Advertisment

ଭାରତୀୟ ମହିଳା କ୍ରିକେଟର୍ ମନ୍ଧାନା ପାଇଲେ ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର୍ ସ୍ମୃତି ମନ୍ଧାନା ୨୦୨୧ ବର୍ଷ ପାଇଁ ଆଇସିସି ମହିଳା କ୍ରିକେଟର୍ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ କୌଣସି ଭାରତୀୟ ପୁରୁଷ କ୍ରିକେଟର୍ ଆଇସିସିର କୌଣସି ଫର୍ମାଟରେ ପୁରସ୍କାର ଜିତିପାରି ନାହାନ୍ତି। ହେଲେ ମନ୍ଧାନା ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର ଜିତି ଭାରତର ସମ୍ମାନ ରକ୍ଷା କରିଛନ୍ତି। ୨୦୨୧ରେ ମନ୍ଧାନା ୨୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୮.୮୬ ହାରରେ ୮୫୫ ରନ୍ କରିଛନ୍ତି। ସେ ଗତବର୍ଷ ୫ ଅର୍ଦ୍ଧଶତକ ଓ ଗୋଟିଏ ଶତକ ମାରିଥିଲେ। […]

ଭାରତୀୟ ମହିଳା କ୍ରିକେଟର୍ ମନ୍ଧାନା ପାଇଲେ ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର

MANDHANA

Advertisment

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର୍ ସ୍ମୃତି ମନ୍ଧାନା ୨୦୨୧ ବର୍ଷ ପାଇଁ ଆଇସିସି ମହିଳା କ୍ରିକେଟର୍ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ କୌଣସି ଭାରତୀୟ ପୁରୁଷ କ୍ରିକେଟର୍ ଆଇସିସିର କୌଣସି ଫର୍ମାଟରେ ପୁରସ୍କାର ଜିତିପାରି ନାହାନ୍ତି। ହେଲେ ମନ୍ଧାନା ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର ଜିତି ଭାରତର ସମ୍ମାନ ରକ୍ଷା କରିଛନ୍ତି।

Advertisment

୨୦୨୧ରେ ମନ୍ଧାନା ୨୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୮.୮୬ ହାରରେ ୮୫୫ ରନ୍ କରିଛନ୍ତି। ସେ ଗତବର୍ଷ ୫ ଅର୍ଦ୍ଧଶତକ ଓ ଗୋଟିଏ ଶତକ ମାରିଥିଲେ। ତାଙ୍କର ଏହି ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଟିମ୍ ପାଇଁ ଗତବର୍ଷ ଭଲ ରହିନଥିଲା। କିନ୍ତୁ ମନ୍ଧାନାଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜରେ ଭାରତ ଘରୋଇ ମାଟିରେ ୮ଟିରୁ ଦୁଇଟି ବିଜୟ ହାସଲ କରିଥିଲା। ମନ୍ଧାନା ଏହି ଦୁଇ ମୁକାବିଲାରେ ଟିମର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ସେ ଦ୍ୱିତୀୟ ଦିନିକିଆରେ ଅପରାଜିତ ୮୦ ରନ୍ କରିଥିଲେ।

https://twitter.com/ICC/status/1485534272085762050?s=20

ଗତବର୍ଷ ଗୋଲ୍ଡକୋଷ୍ଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟରେ ମନ୍ଧାନା ୧୨୮ ରନର ଦମଦାର ଇନିଂସ୍ ଖେଳିଥିଲେ। ଏହା ପୂର୍ବରୁ ମନ୍ଧାନା ୨୦୧୮ରେ ଆଇସିସି ମହିଳା କ୍ରିକେଟର୍ ଅଫ୍ ଦି ଇୟର ଓ ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର ବିବେଚିତ ହୋଇଥିଲେ। ୨୦୧୮ରେ ସେ ୬୬.୯୦ ହାରରେ ୬୬୯ ରନ୍ ଏବଂ ଟି-୨୦ରେ ୧୩୦.୬୭ ଷ୍ଟ୍ରାଇକରେଟରେ ୬୨୨ ରନ୍ କରିଥିଲେ।

Advertisment

ଦକ୍ଷିଣ ଆଫ୍ରିକାର ଲିଜେଲ୍ ଲି ଆଇସିସି ମହିଳା ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି। ସେ ଗତବର୍ଷ ୧୧ ମ୍ୟାଚ୍ ଖେଳି ୯୦.୨୮ ହାରରେ ୬୩୨ ରନ୍ କରିଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ଭାରତ ବିପକ୍ଷ ଦିନିକିଆ ସିରିଜରେ ଲିଜେଲ୍ ୨୮୮ ରନ୍ କରିଥିଲେ। ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ ଭାରତ ୪-୧ରେ ସିରିଜ୍ ଜିତିଥିଲା। ସେହିପରି ଇଂଲଣ୍ଡର ଟାମି ବ୍ୟୁମଣ୍ଟ ଆଇସିସି ଟି-୨୦ କ୍ରିକେଟର୍ ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ସେ ଗତବର୍ଷ ୩୩.୬୬ ହାରରେ ୩୦୩ ରନ୍ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe