ସିରିଜ ଅଧାରୁ ୬ ଖେଳାଳିଙ୍କୁ ସ୍କ୍ୱାଡରୁ ବାଦ ଦେଲା ଅଷ୍ଟ୍ରେଲିଆ

ସିରିଜ ଅଧାରୁ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଥିବା ୬ ଖେଳାଳିଙ୍କୁ ସ୍ୱଦେଶ ଫେରାଇ ନେବାକୁ ନିଷ୍ପତ୍ତି ହୋଇଛି। ସେହିପରି ୪ ଜଣ ନୂଆ ଖେଳାଳି ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆରୁ ସ୍କ୍ୱାଡରେ ସାମିଲ ହେବାକୁ ଆସିବେ।

ଟିମ ଅଷ୍ଟ୍ରେଲିଆ

  • Published: Tuesday, 28 November 2023
  • , Updated: 28 November 2023, 03:32 PM IST

ଦିନିକିଆ ବିଶ୍ୱକପ ଜିତିବା ପରେ ଭାରତ ସହ ଟି-୨୦ ସିରିଜ ଖେଳୁଥିବା ଅଷ୍ଟ୍ରେଲିଆ ବଡ଼ ନିଷ୍ପତ୍ତି ନେଇଛି। ୫ ଟିକିଆ ଟି-୨୦ ସିରିଜର ପ୍ରଥମ ୨ ମ୍ୟାଚ୍‌ ହାରିବା ପରେ ଆଜି ଭାରତ ସହ ଦଳ ତୃତୀୟ ଟି-୨୦ ଖେଳିବ। ତେବେ ସିରିଜ ଅଧାରୁ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଥିବା ୬ ଖେଳାଳିଙ୍କୁ ସ୍ୱଦେଶ ଫେରାଇ ନେବାକୁ ନିଷ୍ପତ୍ତି ହୋଇଛି। ସେହିପରି ୪ ଜଣ ନୂଆ ଖେଳାଳି ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆରୁ ସ୍କ୍ୱାଡରେ ସାମିଲ ହେବାକୁ ଆସିବେ।

ମଙ୍ଗଳବାର ଅର୍ଥାତ ଆଜି ତୃତୀୟ ଟି-୨୦ ଗୌହାଟୀରେ ଖେଳାଯିବ। ଏହି ମ୍ୟାଚ୍‌ ପରେ ସ୍କ୍ୱାଡରେ ଥିବା ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଜୋଶ ଇଙ୍ଗଲିସ, ଷ୍ଟିଭ ସ୍ମିଥ, ଆଡାମ ଜାମ୍ପା ଓ ସେନ ଆବୋଟ୍ଟ ସ୍ୱଦେଶ ଫେରିଯିବେ। ୱାର୍କ ଲୋଡ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ଏପରି ନିଷ୍ପତ୍ତି ନେଇଥିବା କହିଛିସ।

କ୍ରିକେଟ ଅଷ୍ଟ୍ରେଲିଆ କହିଛି ଯେ ଗୌହାଟୀ ଟି-୨୦ରେ ୱିକେଟ କିପର ବ୍ୟାଟର ଜୋଶ ଫିଲ୍ଲିପେ ଓ ବିଗ ହିଟର ବେନ ମ୍ୟାକଡେରମୋଟ୍ଟ ସ୍କ୍ୱାଡରେ ସାମିଲ ହେବେ। ସେହିପରି ବେନ ଡୱାଶୁଇସ ଓ ସ୍ପିନର କ୍ରିସ ଗ୍ରୀନ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଯୋଗଦେବେ। ଦିନିକିଆ ବିଶ୍ୱକପ ସ୍କ୍ୱାଡରେ ଥିବା ଦଳର ୬ ଖେଳାଳି ଷ୍ଟିଭ ସ୍ମିଥ, ଆଡାମ ଜାମ୍ପା, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଜୋଶ ଇଙ୍ଗଲିସ ଓ ସେନ ଆବୋଟ୍ଟ ସ୍ୱଦେଶ ଫେରି ଆସିବେ। ଏମାନେ ତୃତୀୟ ଟି-୨୦ ମଧ୍ୟ ଖେଳିବେ ନାହିଁ।

ଅଷ୍ଟ୍ରେଲିଆ ସ୍କ୍ୱାଡ: ମାଥ୍ୟୁ ୱେଡ(ଅଧିନାୟକ), ଜାସନ ବେହର୍ନଡ୍ରଫ, ଟିମ ଡାଭିଡ, ବେନ ଡୱାଶୁଇସ, ନାଥନ ଏଲିସ, କ୍ରିସ ଗ୍ରୀନ, ଆରୋନ ହାର୍ଡି, ଟ୍ରାଭିସ ହେଡ୍‌, ବେନ ମ୍ୟାକଡେରମୋଟ୍ଟ, ଜୋଶ ଫିଲ୍ଲିପେ, ତନବୀର ସଙ୍ଘା, ମ୍ୟାଟ ଶର୍ଟ ଓ କେନ ରିଚାର୍ଡସନ।

ଆସନ୍ତାବର୍ଷ ଟି-୨୦ ବିଶ୍ୱକପ ଖେଳାଯିବ। ଏହାପୂର୍ବରୁ ଅଷ୍ଟ୍ରେଲିଆ ପ୍ରାୟ ୧୦ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏଥିପାଇଁ ଦଳ ବିଭିନ୍ନ ପ୍ରକାରର ପରୀକ୍ଷାନୀରିକ୍ଷା ମୁଡରେ ରହିଛି।

Related story