Advertisment

ଟି-୨୦ରେ ହ୍ୟାଟ୍ରିକ ଅର୍ଦ୍ଧଶତକ: ଏକାଧିକ ରେକର୍ଡ କଲେ ସ୍ମୃତି ମନ୍ଧାନା

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଏହା ମନ୍ଧାନାଙ୍କ କ୍ରମାଗତ ତୃତୀୟ ଅର୍ଦ୍ଧଶତକ। ପ୍ରଥମ ଟି-୨୦ରେ ସେ ୫୪ ରନର ଇନିଂସ ଖେଳିଥିବା ବେଳେ ଭାରତ ବିଜୟୀ ହୋଇଥିଲା। ଦ୍ୱିତୀୟ ଟି-୨୦ରେ ମଧ୍ୟ ସେମାନ ୫୪ ରନ କରିଥିଲେ। ହେଲେ ଭାରତକୁ ହାରିବାକୁ ପଡ଼ିଥିଲା।

smiriti Mandhana

smiriti Mandhana

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ରେ ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ନିଜର ଜଲୱା ଦେଖାଇଛନ୍ତି। ନଭି ମୁମ୍ବାଇର ଡା ଡିୱାଇ ପାଟିଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ମନ୍ଧାନା ୪୭ ବଲରେ ୭୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୧୩ଟି ଚୌକା ଓ ଗୋଟିଏ ଛକା ରହିଛି।

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଏହା ମନ୍ଧାନାଙ୍କ କ୍ରମାଗତ ତୃତୀୟ ଅର୍ଦ୍ଧଶତକ। ପ୍ରଥମ ଟି-୨୦ରେ ସେ ୫୪ ରନର ଇନିଂସ ଖେଳିଥିବା ବେଳେ ଭାରତ ବିଜୟୀ ହୋଇଥିଲା। ଦ୍ୱିତୀୟ ଟି-୨୦ରେ ମଧ୍ୟ ସେମାନ ୫୪ ରନ କରିଥିଲେ। ହେଲେ ଭାରତକୁ ହାରିବାକୁ ପଡ଼ିଥିଲା।

ଆଜି ନିର୍ଣ୍ଣାୟକ ଟି-୨୦ରେ ସେ ୭୭ ରନ କରିଛନ୍ତି। ଏଥିସହ ସେ ଜେମିମା ରୋଡ୍ରିଗସଙ୍କ ସହ ମିଶି ବିଶାଳ ୯୮ ରନର ଭାଗିଦାରୀ କରିଛନ୍ତି। ଜେମିମା ମଧ୍ୟ ୨୮ ବଲରେ ୩୯ ରନର ଇନିଂସ ଖେଳିଛନ୍ତି। ଶେଷ ଭାଗରେ ରିଚା ଘୋଷ ୨୧ ବଲରେ ବିସ୍ଫୋରକ ୫୪ ରନର ଇନିଂସ ଖେଳିବାରୁ ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରେ ୪ ୱିକେଟ ହରାଇ ୨୧୭ ରନ କରିଛି।

Advertisment

ଏହା ଟି-୨୦ରେ ଭାରତର ସର୍ବାଧିକ ଦଳ ଗତ ସ୍କୋର। ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଅନୁଷ୍ଠିତ ଏସିଆ କପରେ ଭାରତୀୟ ମହିଳା ଦଳ ୟୁଏଇ ବିପକ୍ଷରେ ୫ ୱିକେଟ ହରାଇ ୨୦୧ ରନ କରିଥିଲା।

ମନ୍ଧାନା ଆଜି ଟି-୨୦ରେ ହ୍ୟାଟ୍ରିକ ଅର୍ଦ୍ଧଶତକ ହାସଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ନିୟମିତ ଅଧିନାୟକ ହରମନପ୍ରୀତ କୌର ଖେଳୁ ନଥିବାରୁ ସ୍ମୃତି ଦଳର କମାଣ ମଧ୍ୟ ସମ୍ଭାଳିଛନ୍ତି।

ସ୍ମୃତି ରେକର୍ଡ ଉପରେ ନଜର ପକାନ୍ତୁ

୧- ସ୍ମୃତି ମନ୍ଧାନା କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜରେ ଭାରତ ପାଇଁ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଛନ୍ତି। ସେ ୩ଟି ମ୍ୟାଚ୍‌ରେ ୧୯୩ ରନ ହାସଲ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୬୪.୩୩ ରହିଛି। ୧୯୩ ରନ ହାସଲ କରି ସ୍ମୃତି ମନ୍ଧାନା ପୂର୍ବତନ କ୍ରିକେଟର ମିତାଲୀ ରାଜଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ମିତାଲୀ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ପାକ୍ଷିକ ସିରିଜରେ ୧୯୨ ରନ କରିଥିଲେ।

୨- ସ୍ମୃତି ମନ୍ଧାନା ଗୋଟିଏ କ୍ୟାଲେଣ୍ଡର ବର୍ଷରରେ ମହିଳା ଟି-୨୦ ଇତିହାସରେ ସର୍ବାଧିକ ରନ କରିବାର ରେକର୍ଡ ହାସଲ କରିଛନ୍ତି। ଚଳିତ ବର୍ଷ ସେ ୨୩ଟି ମ୍ୟାଚ୍‌ରେ ୭୬୩ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୨.୩୮ ଓ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୭୭। ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କାର ଅଧିନାୟକ ଚାମିରା ଆଟାପଟୁଙ୍କ ନାଁରେ ରହିଥିଲା। ସେ ୨୧ ମ୍ୟାଚ୍‌ରେ ୭୨୦ ରନ କରିଥିଲେ।

୩- ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସ୍ମୃତି ମନ୍ଧାନା ମହିଳା ଟି-୨୦ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୧୮ରେ ମିତାଲୀ ୭ଥର ୫୦ରୁ ଅଧିକ ରନ କରିଥିଲେ। ହେଲେ ମନ୍ଧାନାଙ୍କ ବ୍ୟାଟରୁ ଆଜି ଚଳିତ ବର୍ଷର ୮ମ ଟି-୨୦ ଅର୍ଦ୍ଧଶତ ଦେଖିବାକୁ ମିଳିଛି।

୪- ସ୍ମୃତି ମନ୍ଧାନା ମହିଳା ଟି-୨୦ରେ ସର୍ବାଧିକ ୫୦ ମାରିବାର ରେକର୍ଡ ମଧ୍ୟ କରିଛନ୍ତି। ସେ ସୁଜି ବେଟ୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ଖେଳୁଥିବା ସୁଜି ଟି-୨୦ରେ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ହେଲେ ସ୍ମୃତିଙ୍କ ଅର୍ଦ୍ଧଶତକ ସଂଖ୍ୟା ୩୦ ଛୁଇଁଛି।

୫- ବିଶ୍ୱର ପ୍ରଥମ ମହିଳା ବ୍ୟାଟର ଭାବେ ସ୍ମୃତି ମନ୍ଧାନା ଚଳିତ କ୍ୟାଲେଣ୍ତର ବର୍ଷରେ ଟି-୨୦ରେ ୧୦୦ରୁ ଅଧିକ ଚୌକା ମାରିଛନ୍ତି। ସେ ୱେଷ୍ଟଇଣ୍ଡିଜର ହେଲୀ ମାଥ୍ୟୁସଙ୍କୁ ପଛରେ ପକାଇ ଦେଇଛନ୍ତି। ୧୪ଟି ମ୍ୟାଚ୍‌ରେ ମାଥ୍ୟୁସ ୯୯ଟି ଚୌକା ମାରିଛନ୍ତି।

Women Cricketers Smriti Mandhana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe