Advertisment

ପାକିସ୍ତାନକୁ ପ୍ରଥମ ଝଟକା ଦେଲେ ମହମ୍ମଦ ସିରାଜ

ସିରାଜ ୭ମ ଓଭର୍‌ରେ ୱିକେଟ ବାହାର କରିଥିଲେ ହେଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ୫ ଓଭର୍‌ରେ ୨୭ ରନ ଖର୍ଚ୍ଚ କରିଛନ୍ତି।

author-image
Hemant Lenka
siraj

siraj

ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମରେ ପାକିସ୍ତାନକୁ ବିଶ୍ୱକପରେ ପ୍ରଥମ ଝଟକା ଦେଇଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ପାକିସ୍ତାନର ୭ମ ଓଭର୍‌ରେ ଇନଫର୍ମ ଅବଦୁଲ ଶଫିକଙ୍କୁ ଆଉଟ କରି ଦେଇଛନ୍ତି।

Advertisment

ଆଉଟ ହେବା ପୂର୍ବରୁ ଶଫିକ ୨୪ ବଲରେ ୨୦ ରନ କରିଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୧ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୬୦ ରନ କରିଛି। ଏବେ ବାବର ଆଜମ ୧୪ ରନ ଓ ଇମାମ ଉଲ ହକ ୨୫ ରନ କରି ଅପରାଜିତ ରହିଛନ୍ତି।

ସିରାଜ ୭ମ ଓଭର୍‌ରେ ୱିକେଟ ବାହାର କରିଥିଲେ ହେଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ୫ ଓଭର୍‌ରେ ୨୭ ରନ ଖର୍ଚ୍ଚ କରିଛନ୍ତି।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ପାକିସ୍ତାନ ମୁକାବିଲାରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅସୁସ୍ଥତା କାରଣରୁ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନଥିବା ଶୁବମନ ଗିଲ୍‌ ଆଜି କମବ୍ୟାକ କରିଛନ୍ତି। ତାଙ୍କୁ ଈଶାନ କିଶନଙ୍କ ସ୍ଥାନରେ ସୁଯୋଗ ମିଳିଛି। ସେହିପରି ଗିଲ୍‌ ଆଜି ବିଶ୍ୱକପରେ ଡେବ୍ୟୁ କରିଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup