Advertisment

Smriti Mandhana: କେତେ ଟଙ୍କା ଆୟ କରନ୍ତି ବିଶ୍ୱ ବିଜେତା ସ୍ମୃତି ମନ୍ଧାନା? ପୂରା ସମ୍ପତ୍ତି ଓ ମ୍ୟାଚ୍‌ ଫି’ ଉପରେ ନଜର ପକାନ୍ତୁ

ବିଶ୍ୱକପ ଜିତିଥିବାରୁ ଆଇସିସି ପକ୍ଷରୁ ଭାରତୀୟ ଟିମକୁ ମିଳିଛି ୪୦ କୋଟି ଟଙ୍କା। ଏହି ପୁରସ୍କାର ଅର୍ଥ ବ୍ୟତୀତ ବିସିସିଆଇ ଭାରତୀୟ ମହିଳା ଟିମ ପାଇଁ ଅତିରିକ୍ତ ୫୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି।

author-image
Hemant Lenka
Mandhana

ସ୍ମୃତି ମନ୍ଧାନା

ଭାରତୀୟ ମହିଳା କ୍ରିକେଟ ଟିମର ଅନ୍ୟତମ ଚର୍ଚ୍ଚିତ ଖେଳାଳି ହେଉଛନ୍ତି ସ୍ମୃତି ମନ୍ଧାନା। ନିକଟରେ ଭାରତୀୟ ମହିଳା ଟିମ ଦିନିକିଆ ବିଶ୍ୱକପ ପ୍ରଥମଥର ପାଇଁ ଜିତି ଇତିହାସ ସୃଷ୍ଟି କରିଥିଲା। ଆଉ ଏହି ଟୁର୍ଣ୍ଣାମେଣ୍ଟରେ ମନ୍ଧାନା(Smriti Mandhana) ହେଉଛନ୍ତି ଦ୍ୱିତୀୟ ରନ ହସଲକାରୀ କ୍ରିକେଟର। ତାଙ୍କ ବ୍ୟାଟରୁ ବାହାରିଥିଲା ୪୩୪ ରନ।

Advertisment

ତାଙ୍କ ଠାରୁ ଅଧିକ ରନ କେବଳ ଦକ୍ଷିଣ ଆଫ୍ରିକା ଅଧିନାୟ ଲୋରା ୱଲଭର୍ଟ(୫୭୧) ରହିଥିଲେ। ଭାରତ(Indian Women Cricket Team) ବିଜୟରେ ମନ୍ଧାନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶ୍ୱକପରେ ଐତିହାସିକ ବିଜୟ ମନ୍ଧାନାଙ୍କ ସମେତ ଅନ୍ୟ ମହିଳା କ୍ରିକେଟରଙ୍କୁ ଆଣି ଦେଇଛନ୍ତି ଅନେକ ଖ୍ୟାତି। ସେମାନେ ଆର୍ଥିକ ସ୍ତରରେ ମଧ୍ୟ ଆହୁରି ମଜବୁତ ହୋଇଛନ୍ତି।

ବିଶ୍ୱକପ ଜିତିଥିବାରୁ ଆଇସିସି ପକ୍ଷରୁ ଭାରତୀୟ ଟିମକୁ ମିଳିଛି ୪୦ କୋଟି ଟଙ୍କା। ଏହି ପୁରସ୍କାର ଅର୍ଥ ବ୍ୟତୀତ ବିସିସିଆଇ ଭାରତୀୟ ମହିଳା ଟିମ ପାଇଁ ଅତିରିକ୍ତ ୫୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି। ଏହାକୁ ଖେଳାଳି ଓ କୋଚିଂ ଷ୍ଟାଫ ମିଳିତ ଭାବେ ନେବେ।

Advertisment

ଭାରତୀୟ କ୍ରିକେଟର ଭାବେ ସ୍ମୃତି ମନ୍ଧାନା କେତେ ଟଙ୍କା ଆୟ କରନ୍ତି? ତାଙ୍କ ପାଖରେ କେତେ ସମ୍ପତ୍ତି ରହିଛି? 

ଧାର୍ଯ୍ୟ ମ୍ୟାଚ୍‌ ଫି’: ବାମହାତୀ ଓପନିଂ ବ୍ୟାଟର ମନ୍ଧାନାଙ୍କୁ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଦିନିକିଆ ମ୍ୟାଚ୍‌ ପାଇଁ ୬ ଲକ୍ଷ ଓ ଟି-୨୦ ମ୍ୟାଚ୍‌ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ।

ବିସିସିଆଇ ସେଣ୍ଟ୍ରାଲ ଚୁକ୍ତି: ପୁରୁଷ କ୍ରିକେଟ ଟିମର ଖେଳାଳିଙ୍କ ମ୍ୟାଚ୍‌ ଫି’ ସହ ମହିଳାଙ୍କ ମ୍ୟାଚ୍‌ ଫି’ ସମାନ। ନିକଟରେ ବିସିସିଆଇ ଏପରି ନିୟମ ଲାଗୁ କରିଛି। ମ୍ୟାଚ୍‌ ଫି’ ବ୍ୟତୀତ ମନ୍ଧାନା କେନ୍ଦ୍ରୀୟ ଚୁକ୍ତିର ଏ ଗ୍ରେଡରେ ରହିଛନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ ତାଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କା ମିଳିଥାଏ।

WPL ଆୟ: ଭାରତୀୟ ମହିଳା କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ ଦାମୀ ଖେଳାଳି ହେଉଛନ୍ତି ମନ୍ଧାନା। ମହିଳା ପ୍ରିମିୟର ଲିଗ ବା WPLରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରେକର୍ଡ ୩.୪ କୋଟି ଟଙ୍କାରେ କିଣିଛି। ଏହି ଅର୍ଥ ତାଙ୍କୁ ବିଶ୍ୱର ଅନ୍ୟତମ ଦାମୀ ଖେଳାଳିର ପରିଚୟ ଦେଇଛି। ତାଙ୍କ କ୍ୟାପ୍ଟେନ୍ସିରେ ଆରସିବି WPL ଟାଇଟଲ ମଧ୍ୟ ଜିତିଥିଲା। 

ବିଜ୍ଞାପନ: ହୁଣ୍ଡାଇ, ହିରୋ, ରେଡ ବୁଲ, ଗାରନିୟର, ନାଇକ, ମାଷ୍ଟରକାର୍ଡ, ହାଭେଲ୍ସ, ୱାରଙ୍ଗଲେର, ଗଲ୍ଫ ଅଏଲ, ବାଟା ପାୱାର, ହରବାଲ ଲାଇଫ, ପିଏନବି ମେଟଲାଇଫ, ଇକ୍ୟୁଟାସ ବ୍ୟାଙ୍କ, ରେକ୍ସୋନା, ଏସ୍‌ବିଆ ଓ ୟୁନିସେଫ ଇଣ୍ଡିଆ ଭଳି ବ୍ରାଣ୍ଡ ସହ ମନ୍ଧାନା ଚୁକ୍ତି କରିଛନ୍ତି। ଏହି ସବୁ ସଂସ୍ଥାର ବିଜ୍ଞାପନ ବାବଦରେ ସେ ବ୍ରାଣ୍ଡଗୁଡ଼ିକ ପିଛା ୭୫ ଲକ୍ଷରୁ ୧.୫ କୋଟି ଟଙ୍କା ଚାର୍ଜ କରନ୍ତି। 

ସମ୍ପତ୍ତି: ମହାରାଷ୍ଟ୍ରର ସଙ୍ଗଲିରେ ଥିବା ନିଜ ଜନ୍ମ ସହରରେ ରୁହନ୍ତି ମନ୍ଧାନା। ସେଠାରେ ତାଙ୍କର ଗୋଟିଏ ବିରାଟ କାୟ ଘର ରହିଛି। ଏହି ଘରେ ସେ ନିଜ ପାଇଁ ସ୍ୱତନ୍ତ୍ର ଜିମ, ହୋମ ଥିଏଟର, ଲାଇବ୍ରେରୀ ଓ ଗୋଟିଏ ବଗିଚା ତିଆରି କରିଛନ୍ତି। ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ଏକାଧିକ ଘର ଓ ଜମି ତାଙ୍କର ରହିଛି। ଏସ୍‌ଏମ-୧୮ ସ୍ପୋର୍ଟସ କାଫେ ନାଁରେ ମନ୍ଧାନାଙ୍କ ଗୋଟିଏ ରେଷ୍ଟୁରାଣ୍ଟ ସଙ୍ଗଲିରେ ରହିଥିବା ଜଣାପଡ଼ିଛି। 

କାର୍‌: ସ୍ମୃତି ପ୍ରଥମେ ନିଜ ବାପାଙ୍କ ପାଇଁ ଗୋଟିଏ ମାରୁତି ସୁଜକି ସୁଇଫ୍ଟ କିଣିଥିଲେ। ପରେ ଭାଇଙ୍କ ପାଇଁ ଗୋଟିଏ ହୁଣ୍ତାଇ କ୍ରେଟା ଆଣିଥିଲେ। ସ୍ମୃତି ମନ୍ଧାନା ନିଜେ ଗୋଟିଏ ରେଞ୍ଜ ରୋଭର ଇଭୋକ୍ୟୁ ବ୍ୟବହାର କରନ୍ତି। ଏହାର ଦାମ ପ୍ରାୟ ୭୦ରୁ ୭୫ ଲକ୍ଷ ଟଙ୍କା। 

ପୂର୍ବରୁ ସଫଳତାର ଶୀର୍ଷରେ ପହଞ୍ଚି ସାରିଥିବା ମନ୍ଧାନା ବିଶ୍ୱକପ ଜିତିବା ପରେ ଆହୁରି ଚର୍ଚ୍ଚା ସାଉଁଟିଛନ୍ତି। ସ୍ମୃତି ମନ୍ଧାନା ଏବେ ୩୪ କୋଟି ଟଙ୍କାର ମାଲିକ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। 

Women Cricket Indian Women Cricket Team Smriti Mandhana