Advertisment

ବିଶ୍ୱକପ୍ କ୍ରିକେଟ୍‌: ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା, ସିରାଜ ଦେଲେ ପ୍ରଥମ ସଫଳତା

ହାର୍ଦ୍ଦିକ ପାଣ୍ଡ୍ୟା ଓ ଶର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଆଜି ଭାରତର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ସାମି।

ଅଦ୍ୟତନ ହୋଇଛି
Siraj

Siraj

Advertisment

ବିଶ୍ୱକପ୍ କ୍ରିକେଟରେ ଆଜି ଧର୍ମଶାଳରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଛି। ଟସ୍ ଜିତି ପ୍ରଥମେ ବୋଲିଂ କରୁଥିବା ଟିମ୍ ଇଣ୍ଡିଆକୁ ଆରମ୍ଭରୁ ମିଳିଛି ଏକ ସଫଳତା। ଆଉଟ୍ ହୋଇଯାଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଓପନର ଡେଭନ କନୱେ। ସେ ଖାତା ଖୋଲିପାରି ନାହାନ୍ତି। ତାଙ୍କ ୱିକେଟ୍ ନେଇଛନ୍ତି ମହମ୍ମଦ ସିରାଜ। ୩.୩ ଓଭରରେ ସିରାଜଙ୍କ ବଲ୍‌ରେ ଶ୍ରେୟସ ଆୟରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଛନ୍ତି କନୱେ। ସେ ଆଉଟ୍ ହେବା ପରେ ଆସିଛନ୍ତି ରଚିନ ରବୀନ୍ଦ୍ର। ୱିଲ ୟଙ୍ଗ ଓ ରଚିନ ନ୍ୟୁଜିଳ୍ୟାଣ୍ଡର ଇନିଂସକୁ ଆଗେଇ ନେଉଛନ୍ତି।

Advertisment

ହାର୍ଦ୍ଦିକ ପାଣ୍ଡ୍ୟା ଓ ଶର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଆଜି ଭାରତର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ସାମି। ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ସେମାନଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଆଯାଇଛି। ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମ୍ୟାଚ୍‌ରେ ଆହତ ହୋଇଥିବାରୁ ସେ ଆଜି ଖେଳୁ ନାହାନ୍ତି।

ଚଳିତ ବିଶ୍ୱକପ୍‌ରେ ଏଯାବତ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ୪ଟି ଲେଖାଏଁ ମ୍ୟାଚ୍ ଖେଳି ସବୁଗୁଡ଼ିକୁ ଜିତିଛନ୍ତି। ତେଣୁ ଉଭୟ ଦଳ ଆଜି ସେମାନଙ୍କ ବିଜୟଧାରାକୁ ଅବ୍ୟାହତ ରଖିବାକୁ ପ୍ରୟାସ କରିବେ। ଉଭୟ ୪ଟି ଲେଖାଏଁ ମ୍ୟାଚ୍ ଜିତିଥିଲେ ହେଁ ରନ୍‌ରେଟ୍ ଦୃଷ୍ଟିରୁ ନ୍ୟୁଜିଲ୍ୟାଣ୍ଡ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

Advertisment
ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe