Advertisment

ବ୍ରିସବେନରେ ରନ୍ ବର୍ଷା: ହେଡ୍‌ଙ୍କ ପରେ ସ୍ମିଥ୍‌ଙ୍କ ଶତକ

ଟ୍ରାଭିସ୍ ହେଡ୍‌ ଦେଢ଼ ଶହ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି।

ଅଦ୍ୟତନ ହୋଇଛି
Steve Smith

Steve Smith

Advertisment

ଶନିବାର ବ୍ରିସବେନ ଟେଷ୍ଟରେ ବର୍ଷା ସାଜିଥିଲା ବାଧକ। ଆଉ ଆଜି ସେଠାରେ ହେଉଛି ରନ୍ ବର୍ଷା। ଟ୍ରାଭିସ ହେଡ୍‌ଙ୍କ ପରେ ଶତକ ମାରିଛନ୍ତି ଷ୍ଟିଭ୍ ସ୍ମିଥ୍‌। ସେ ୧୮୫ଟି ବଲ୍‌ରୁ ୧୨ଟି ଚୌକା ସହାୟତାରେ ହାସଲ କରିଛନ୍ତି ଶତକ। ତେବେ ତା’ପରେ ଆଉ ୫ଟି ବଲ୍ ଖେଳି ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଛନ୍ତି ସେ। ସ୍ମିଥ୍ ୧୯୦ଟି ବଲ୍‌ରୁ ୧୦୧ ରନ୍ କରିଛନ୍ତି। ୨୫ଟି ଇନିଂସ ପରେ ତାଙ୍କ ବ୍ୟାଟରୁ ଏହି ଶତକ ବାହାରିଛି। ଶେଷ ଥର ପାଇଁ ୨୦୨୩ ଆଶେଷ ସିରିଜ୍‌ରେ ସେ ଶତକ ମାରିଥିଲେ। 

Advertisment

ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ରେ ଗତକାଲି ପ୍ରଥମ ଦିନରେ ବର୍ଷା ଯୋଗୁ ମାତ୍ର ୧୩.୨ ଓଭରର ଖେଳ ହୋଇଥିଲା। ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନହରାଇ ୨୮ ରନ୍ କରିଥିଲା। ହେଲେ ଦଳ ଆଜି ୭୫ ରନ୍‌ରେ ତିନିଟି ୱିକେଟ୍ ହରାଇଥିଲା। ଉସମାନ ଖୱାଜା, ନାଥନ ମ୍ୟାକସ୍ୱିନୀ ଓ ମାର୍ନସ ଲାବୁଶେନ ଯଥାକ୍ରମେ ୨୧ (୫୪ ବଲ୍‌), ୯ (୪୯ ବଲ୍‌) ଓ ୧୨ (୫୫ ବଲ୍‌) ରନ୍ କରି ଆଉଟ୍ ହୋଇଯାଇଥିଲେ।

ଏହା ପରେ ପାଳିକୁ ସମ୍ଭାଳିଥିଲେ ଷ୍ଟିଭ୍ ସ୍ମିଥ୍‌ ଓ ଟ୍ରାଭିସ ହେଡ୍‌। ଚତୁର୍ଥ ୱିକେଟ୍ ପାଇଁ ସେମାନଙ୍କ ମଧ୍ୟରେ ୨୪୧ ରନ୍‌ର ପାର୍ଟନରଶିପ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ସ୍ମିଥ୍‌। ସେ ମାପିଚୁପି ଖେଳୁଥିବା ବେଳେ ଟ୍ରାଭିସ୍ ହେଡ୍‌ ପୂରା ଚିନ୍ତାମୁକ୍ତ ହୋଇ ଖେଳୁଛନ୍ତି। ତାଙ୍କୁ ଚେକ୍‌ ଦେବାରେ ଭାରତୀୟ ବୋଲରଙ୍କ ସମସ୍ତ ରଣକୌଶଳ ଫେଲ୍ ମାରିଛି। ଖବର ଲେଖାଯିବା ବେଳକୁ ସେ ୧୫୭ଟି ବଲ୍‌ରୁ ୧୫୦ ରନ୍ କରି ଅପରାଜିତ ଅଛନ୍ତି। ସ୍ମିଥ୍ ଆଉଟ୍ ହେବା ପରେ ମିଚେଲ ମାର୍ଶ ବ୍ୟାଟିଂ କରିବାକୁ ଆସିଛନ୍ତି। ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ପ୍ରଥମ ଇନିଂସରେ ୩୧୯ ରନ୍ କରିସାରିଲାଣି।

Advertisment
INDvsAUS Steve Smith
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe