Advertisment

ଭାରତ-ଅଷ୍ଟ୍ରେଲିଆ ଟି-୨୦: ଦଳରୁ ବାଦ୍ ପଡିବା ପରେ ଏପରି ପୋଷ୍ଟ କଲେ ଯୁଜବେନ୍ଦ୍ର ଚହଲ

ଚହଲ ବିଶ୍ୱକପରୁ ବାଦ୍ ପଡିଥିଲେ, ଏବେ ପୁଣି ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି।

ଅଦ୍ୟତନ ହୋଇଛି
Yuzvendra Chahal

Yuzvendra Chahal

Advertisment

ବିଶ୍ୱକପ ପରେ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ଏଥିପାଇଁ ସ୍କ୍ୱାର୍ଡ ଘୋଷଣା କରିଛି ବିସିସିଆଇ। ବହୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ତାରକାଙ୍କୁ ଦଳରେ ସାମିଲ୍ କରିଛି ବୋର୍ଡ। କିନ୍ତୁ ଏଥର ମଧ୍ୟ ଟିମରେ ନାହାନ୍ତି ଷ୍ଟାର୍ ବୋଲର୍ ଯୁଜବେନ୍ଦ୍ର ଚହଲ। 

Advertisment

ଚହଲ ବିଶ୍ୱକପରୁ ବାଦ୍ ପଡିଥିଲେ, ଏବେ ପୁଣି ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି। ସୋମବାର ବୋର୍ଡ ସ୍କ୍ୱାର୍ଡଙ୍କ ନାମ ଘୋଷଣା କରିବା ପରେ ଏକ ରହସ୍ୟକର ପୋଷ୍ଟ କରିଛନ୍ତି ଚହଲ। ସେ ଏକ୍ସ ପୋଷ୍ଟରେ କିଛି ଶବ୍ଦ ନ ଲେଖି କେବଳ ଗୋଟିଏ ସ୍ମାଇଲ୍ ଇମୋଜି ପୋଷ୍ଟ କରିଛନ୍ତି, ଯାହା କୋଟିଏ ଶବ୍ଦ ବଖାଣୁଛି। 

ପ୍ରକାଶ ଥାଉ କି, ଜାନୁଆରୀରେ ଶେଷଥର ପାଇଁ ଦିନିକିଆ ଖେଳିଥିଲେ ଚହଲ। ଏହାପରଠାରୁ ସେ ଦଳରେ ନାହାନ୍ତି। ବିଶ୍ୱକପରେ ସାମିଲ୍ କରାନଯିବାକୁ ନେଇ ଏକ ପ୍ରଶ୍ନରେ ଚହଲ କହିଥିଲେ, ସେ ବର୍ତ୍ତମାନ ଏପରି ପରିସ୍ଥିତର ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ମୋ ଜୀବନର ଲକ୍ଷ୍ୟ ହେଉଛି ମୁଭ୍ ଅନ୍ କରିବା(ଆଗକୁ ବଢିବା)। ଯେଉଁଠି ବି ଯେପରି ଭାବେ କ୍ରିକେଟ ଖେଳିବା ମୋର ଲକ୍ଷ୍ୟ ବୋଲି ଚହଲ କହିଥିଲେ।  

Advertisment

ବିସିସିଆଇ ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ସ୍କ୍ୱାର୍ଡ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ନବାଗତମାନଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଟିମକୁ ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଏବଂ ସଞ୍ଜୁ ସାମସନଙ୍କ ଭଳି ଖେଳାଳି ଦଳକୁ ଫେରିବେ ବୋଲି ପ୍ରଶଂସକମାନେ ଆଶା କରୁଥିଲେ। କିନ୍ତୁ ବିସିସିଆଇ ଏମାନଙ୍କୁ ତାଲିକାରେ ରଖିନାହିଁ। ଏମାନଙ୍କ ବଦଳରେ ବୋର୍ଡ କିଛି ଆଇପିଏଲ୍ ଖେଳାଳିଙ୍କୁ ନିର୍ଣ୍ଣୟ କରିଛି, ଯେଉଁଥିରେ ରିଙ୍କୁ ସିଂହ, ଜିତେଶ ଶର୍ମା, ଶିବମ୍ ଦୁବେଙ୍କ ସହ ଅନ୍ୟମାନେ ଅଛନ୍ତି। 

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତ ଦଳ: ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ), ଋତୁରାଜ ଗାଏକ୍ୱାଡ(ଉପ-ଅଧିନାୟକ), ଇଶାନ କିଶନ, ଯଶସ୍ୱୀ ଜୈସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା(ୱିକେଟ କିପର୍), ୱାଶିଂଟନ ସୁନ୍ଦର, ଅକ୍ସର ପଟେଲ, ଶିବମ ଦୁବେ, ରବି ବିଷ୍ଣୋୟୀ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ, ମୁକେଶ କୁମାର।

ଶ୍ରେୟାସ ଆୟର ମଧ୍ୟ ଶେଷ ଦୁଇ ମ୍ୟାଚରେ ଦଳରେ ଯୋଗଦେବେ। ସେ ଟିମରେ ଉପ-ଅଧିନାୟକ ରହିବେ। 

Ind Vs Aus T20Is Bcci Yuzvendra Chahal Yuzvendra Chahal's Post
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe