା ଶଟ ଖେଳି ନିଜର ଜଲୱା ଦେଖାଇଥିଲେ। ତେବେ ଦଳୀୟ ସ୍କୋର ୬୮ ଥିବା ବେଳେ ବ୍ୟକ୍ତିଗତ ୩୬ ରନ କରି ସେଲ୍ସଙ୍କ ବଲରେ ଆଉଟ ହୋଇଯାଇଥିଲେ ଯଶସ୍ୱୀ।

୩ନଂରେ ଆସିଥିବା ସାଇ ସୁଦର୍ଶନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ରୋଷ୍ଟନ ଚେଜଙ୍କ ଖାତାକୁ ଯାଇଛି। 

୯୦ ରନରେ ଦ୍ୱିତୀୟ ୱିକେଟ ହରାଇବା ବେଳକୁ ରାହୁଲ ସେଟ ହୋଇ ସାରିଥିଲେ। ସେ ଶୁବମନ ଗିଲଙ୍କୁ ସାଥୀ ଦଳୀୟ ସ୍କୋର ଆଗକୁ ନେଇଥିଲେ। ଏପରି କି ଟେଷ୍ଟ କ୍ରିକେଟରେ ନିଜର ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ମଧ୍ୟ ଦମଦାର ବ୍ୟାଟିଂ କରି ୧୮ ରନ କରି ନେଇଛନ୍ତି।

ଭାରତ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ ଆସନ୍ତାକାଲି ଗିଲ ଓ ରାହୁଲଙ୍କ ଠାରୁ ସମସ୍ତେ ବଡ଼ ଇନିଂସର ଆଶା ରଖିଛନ୍ତି। 

India VS WestIndies Test Match India Vs West Indies Test Cricket