Advertisment

ଅଷ୍ଟ୍ରେଲିଆକୁ ୧୫୨ ରନରେ ପହଞ୍ଚାଇଲେ ସ୍ମିଥ୍ ଓ ଷ୍ଟୋଇନିସ୍

ଦୁବାଇ: ଷ୍ଟିଭ୍ ସ୍ମିଥଙ୍କ ଅର୍ଦ୍ଧଶତକ ଓ ମାର୍କସ ଷ୍ଟୋଇନିସଙ୍କ ଧୂଆଁଧାର ଇନିଂସ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୨ ରନ୍ କରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ଭାରତକୁ ୧୫୩ ରନ୍ କରିବାକୁ ପଡ଼ିବ। ସ୍ମିଥ୍ ୫୭ ଓ ଷ୍ଟୋଇନିସ୍ ଅପରାଜିତ ୪୧ (୨୫ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ୱିକେଟ୍ […]

ଅଷ୍ଟ୍ରେଲିଆକୁ ୧୫୨ ରନରେ ପହଞ୍ଚାଇଲେ ସ୍ମିଥ୍ ଓ ଷ୍ଟୋଇନିସ୍

ashwin

Advertisment

ଦୁବାଇ: ଷ୍ଟିଭ୍ ସ୍ମିଥଙ୍କ ଅର୍ଦ୍ଧଶତକ ଓ ମାର୍କସ ଷ୍ଟୋଇନିସଙ୍କ ଧୂଆଁଧାର ଇନିଂସ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୨ ରନ୍ କରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ଭାରତକୁ ୧୫୩ ରନ୍ କରିବାକୁ ପଡ଼ିବ। ସ୍ମିଥ୍ ୫୭ ଓ ଷ୍ଟୋଇନିସ୍ ଅପରାଜିତ ୪୧ (୨୫ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ୱିକେଟ୍ ନେଇଛନ୍ତି।

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ସଂକଟରେ ପଡ଼ିଥିଲା। ଇନିଂସର ଦ୍ୱିତୀୟ ଓଭରରେ ଅଶ୍ୱିନ୍ ଆଉଟ୍ ଅଫ୍ ଫର୍ମ ଡେଭିଡ୍ ୱାର୍ଣ୍ଣର୍ (୧) ଓ ମିଚେଲ୍ ମାର୍ଶ (୦)ଙ୍କୁ କ୍ରମାଗତ ବଲରେ ପ୍ୟାଭିଲିୟନ୍ ପଠାଇଥିଲେ। କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ (୮) ମଧ୍ୟ କିଛି ଖାସ କରିପାରିନଥିଲେ ଏବଂ( ତାଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ।

୧୧ ରନରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଅଷ୍ଟ୍ରେଲିଆ ପାଇଁ ଲଢ଼ିଥିଲେ ସ୍ମିଥ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୬୧ ରନର ଭାଗିଦାରୀ କରିଥିଲେ। ମ୍ୟାକ୍ସୱେଲ୍ ୨୮ ବଲରେ ୩୭ (୫ ଚୌକା) ରନ୍ କରି ରାହୁଲ୍ ଚହରଙ୍କ ଶିକାର ହୋଇଥିଲେ। ଏହା ପରେ ସ୍ମିଥଙ୍କୁ ସାଥ୍ ଦେବାକୁ ଆସିଥିବା ମାର୍କସ୍ ଷ୍ଟୋଇନିସ୍ ଖେଳିଥିଲେ ଦମଦାର ଇନିଂସ୍।

Advertisment

ସ୍ମିଥ ଓ ଷ୍ଟୋଇନିସ ପଞ୍ଚମ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ। ସ୍ମିଥ୍ ୪୮ ବଲରେ ୭ ଚୌକା ସହ ୫୭ ରନ କରି ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ୍ ହୋଇଥିଲେ। ମାଥ୍ୟୁ ୱେଡ୍ ଗୋଟିଏ ବଲରେ ୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ରାହୁଲ ଚହର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe