Advertisment

କୁଲଦୀପଙ୍କ ପରେ ଜାଡେଜା ଓ ସିରାଜ ନେଲେ ୱିକେଟ, ଚମତ୍କାର କ୍ୟାଚ୍‌ ଧରିଲେ ରାହୁଲ

୧୨୯ରେ ବାଂଲାଦେଶ ତୃତୀୟ ୱିକେଟ ହରାଇଥିଲା। ଏହପରେ ଲିଟନ ଦାସ ସେଟ ହୋଇ ସାରିଥିବାରୁ ତାଙ୍କ ଠାରୁ ଦଳ ବଡ଼ ଇନିଂସ ଆଶା କରୁଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
ICC

ICC

ଭାରତ ବିପକ୍ଷ ମ୍ୟାଚ୍‌ରେ ସାମାନ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବାଂଲାଦେଶ। ପୁଣରେ ଖେଳା ଯାଉଥିବା ବିଶ୍ୱକପର ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ୯୩ ରନ ଯାଏ କୌଣସି ୱିକେଟ ହରାଇ ନଥିଲା।

Advertisment

ଏପରି କି ଓପନର ତଞ୍ଜିଦ ହାସନ ଓ ଲିଟନ ଦାସ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ କୁଲଦୀପ ଯାଦବ ୫୧ ରନ କରିଥିବା ତଞ୍ଜିଦଙ୍କୁ ଆଉଟ କରିବା ପରେ ବାଂଲାଦେଶ ଲଗାତର ଆଉ ୩ ଟି ୱିକେଟ ହରାଇଛି। ଏସବୁ ଭିତରେ ଭାରତର ୱିକେଟ କପିର କେଏଲ ରାହୁଲ ଆଖି ଲାଖିଗଲା ଭଳି ଗୋଟିଏ କ୍ୟାଚ୍‌ ବି ଧରିଛନ୍ତି।

ବାଂଲାଦେଶର ସ୍କୋର ୯୩ ଥିବା ବେଳେ କୁଲଦୀପ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ବାଂଲାଦେଶର କାମଚଳା ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ (୮)ଙ୍କ ୱିକେଟ ରବୀନ୍ଦ୍ର ଜାଡେଜା ଦଖଲ କରିଥିଲେ। ଡବଲ ଝଟକା ପରେ ଲିଟନ ଦାସ ପୂର୍ବଭଳି ତାଙ୍କ ବ୍ୟାଟିଂ ଯାଦୁ ସମସ୍ତଙ୍କୁ ଦେଖାଇ ଚାଲିଥିଲେ। କିନ୍ତ ଇନଫର୍ମ ମେହିଦୀ ହାସନ ମିରାଜ ଆଜି କିଛି କରି ପାରି ନାହାନ୍ତି। ସେ ୩ ରନ କରିଥିବା ବେଳେ ସିରାଜଙ୍କ ବଲକୁ ଲେଗ ସାଇଡ୍‌ରେ ଖେଳିବାକୁ ଚେଷ୍ଟା କରିଥିଲେ।

Advertisment

କିନ୍ତୁ ବ୍ୟାଟ୍‌ର ଏଜ୍‌ରେ ବାଜି ବଲଟି ୱିକେଟ କିପର ରାହୁଲଙ୍କ ବାମ ପଟୁକୁ ଯାଉଥିଲା। ଲାଗୁଥିଲା ରାହୁଲ ଏହାକୁ ଧରି ପାରିବେ ନାହିଁ। କିନ୍ତୁ ସେ ସମସ୍ତଙ୍କୁ ଜଳକା କରି ନିଜର ବାମ ପଟୁ ସୁପର ହିରୋ ଭଳି ଜମ୍ପ କରିଥିଲେ। ଏଥିସହ ବାମ ହାତରେ ବଲଟି କ୍ୟାଚ୍‌ କରି ନେଇଥିଲେ। ରାହୁଲ ଚମତ୍କାର ଢଙ୍ଗରେ କ୍ୟାଚ୍‌ ଧରିବାରୁ ମିରାଜ(୩) ନିରାଶ ହୋଇ ପ୍ୟାଭିଲିୟନ ଫେରିଛନ୍ତି।

୧୨୯ରେ ବାଂଲାଦେଶ ତୃତୀୟ ୱିକେଟ ହରାଇଥିଲା। ଏହପରେ ଲିଟନ ଦାସ ସେଟ ହୋଇ ସାରିଥିବାରୁ ତାଙ୍କ ଠାରୁ ଦଳ ବଡ଼ ଇନିଂସ ଆଶା କରୁଥିଲା। କିନ୍ତୁ ଜାଡେଜା ଏହା କରାଇ ଦେଇଥିଲେ। ଲିଟନ ବଡ଼ ଶଟ ମାରିବାକୁ ଚେଷ୍ଟା କରି ଲଙ୍ଗଅପ୍‌ରେ ଫିଲ୍ଡିଂ କରିଥିବା ଶୁବମନ ଗିଲଙ୍କ ହାତରେ ଧରେ ପଡ଼ି ଯାଇଛନ୍ତି। ଆଉଟ ହେବା ପୂର୍ବରୁ ଲିଟନ ୭ ଚୌକା ସହ ୬୬ ରନ କରିଥିଲେ। 

ରିପୋର୍ଟ ଲେଖା ହେବା ବେଳକୁ ୨୯ ଓଭର୍‌ରେ ୪ ୱିକେଟ ହରାଇ ୧୪୦ ରନ କରିଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup