Advertisment

ଭାରତକୁ ଝଟକା: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ସ୍ମୃତି ମନ୍ଧାନା ଆଉଟ୍‌

୨୬ ବର୍ଷୀୟ ସ୍ମୃତି ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା।

Smriti Mandhana

Smriti Mandhana

Advertisment

ମହିଳା ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ଆସନ୍ତାକାଲି ଭାରତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ତେବେ ଏହି ମ୍ୟାଚ୍‌ରୁ ଦଳର ଓପନର ତଥା ଷ୍ଟାର ଓପନର ସ୍ମୃତି ମନ୍ଧାନା ବାଦ ପଡ଼ିଛନ୍ତି। ଆସନ୍ତାକାଲି କେପ ଟାଉନର ନ୍ୟୁଲ୍ୟାଣ୍ଡ୍ସରେ ଏହି ମ୍ୟାଚ୍‌ ଖେଳାଯିବ।

Advertisment

୨୬ ବର୍ଷୀୟ ସ୍ମୃତି ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା। ଆଇସିସି ସୂତ୍ରରେ କୁହାଯାଇଛି ଯେ “ସ୍ମୃତି ଅଭ୍ୟାସ ମ୍ୟାଚରେ ଆହତ ହୋଇଥିଲେ। ସେ ବିଶ୍ୱକପରୁ ସଂପୂର୍ଣ୍ଣ ଭାବେ ବାଦ ପଡ଼ିଛନ୍ତି ବୋଲି ଆମେ ଏବେ କହିପାରିବା ନାହିଁ। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିବନି।”

ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ସ୍ମୃତି କିଛି ବି କରି ପାରି ନଥିଲେ। ସେ ମାତ୍ର ୩ଟି ବଲ ସମ୍ମୁଖୀନ ହେବା ପରେ ପ୍ୟାଭିଲିୟନ ଫେରିଥିଲେ। ଆହତ ସମସ୍ୟା ଯୋଗୁ ବୁଧବାର ସେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ ମଧ୍ୟ ଖେଳି ନଥିଲେ।

Advertisment

ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ଫିଟନେଶକୁ ନେଇ ମଧ୍ୟ ଚିନ୍ତା ରହିଛି। ଗତ ସପ୍ତାହରେ ଶେଷ ହୋଇଥିବା ତ୍ରିପାକ୍ଷିକ ସିରିଜ୍‌ ବେଳେ ସେ କାନ୍ଧ ଜନିତ ସମସ୍ୟାରେ ପଡ଼ିଥିଲେ। ସେ ଫାଇନାଲ ମ୍ୟାଚ୍‌ ପରେ ଫିଟ ଥିବା କହିଥିଲେ ହେଁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେହିପରି ଅଭ୍ୟାସ ମ୍ୟାଚରେ ମଧ୍ୟ ହରମନପ୍ରୀତ କୌର ବ୍ୟାଟିଂ କରି ନଥିଲେ। ତେଣୁ ଏହା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ମହିଳା ଟି-୨୦ ବିଶ୍ୱକପର ଗ୍ରୁପ ବି’ରେ ଭାରତ ରହିଛି। ଏହି ଗ୍ରୁପରେ ଇଂଲଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଓ ଆୟର୍ଲ୍ୟାଣ୍ଡ ରହିଛନ୍ତି।

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe