Advertisment

Women's World Cup: ୮୮ ରନର ଇନିଂସ ଖେଳିଲେ, କିନ୍ତୁ ପରାଜୟର ସବୁ ଦୋଷ ନିଜେ ମୁଣ୍ଡାଇଲେ ସ୍ମୃତି ମନ୍ଧାନା

ମନ୍ଧାନା ୮୮ ରନ କରି ଲିନସି ସ୍ମିଥଙ୍କ ବଲରେ ଆଉଟ ହେବା ପରେ ସବୁ କିଛି ବଦଳି ଯାଇଥିଲା। ମନ୍ଧାନା ଆଉଟ ହେବା ବେଳକୁ ଭାରତକୁ ଜିତିବା ପାଇଁ ୫୨ ବଲରେ ୫୫ ରନ ଦରକାର ଥିଲା। ଦଳ ହାତରେ ୬ଟି ୱିକେଟ ରହିଥିଲା। ତଥାପି ଭାରତ ବିଜୟ ଲାଇନକୁ ଅତିକ୍ରମ କରିପାରି ନାହିଁ।

author-image
Hemant Lenka
Mandhana

ସ୍ମୃତି ମନ୍ଧାନା

ଚଳିତ ମହିଳା ଦିନିକିଆ ବିଶ୍ୱକପରେ ଭାରତ(Indian Women Cricket Team) ହ୍ୟାଟ୍ରିକ ପରାଜୟ ବରଣ କରିଛି। ରବିବାର ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲା (Cricket)ରେ ଦଳ ୪ ରନରେ ହାରି ଯାଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ପରାଜୟ ବରଣ କରିଥିବା ବେଳେ ଏହାର ସବୁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି ଓପନର ସ୍ମୃତି ମନ୍ଧାନା। 

Advertisment

୨୮୯ ରନ ପିଛା କରୁଥିବା ଭାରତ ଏକଦା ବିଜୟ ସ୍ଥିତିରେ ପହଞ୍ଚି ଯାଇଥିଲା। ଅଧିନାୟକ ହରମନପ୍ରୀତ କୌର ଓ ସ୍ମୃତି ମନ୍ଧାନା(Smriti Mandhana) ୧୨୫ ରନର ଭାଗିଦାରୀ କରି ଦଳକୁ ବିଜୟ ଦିଗରେ ନେଇ ଯାଇଥିଲେ।

କିନ୍ତୁ ମନ୍ଧାନା ୮୮ ରନ କରି ଲିନସି ସ୍ମିଥଙ୍କ ବଲରେ ଆଉଟ ହେବା ପରେ ସବୁ କିଛି ବଦଳି ଯାଇଥିଲା। ମନ୍ଧାନା ଆଉଟ ହେବା ବେଳକୁ ଭାରତକୁ ଜିତିବା ପାଇଁ ୫୨ ବଲରେ ୫୫ ରନ ଦରକାର ଥିଲା। ଦଳ ହାତରେ ୬ଟି ୱିକେଟ ରହିଥିଲା। ତଥାପି ଭାରତ ବିଜୟ ଲାଇନକୁ ଅତିକ୍ରମ କରିପାରି ନାହିଁ।

Advertisment

ପରାଜୟ ପରେ ସବୁ ଦୋଷ ସ୍ୱୀକାର କରି ସ୍ମୃତି ମନ୍ଧାନା କହିଛନ୍ତି, “ହଁ, ଏହା ନିଶ୍ଚିତ। ମୋର କହିବାର ଅର୍ଥ ଆମେ ଭୁଶୁଡ଼ି ପଡ଼ିଥିଲୁ। ସମସ୍ତେ ଏହା ଦେଖିଛନ୍ତି। ସେହି ସମୟରେ ଆଉ ଶଟ ଚୟନ ଆହୁରି ଭଲ ହୋଇପାରିଥାଆନ୍ତା। ବିଶେଷ କରି ଏହା ମୋ ଠାରୁ ଆରମ୍ଭ ହୋଇଥିଲା। ମୁଁ ସେଥିପାଇଁ ସବୁ ଦୋଷ ସ୍ୱୀକାର କରିଛୁ। ମୋ ଶଟ ଚୟନ ଆହୁରି ଭଲ ଓ ଚତୁର ହୋଇପାରିଥାଆନ୍ତା। ଆମେ କେବଳ ଓଭର ପିଛା ରନ ଆବଶ୍ୟକ କରୁଥିଲୁ। ଆମକୁ ମ୍ୟାଚ୍‌ ଆହୁରି ଶେଷ ଯାଏ ନେବାର ଥିଲା। ତେଣୁ ପରାଜୟ ପାଇଁ ମୁଁ ଦାୟିତ୍ୱ ନେଉଛି। କାରଣ ବିପର୍ଯ୍ୟୟ ମୋ ଠାରୁ ଆରମ୍ଭ ହୋଇଥିଲା।”

ଇଂଲଣ୍ଡ ବିପକ୍ଷ ପରାଜୟର ଦୋଷ ନିଜ ମୁଣ୍ଡ ନେଇଥିବା ସ୍ମୃତି ମନ୍ଧାନା ଏବେ ଅକ୍ଟୋବର ୨୩ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କର ବା ମର ପରିସ୍ଥିତି ଉପରେ ଫୋକସ ଆରମ୍ଭ କରିଦେଇଛନ୍ତି। ସେ କହିଛନ୍ତି, “ବହୁତ ଶୀଘ୍ର ଆମକୁ ଏକାଠି ହେବାକୁ ପଡ଼ିବ। କିନ୍ତୁ କ୍ରିକେଟରେ କିଛି ବି ସହଜରେ ମିଳେନାହିଁ। ପରବର୍ତ୍ତୀ ମ୍ୟାଚ୍‌ ଏକପ୍ରକାରର କ୍ୱାର୍ଟର ଫାଇନାଲା। ଏଥିପାଇଁ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ।”

Cricket Women Cricket Indian Women Cricket Team Smriti Mandhana