Advertisment

Women’s Cricket World Cup: ଗୁରବାର ଭାରତ-ଅଷ୍ଟ୍ରେଲିଆ ସେମି ଲଢ଼େଇ: କ୍ୟାରିୟର ଶ୍ରେଷ୍ଠ ପଏଣ୍ଟ ସହ ଶୀର୍ଷରେ ସ୍ମୃତି ମନ୍ଧାନା

ବାମହାତୀ ବ୍ୟାଟର ସ୍ମୃତି ମନ୍ଧାନା ବିଶ୍ୱକପର ଶେଷ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୦୯ ଓ ବାଂଲାଦେଶ ବିପକ୍ଷରେ ଅପରାଜିତ ୩୪ ରନର ଇନିଂସ ଖେଳିଥିଲେ।

smriti

ସ୍ମୃତି ମନ୍ଧାନା

Advertisment

ମହିଳା ଦିନିକିଆ ବିଶ୍ୱକପ(women-odi-world-cup)ର ଅନ୍ୟତମ ବଡ଼ ପରୀକ୍ଷାର ସାମ୍ନା କରିବାକୁ ଯାଉଛି ଭାରତ। ଆସନ୍ତାକାଲି ନଭି ମୁମ୍ବାଇରେ ଭାରତ ସେମି ଫାଇନାଲରେ ଅପରାଜୟ ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ ପର୍ଯ୍ୟାୟ(ODI World Cup)ରେ ଅଷ୍ଟ୍ରେଲିଆ ଗୋଟିଏ ଥର ଭାରତକୁ ହରାଇ ସାରିଛି।

Advertisment

ଆସନ୍ତାକାଲି ଭାରତ ପାଖରେ ଏହାର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିବ। ହେଲେ ଏଲିସ ହେଲୀଙ୍କ ଅଷ୍ଟ୍ରେଲିଆକୁ ହରାଇବା ସହଜ ହେବନି। ମ୍ୟାଚ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ସମସ୍ତେ କାଲି ଦିନ ୩ଟାକୁ ଅପେକ୍ଷା କରିଛନ୍ତି। 

ଏସବୁ ଭିତରେ ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା(Smriti Mandhana)ଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ଆଇସିସି ଦିନିକିଆ ମହିଳା ବ୍ୟାଟିଂର ଶୀର୍ଷ ସ୍ଥାନରେ ନଜକୁ ଆହୁରି ମଜବୁତ କରି ନେଇଛନ୍ତି। ଘରୋଇ ମାଟିରେ ମହିଳା ଦିନିକିଆ ବିଶ୍ୱକପରେ ମଧ୍ୟ ମନ୍ଧାନା ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ସେ ଏବେ ଚଳିତ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ ମଧ୍ୟ ହୋଇ ରହିଛନ୍ତି। 

Advertisment

ବାମହାତୀ ବ୍ୟାଟର ସ୍ମୃତି ମନ୍ଧାନା ବିଶ୍ୱକପର ଶେଷ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୦୯ ଓ ବାଂଲାଦେଶ ବିପକ୍ଷରେ ଅପରାଜିତ ୩୪ ରନର ଇନିଂସ ଖେଳିଥିଲେ। ଏହାପରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ରେଟିଂ ସହ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି।

ମନ୍ଧାନାଙ୍କ ପଏଣ୍ଟ ସଂଖ୍ୟା ହେଉଛି ୮୨୮। ସେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଆଶେଲ ଗାର୍ଡନର(୭୩୧)ଙ୍କ ଠାରୁ ପ୍ରାୟ ୧୦୦ ପଏଣ୍ଟ ଆଗରେ ରହିଛନ୍ତି। ଗାର୍ଡନର ଇଂଲଣ୍ଡ ବିପକ୍ଷ ବିଶ୍ୱକପରେ ଅପରାଜିତ ୧୦୦ ରନର ଇନିଂସ ଖେଳିବାରୁ ରାଙ୍କିଙ୍ଗରେ ୬ଟି ସ୍ଥାନ ଉପରକୁ ଉଠିଛନ୍ତି।

ମନ୍ଧାନାଙ୍କ ଓପନିଂ ପାର୍ଟନର ପ୍ରତିକା ରାୱଲ ବ୍ୟାଟିଂ ରାଙ୍କିଙ୍ଗରେ ୨୭ ନମ୍ବରକୁ ଉଠିଛନ୍ତି। ରାୱଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ୧୨୨ ରନର ଇନିଂସ ଖେଳିଥିଲେ।

ବୋଲିଂ ରାଙ୍କିଙ୍ଗରେ ଇଂଲଣ୍ଡର ସୋଫି ଏସେଲଷ୍ଟୋନ ପୂର୍ବଭଳି ୧ନଂ ସ୍ଥାନରେ ୭୪୭ ପଏଣ୍ଟ ସହ ରହିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭ ୱିକେଟ ନେଇଥିବା ଅଷ୍ଟ୍ରେଲିଆର ଆଲାନ କିଙ୍ଗ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି। କିଙ୍ଗ ୬୯୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗାର୍ଡନର(୬୮୯) ତୃତୀୟକୁ ଖସିଛନ୍ତି। 

ବୋଲିଂ ରାଙ୍କିଙ୍ଗରେ ତଳକୁ ଖସିଥିଲେ ହେଁ ଗାର୍ଡନର ଅଲରାଉଣ୍ଡର ବିଭାଗର ରାଙ୍କିଙ୍ଗରେ ୧ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୫୦୩ ରହିଛି। ୪୨୨ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ମାରିଜାନେ କାପ୍ପ ଦ୍ୱିତୀୟରେ ପହଞ୍ଚିଥିବା ବେଳେ ୱେଷ୍ଟଇଣ୍ଡିଜର ହେଲୀ ମାଥ୍ୟୁସ ତୃତୀୟକୁ ଖସିଛନ୍ତି। 

ODI World Cup Smriti Mandhana women-odi-world-cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe