Advertisment

ଆଇସିସି ରାଙ୍କିଙ୍ଗ: ଉଭୟ ଦିନିକିଆ ଓ ଟି-୨୦ର ଟପ୍‌ ୩ରେ ଭାରତର ସ୍ମୃତି ମନ୍ଧାନା

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ରାଙ୍କିଙ୍ଗରେ ଏପରି ଫାଇଦା ମିଳିଛି।

author-image
Hemant Lenka
Smriti Mandhana

Smriti Mandhana

ଭାରତୀୟ ମହିଳା ଦଳର ଉପ ଅଧିନାୟକ ସ୍ମୃତି ମନ୍ଧାନାଙ୍କୁ ଆଇସିସି ରାଙ୍କିଙ୍ଗରେ ବଡ଼ ସଫଳତା ମିଳିଛି। ସେ ଉଭୟ ଦିନିକିଆ ଓ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୩ରେ ରହିବାର ଗୌରବ ହାସଲ କରିଛନ୍ତି। ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ମନ୍ଧାନା ୩ଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ସେହିପରି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ରାଙ୍କିଙ୍ଗରେ ଏପରି ଫାଇଦା ମିଳିଛି।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ପର୍ଥରେ ଖେଳା ଯାଉଥିବା ବେଳେ ମନ୍ଧାନା ୧୦୫ ରନର ଇନିଂସ ଖେଳିଥିଲେ। ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ଟି-୨୦ରେ ସ୍ମୃତି ମନ୍ଧାନାଙ୍କ ବ୍ୟାଟରୁ ୫୪ ରନ ବାହାରିଥିଲା। ଏହି ଦମଦାର ବ୍ୟାଟିଂ ପରେ ସେ ରାଙ୍କିଙ୍ଗରା ଟପ୍‌ ୩ରେ ରହିଛନ୍ତି।

Advertisment

ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ମନ୍ଧାନା ଏକମାତ୍ର ଭାରତୀୟ। ଅଧିନାୟକ ହରମନପ୍ରୀତ କୌର ୨ଟି ସ୍ଥାନ ତଳକୁ ଖସି ୧୩ରେ ପହଞ୍ଚିଥିବା ବେଳେ ଜେମିମା ରୋଡ୍ରିଗସ ୬ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୫ତମ ସ୍ଥାନ ଦଖଲ କରିଛନ୍ତି। ପୂର୍ବ ଭଳି ଦକ୍ଷିଣ ଆଫ୍ରିକାର ଲାଉରା ୱଲଭାର୍ଡଟ ୧ନଂ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ମହିଳା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର ପ୍ରବେଶ କରିଛନ୍ତି। ସେ ୬୪୧ ପଏଣ୍ଟ ସହ ୧୦ନମ୍ବର ସ୍ଥାନରେ ଅଛନ୍ତି।

ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷରେ ୭୩ ରନର ଇନିଂସ ଖେଳିଥିବା ଜେମିମା ୬ଟି ସ୍ଥାନ ଉପରକୁ ଉଠି ୧୫ ନମ୍ବରରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ବେଥ ମୁନୀ ପୂର୍ବଭଳି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି।

Team India ICC Ranking Smriti Mandhana