Advertisment

ମହିଳା ପ୍ରିମିୟର ଲିଗ୍‌: ମୁମ୍ବାଇ ପାଇଁ ଖେଳିବେ ହରମନପ୍ରୀତ କୌର, ଆରିସିବିକୁ ଗଲେ ମନ୍ଧାନା

୫ ଟିମର ମାଲିକାନାକୁ ବିସିସିଆଇ ରେକର୍ଡ ୪,୬୭୦ କୋଟି ଟଙ୍କାରେ ବିକ୍ରି କରିଥିଲା। ଏବେ ଏହି ୫ ଦଳ ବିଭିନ୍ନ ଷ୍ଟାର ଖେଳାଳିଙ୍କୁ ନିଜ ସହ ସାମିଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
WPL

WPL

ମହିଳା ପ୍ରିମିୟର ଲିଗ(WPL) ପାଇଁ ଆଜି ଅକ୍ସନ ବା ଖେଳାଳି ନିଲାମୀ ଆରମ୍ଭ ହୋଇଛି। ୪୦୦ରୁ ଅଧିକ ଖେଳାଳି ଏହି ମେଗା ଅକ୍ସନରେ ଭାଗ ନେଇଛନ୍ତି। ପ୍ରଥମ ସଂସ୍କରଣରେ ମୋଟ ୫ଟି ଦଳ ଭାଗ ନେବେ। ଏହି ୫ ଟିମର ମାଲିକାନାକୁ ବିସିସିଆଇ ରେକର୍ଡ ୪,୬୭୦ କୋଟି ଟଙ୍କାରେ ବିକ୍ରି କରିଥିଲା। ଏବେ ଏହି ୫ ଦଳ ବିଭିନ୍ନ ଷ୍ଟାର ଖେଳାଳିଙ୍କୁ ନିଜ ସହ ସାମିଲ କରିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମୀ ବା ଅକ୍ସନରେ ଭାରତର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରିସିବି ପକ୍ଷରୁ ଖେଳିବେ। ବେଙ୍ଗାଲୁରୁ ପ୍ରାଞ୍ଚାଇଜ୍‌ର ମାଲିକାନା ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ ପ୍ରାଇଭେଟ ଲିଃ ୯୦୧ କୋଟି ଟଙ୍କାରେ ପାଇଥିଲା। ଏବେ ଏହି ଦଳ ମନ୍ଧାନାଙ୍କୁ ୩.୪ କୋଟି ଟଙ୍କାରେ କିଣିଛି।

ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ। ତାଙ୍କୁ ମୁମ୍ବାଇ ୧.୮ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। ମୁମ୍ବାଇ ପ୍ରାଞ୍ଚାଇଜର ମାଲିକାନା ଇଣ୍ଡିଆୱିନ ସ୍ପୋର୍ଟସ ପ୍ରାଇଭେଟ ଲିଃ ୯୧୨.୯୯ କୋଟି ଟଙ୍କାରେ ହାସଲ କରିଥିଲା।

Advertisment

ଅଷ୍ଟ୍ରେଲିଆର ଏଲିସ ପେରୀ ୧.୮ କୋଟି ଟଙ୍କାରେ ଆରିସିବି, ଅଷ୍ଟ୍ରେଲିଆର ଏଲଶେ ଗାର୍ଡେନର ୩.୨ କୋଟି ଟଙ୍କାରେ ଗୁଜରାଟ ଜିଆଣ୍ଟସ, ଇଂଲଣ୍ଡର ସୋଫିଆ ଏସ୍କେଲଷ୍ଟୋନ ୧.୮ କୋଟି ଟଙ୍କାରେ ୟୁପି ୱାରିଅରଜ୍‌ ଓ ନ୍ୟୁଜିଲ୍ୟାଣ୍ଡର ସୋଫିଆ ଡେଭାଇନ ୫୦ ଲକ୍ଷ ଟଙ୍କାରେ ଆରସିବିକୁ ଯାଇଛନ୍ତି।

ଅନ୍ୟପକ୍ଷରେ ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ନେବା ପାଇଁ ମୁମ୍ବାଇ ଓ ଗୁଜରାଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମୁମ୍ବାଇ ୨ କୋଟି ଯାଏ ବିଡ୍‌ ଲଗାଇଥିଲା। ଲାଗୁଥିଲା ମୁମ୍ବାଇ ଦୀପ୍ତିଙ୍କୁ କିଣି ନେବ। ହେଲେ ଶେଷ ମୁହୂର୍ତ୍ତରେ ୟୁପି ତାଙ୍କୁ ୨.୬ କୋଟି ଟଙ୍କାରେ କିଣିବାକୁ ସକ୍ଷମ ହୋଇଛି। ଆରସିବି ୧.୫ କୋଟି ଟଙ୍କାରେ ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ ନିଜ ପାଖକୁ ନେଇଛି।

ବିସିସିଆଇର ଟିମ୍‌ ନିଲାମୀ ବେଳେ ଅହମଦାବାଦ ଫ୍ରାଞ୍ଚାଇଜ୍‌କୁ ଆଦାନୀ ସ୍ପୋର୍ଟସ ଲାଇନ ପ୍ରାଇଭେଟ ଲିଃ ରେକର୍ଡ ୧୨୮୯ କୋଟି ଟଙ୍କାରେ କିଣିଥିଲା। ସେହିପରି ମୁମ୍ବାଇ ପ୍ରାଞ୍ଚାଇଜକୁ ଇଣ୍ଡିଆୱିନ ସ୍ପୋର୍ଟସ ପ୍ରାଇଭେଟ ଲିଃ ୯୧୨.୯୯ କୋଟି, ଦିଲ୍ଲୀ ପ୍ରାଞ୍ଚାଇଜ୍‌କୁ ଜେଏସ୍‌ଡବ୍ଲ୍ୟୁ ଜିଏମଆର କ୍ରିକେଟ ପ୍ରାଇଭେଟ ଲିଃ ୮୧୦ କୋଟି ଓ ଲକ୍ଷ୍ନୌ ପ୍ରାଞ୍ଚାଇଜ୍‌କୁ କାପ୍ରୀ ଗ୍ଲୋବାଲ ହୋଲଡିଂ ପ୍ରାଇଭେଟ ଲିଃକୁ ୭୫୭ କୋଟିରେ କିଣିଥିଲା।

WPL Women Cricket